ଦେଶ- ବିଦେଶ

ବାଃ ବାଃ ବିଡିଓ ସାର୍, ନିଜ ପରିଶ୍ରମରେ ବଦଳେଇ ଦେଲେ ପୁରା ବ୍ଲକ ଅଫିସ ଚିତ୍ର, ବିଡିଓଙ୍କ ପ୍ରକୃତି ପ୍ରେମ ଦେଖିଲେ ଆପଣ ବି କରିବେ ପ୍ରଶଂସା, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ବିଡ଼ିଓ ଙ୍କ ଦେଶୀ ଅନ୍ଦାଜ । ପାୱାର ଟିଲର ଧରିଲେ ହଳ ବୁଲାଇଲେ । ସିଟ ରେ ବସିଥିଲେ ବିଡ଼ିଓ ସିଟ ରେ ନଥିଲେ ସାଧାରଣ ଲୋକ । ଗଛ ମୋ ଜୀଵନ ପ୍ରକୃତି ମୋ ପ୍ରାଣ ।

ହାତରେ କୋଦାଳ ଧରି ମାଟି ହାଣୁ ଛନ୍ତି ନିଜେ ପାୱାର ଟିଲର ଚଳାଇ ହଳ କରୁଛନ୍ତି । ବ୍ଲକ ପରିଷଦ କୁ ସୁନ୍ଦର ଏବଂ ଆକର୍ଷଣୀୟ କରିବା ପାଇଁ ନିଜ ହାତରେ ବଗିଚା ତିଆରି କରୁଛନ୍ତି । ସୁଟ ବୁଟ ନୁହେଁ ବରଂ ସାଧାରଣ ଲୋକଙ୍କ ଭଳି ସେ ପାର୍କ ତିଆରି ରେ ଲାଗି ପଡିଛନ୍ତି ଯାହା ତାଙ୍କ ପ୍ରକୃତି ପ୍ରେମ ର ପରିଚୟ ଦେଇଛି । ଯାଜପୁର ରସୁଲପୁର ବ୍ଲକ ର ବିଡ଼ିଓ ଉମାକାନ୍ତ ପରିଡା ଗଛ ଲଗାଇବା ଏବଂ ବଗିଚା ତିଆରି କରିବା ତାଙ୍କର ରୁଚି ।

ସେ ନିଜ ର ନିଷ୍ଠାପର ଉଦ୍ୟମ ରେ ସରକାର ଙ୍କ ଅର୍ଥ ର ସଠିକ ବିନିଯୋଗ କରି ଏବେ ସେ ବ୍ଲକ ପରିସର କୁ କରି ପାରିଛନ୍ତି ସବୁଜିମା ମୟ । ଦିନେ ଯେଉଁ ସ୍ଥାନ ଅଯୋଗ୍ୟ, ଅବ୍ୟବହୃତ ହୋଇ ପଡ଼ିଥିଲା ସେଠି ବିଡ଼ିଓ ନିଜ ହାତରେ ଗଢିଛନ୍ତି ସୁନ୍ଦର ପାର୍କ । ନିଜେ ଝାଳ ବୁହାଇ ଶ୍ରମ କରି ସବୁଦିନ ସକାଳେ ଦୁଇ ଘଂଟା ବ୍ଲକ ପରିସର ରେ ଯାବତୀୟ କାମ କରି ପାର୍କ କୁ ଆକର୍ଷଣୀୟ କରିଛନ୍ତି । ଯେଉଠିକି ଗୋଟିଏ ଲୋକ ଅଟକି ଯିବ ନିଶ୍ଚିତ ।

ତେବେ ବିଡ଼ିଓ ନିଜ ଇଣ୍ଟରଭିଉ ରେ କହିଛନ୍ତି କି ସେ ପ୍ରକୃତି କୁ ବହୁତ ଭଲ ପାଆନ୍ତି ଏବଂ ଗଛ ଲଗାଇବା ଏବଂ ବଗିଚା କରିବା ତାଙ୍କର ଏକ ରୁଚି । ସେ ସବୁଦିନ ନିଜର ଦୁଇ ଘଂଟା ଏହି ଗଛ ଲଗାଇବା ଏବଂ ତାର ଯତ୍ନ ନେବାରେ ବ୍ୟୟ କରନ୍ତି । ସେ ଏହା ମଧ୍ୟ କହିଛନ୍ତି କି ସେ ଯେତେବେଳେ ଏହି କାମ କରନ୍ତି ସେତେବେଳେ ସେ ଜଣେ ପ୍ରଶାସନିକ ଅଧିକାରୀ ନ ଭାବି ନିଜକୁ ଏକ ସାଧାରଣ ଲୋକ ।

ଭାବି କାର୍ଯ୍ୟ କରନ୍ତି ଏବଂ ସେ ଚାହାନ୍ତି କି ଅନ୍ୟ ଲୋକମାନେ ମଧ୍ୟ ତାଙ୍କୁ ଦେଖି ଗଛ ଲଗାନ୍ତୁ ଏବଂ ପ୍ରକୃତି କୁ ସୁନ୍ଦର ଏବଂ ସୁରକ୍ଷିତ ରଖନ୍ତୁ । ଏହା ଛଡା ସେ କହିଛନ୍ତି କି ତାଙ୍କ ବଗିଚାରେ ଅଶୋକ,ଆମ୍ବ,ପଣସ, ଗଙ୍ଗା ଯମୁନା,ଅଁଳା,ମନ୍ଦାର ଗଛ ଆଦି ବିଭିନ୍ନ ପ୍ରକାର ର ଫୁଲ ଫଳ ଗଛ ପାଖାପାଖି ପଚାଶ ଟି ଜାତୀୟ ଗଛ ସବୁ ଲାଗିଛି ଏବଂ ଶୀତ ଦିନେ ଆହୁରି ଅନେକ ଫୁଲ ଗଛ ମଧ୍ୟ ଲାଗିବ ଏବଂ ସେ ଏହି ବଗିଚା କୁ ବହୁତ ସୁନ୍ଦର କରିଦେବେ ।

ବ୍ଲକପରିସର କୁ କେବଳ ସୁନ୍ଦର ନୁହେଁ ବରଂ କିଛି ଲୋକ ଙ୍କୁ ରୋଜଗାର ମଧ୍ୟ ଯୋଗାଇ ପାରିଛନ୍ତି । ଲକଡାଉନ ଏବଂ କୋଭିଡ କଟକଣା ଯୋଗୁଁ ଅନେକ ଶ୍ରମିକ ମାନେ ନିଜ ପେଟ ପୋଷିବା ପାଇଁ ନିରୁପାୟ ଥିବା ବେଳେ ସରକାର ଙ୍କ ସାହାଯ୍ୟ କ୍ରମେ ବିଡ଼ିଓ ଏହି ଅଦରକାରୀ ସ୍ଥାନକୁ ସୁନ୍ଦର ବଗିଚା ରେ ପରିଣତ କରିଛନ୍ତୁ ଏବଂ ଶ୍ରମିକ ମାନଂକୁ ରୋଜଗାର ମଧ୍ୟ ଯୋଗାଇ ପାରିଛନ୍ତି । ତେବେ ସେ ଏହି ବଗିଚା କୁ ବହୁତ ସୁନ୍ଦର କରିଛନ୍ତି ଯିଏ ଯିବ ଥରେ ନିଶ୍ଚିତ ସେହି ସ୍ଥାନକୁ ଯିବାକୁ ଚାହିଁବ ।

ତେବେ କୋଭିଡ କଟକଣା ପାଇଁ ବର୍ତ୍ତମାନ ଯିବା ନିଷେଧ ଅଛି କିନ୍ତୁ ଆଶା କରୁଛୁ ଏହା ଶୀଘ୍ର ଖୋଲିଯିବ ଏବଂ ସମସ୍ତେ ଏହି ସୁନ୍ଦର ବଗିଚାର ସୌନ୍ଦର୍ଯ୍ୟ କୁ ଉପଭୋଗ କରି ପାରିବେ । ବିଡ଼ିଓ ବାବୁଙ୍କ ଏପରି କାମ ପାଇଁ ନିଶ୍ଚୟ ଲେଖନ୍ତୁ ଗୁଡ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button