ସ୍ୱାସ୍ଥ୍ୟ

ଆମ୍ବିଳା ହାକୁଡି ହେଲେ କ’ଣ କରିବେ ? Dr Subhasri Subhadarsini

ବନ୍ଧୁଗଣ, ସାଧାରଣତଃ ବହୁତ ଜଣଙ୍କ ମାନରେ ଏହି ପ୍ରଶ୍ନ ରହିଥାଏ ଯେ ଅମ୍ବିଳା ହାକୁଡି କ’ଣ ? କେମିତି ହୁଏ ? ଏହା କିଛି ରୋଗର ଲକ୍ଷଣ କି ? ଏହି ସମସ୍ତ ପ୍ରଶ୍ନର ଉତ୍ତର ଆଜି ଆମ୍ଭେ ଆପଣ ମାନଙ୍କୁ କହିବାକୁ ଯାଉଅଛୁ । ତେବେ ଆମ୍ବିଳା ହାକୁଡି କ’ଣ ପାଇଁ ହୋଇଥାଏ ? ଯେତେବେଳେ ଆମ୍ଭର ପେଟରେ ଏସିଡ ପ୍ରଡ୍ୟୁସ ହୋଇଥାଏ ତାହା ଖାଇବା ହଜମ କରିବା ନିମନ୍ତେ ହୋଇଥାଏ ।

ତେବେ ସେହି ଏସିଡ ଯେତେବେଳେ ଆମ୍ଭ ଖାଦ୍ୟ ନଳୀକୁ ଚାଲିଯାଇଥାଏ, ସେତେବେଳେ ଆମ୍ଭକୁ ଆମ୍ବିଳା ହାକୁଡି ହୋଇଥାଏ । ଯଦି ଆମ୍ଭେ କିଛି ଅଧିକ ଖାଇଦେଇଥାଉ ଭୋଜି ହେଉ କି ଅନ୍ୟ କୌଣସି ଖାଦ୍ୟ ତେବେ ସାଧାରଣ ଭାବରେ ଆମ୍ବିଳା ହାକୁଡି ହୋଇଥାଏ । ମାତ୍ର ଏହା ଯଦି ସପ୍ତାହ ସପ୍ତାହ ଧରି ହୋଇଥାଏ ତେବେ ତେବେ ଏହା ରୋଗର ଲକ୍ଷଣ ଅଟେ । ଆମ୍ଭର ପାକସ୍ଥଳୀ ରେ ଯେଉଁ ଖାଇବା ରହିଥାଏ, ତାହା ଖାଦ୍ୟ ନଳୀ କୁ ଆସିଯାଇଥାଏ ଯେତେବେଳେ ଏହା ହୋଇଥାଏ, ସେତେବେଳେ ଆମ୍ଭକୁ ଆମ୍ବିଳା ହାକୁଡି ଆସିଥାଏ ।

ଦ୍ଵିତୀୟରେ ଆମ୍ଭର ଅନ୍ତନଳୀରେ କିଛି ଗୋଟେ ବାଟ ଯଦି ଜାମ ହୋଇଯାଇଅଛି, ତେବେ ଏହାର ଅର୍ଥ ଅନ୍ତ ନଳୀରେ ଖାଦ୍ୟଟି ଆଗକୁ ଯାଇ ପାରୁନାହିଁ, ତାହା ପଛକୁ ଫେରି ଆସିଥାଏ ଏବଂ ଯେତେବେଳେ ତାହା ପଛକୁ ଫେରି ଆସିଥାଏ, ତେବେ ମଧ୍ୟ ଆମ୍ବିଳା ହାକୁଡି ହୋଇଥାଏ । ଆଉ ଏକ ହେଉଛି ଯଦି ଆପଣଙ୍କୁ ଲାଗି ରହୁଛି ଯେ ଆପଣଙ୍କୁ ଆମ୍ବିଳା ହାକୁଡି ତେବେ ଏହା ଷ୍ଟମକ କ୍ୟାନ୍ସର ଅଟେ । ଅର୍ଥାତ ଏହା କର୍କଟ ରୋଗର ମଧ୍ୟ ଲକ୍ଷଣ ହୋଇଥାଏ ।

ଯଦି ଖାଇବା ଖାଇବା ପରେ ଶୋଇଥିବେ ଏବଂ ହଠାତ ଛାତି ଜଳିବାକୁ ଲାଗେ ତେବେ ରୋଗୀ ମାନେ ଡରିଯାଇଥାନ୍ତି । ଯଦି ଏହିଭଳି ଆମ୍ବିଳା ହାକୁଡି ହେଉଛି ତେବେ ଆପଣ କିଭଳି ଭାବରେ ଚିକିତ୍ସ୍ୟା କରିବେ ? ଆପଣ ଯଦି ମୋଟା ଅଛନ୍ତି ତେବେ ଆପଣଙ୍କୁ ପ୍ରଥମେ ମୋଟାପଣ କୁ କମାଇବାକୁ ହେବ । ଅଧିକ ମୋଟା ହେଲେ ତଥା ଓଜନ ବଢିଲେ ଏହି ଖାଦ୍ୟ ଖାଦ୍ୟନଳୀ କୁ ବାରମ୍ବାର ଆସିବ । ତେବେ ନିୟମିତ ଓଜନ କମାଇବା ନିମନ୍ତେ ଆପଣ ନୀତିଦିନ ବ୍ୟାୟାମ କରିପାରିବେ । ଏହା ସହିତ ଖାଦ୍ୟ ଖାଇବା ଶୈଳୀରେ ପରିବର୍ତ୍ତନ କରିବାକୁ ହେବ ।

ଅର୍ଥାତ ଆପଣ ଯେତେବେଳେ ସାଙ୍ଗେ ସାଙ୍ଗେ ଖାଇବେ ତେବେ ହଠାତ ଖାଇବା ପରେ ଶୋଇଜାଆନ୍ତୁ ନାହିଁ । ଏହା ପରିବର୍ତ୍ତେ ଆପଣ ୫ ରୁ ୬ ଟି ମିଲ୍ସ ନିଅନ୍ତୁ । ତଥା କମ କମ ଆମାଉଣ୍ଟ ରେ ଖାଆନ୍ତୁ । ଧ୍ୟାନ ରଖିବେ ଯେ ଶୋଇବା ତଥା ଖାଇବା ମଧ୍ୟରେ ଯେମିତି ଏକ ଘଣ୍ଟା ରୁ ଦେଢ ଘଣ୍ଟା ର ଗ୍ୟାପ ଥିବ ।

ଏହା ସହିତ ଖାଇବା ସାଙ୍ଗେ ସାଙ୍ଗେ ପାଣି ଆଦୌ ସେବନ କରନ୍ତୁ ନାହିଁ । ତେବେ ଏହିସବୁ ପରିବର୍ତ୍ତନ କରିଲେ ତଥା ଆମ୍ଭେ ଆମ୍ଭ ଜୀବନଶୈଳୀ କୁ ପରିବର୍ତ୍ତନ କରିଲେ ଆମ୍ଭେ ନିଶ୍ଚିତ ଭାବରେ ଏଥିରୁ ବଞ୍ଚିତ ରହି ପାରିବା ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button