ଦେଶ- ବିଦେଶ

ଚାଣକ୍ୟଙ୍କ ଅନୁସାରେ ସେହି ବ୍ୟକ୍ତି ହେଇଥାଏ ସବୁଠୁ ବୁଦ୍ଧିମାନ ଯିଏ ଏହି ୪ଟି କଥାକୁ ସମସ୍ତଙ୍କ ଠାରୁ ଲୁଚେଇକି ରଖିଥାଏ

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅନୁସାରେ ଯିଏ ନିଜର ରହସ୍ୟକୁ ଲୁଚାଇ ରଖିଥାଏ ସେହି ବ୍ୟକ୍ତି ହିଁ ବୁଦ୍ଧିମାନ ଅଟେ । କାରଣ ଯେତେବେଳେ ମଣିଷ ସମାଜ ଆଗରେ ନିଜର କିଛି ରହସ୍ୟକୁ ପ୍ରକାଶ କରିଥାଏ ସେତେବେଳେ ସେ ପରିହାସ ର ପାତ୍ର ପାଲଟି ଯାଇଥାଏ । ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି କି, ମଣିଷକୁ କେବେବି ନିଜର ଧର୍ମର ରହସ୍ୟ, ନିଜର ଖାଦ୍ୟପେୟ, ନିଜର ଓ ନିଜ ପତ୍ନୀର ଚରିତ୍ର ସମ୍ବନ୍ଧରେ କେବେବି ସମାଜ ଆଗରେ କହିବା କଥା ନୁହେଁ ।

ଆଚାର୍ଯ୍ୟ ଚାଣକ୍ୟ ଏହି ଚାରୋଟି ଉପଦେଶ ବୁଦ୍ଧିମାନ ବ୍ୟକ୍ତି ପାଇଁ କହିଛନ୍ତି ଯାହାକି ସବୁବେଳେ ରହସ୍ୟ ବା ଗୁପ୍ତ ରହିବା ଆବଶ୍ୟକ ।

ନିଜର ଅପମାନ କୁ କେବେବି ଅନ୍ୟ ଆଗରେ କହିବା କଥା ନୁହେଁ କାରଣ ଏମିତି କରିବା ଫଳରେ ସମାଜରେ ଅଧିକ ଅପମାନିତ ହେବାକୁ ପଡ଼ିଥାଏ ।

ଜଣେ ବୁଦ୍ଧିମାନ ବ୍ୟକ୍ତି କେବେବି ନିଜ ପତ୍ନୀର ଚରିତ୍ରରେ ଦାଗ ଲାଗିବାକୁ ଦିଏ ନାହିଁ କାରଣ ଯଦି ଥରେ ସେ ଅନ୍ୟ ପାଖରେ ନିଜ ପତ୍ନୀ ଚରିତ୍ରହୀନ କହେ ନିଜ ସମ୍ପର୍କରେ ତିକ୍ତତା ଆସିବା ସହ ଅନ୍ୟ ଆଗରେ ମଧ୍ୟ ପରିହାସ ପାତ୍ର ହୋଇ ଯାଇଥାଏ ।

ବ୍ୟାପାର ସମ୍ବନ୍ଧରେ ମଧ୍ୟ ଆଚାର୍ଯ୍ୟ ଚାଣକ୍ୟ ମଧ୍ୟ କହିଛନ୍ତି କି, ଜଣେ ବୁଦ୍ଧିମାନ ବ୍ୟକ୍ତି କେବେବି ନିଜର ବ୍ୟାପାରର ଲାଭ କ୍ଷତି ବିଷୟରେ ଅନ୍ୟ ସମ୍ମୁଖରେ ଆଲୋଚନା କରିବା କଥା ନୁହେଁ କାରଣ ଆପଣଙ୍କ ଦରକାର ସମୟରେ ଆପଣଙ୍କୁ କଦାପି ସାହାଯ୍ୟ ମିଳିବ ନାହିଁ । ତେଣୁ ନିଜ ବ୍ୟାପାର ସମ୍ବନ୍ଧରେ ଗୁପ୍ତ ରଖିବା ନିହାତି ଜରୁରୀ ଅଟେ ।

ନିଜର ବ୍ୟକ୍ତିଗତ ସମସ୍ୟା ସମ୍ପର୍କରେ ଗୁପ୍ତ ରହିବା କଥା ମଧ୍ୟ ଆଚାର୍ଯ୍ୟ କହିଛନ୍ତି ।ସେ କହିଛନ୍ତି କି ଜଣେ ବୁଦ୍ଧିମାନ ବ୍ୟକ୍ତି ସେହି ହୋଇଥାଏ ଯିଏ କି ନିଜର ବ୍ୟକ୍ତିଗତ ସମସ୍ୟା ସମ୍ପର୍କରେ ଅନ୍ୟକୁ ନକହି ନିଜେ ତାର ସମାଧାନ କରିଥାଏ । ଯଦି ସେ ଅନ୍ୟକୁ କହେ ତେବେ ପରିହାସର ପାତ୍ର ହୋଇଯାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button