ଜ୍ୟୋତିଷ

ଚାଣକ୍ୟ ନୀତି: ମଣିଷକୁ ଭୁଲରେବି କରିବା କଥା ନୁହେଁ ଏହି କାମ, ଜୀବନ ଉପରେ ଆସିପାରେ ସଙ୍କଟ

ମଣିଷକୁ ପୃଥିବିରେ ଶ୍ରେଷ୍ଠ ପ୍ରାଣୀ ବୋଲି କୁହା ଯାଇଥାଏ । ତେଣୁ ମଣିଷ ଏମିତି କିଛି ଭଲ କାମ କରିବା ଉଚିତ ଯାହା ଦ୍ଵାରା ସେ ସମାଜରେ ସଂମ୍ମାନ ଏବଂ ପ୍ରତିଷ୍ଠା ପାଇ ପାରିବ । ମଣିଷ ଭଲ କାମ କଲେ ତାହାକୁ ଭଲ ଫଳ ବି ମିଳିଥାଏ । ଯେଉଁ ମଣିଷ ଭଲ କାମ ବଦଳରେ ଖରାପ କାମ କରିଥାଏ ତାକୁ ଏହି ସମାଜ ପଶୁର ଆଖ୍ୟା ଦେଇଥାଏ ଏବଂ ସେ ତା ଜୀବରେ ବହୁତ ଦୁଃଖ କଷ୍ଟ ବି ପାଇଥାଏ । ଏଥିପାଇଁ ଚାଣକ୍ୟ କିଛି କାମ ବିଷୟରେ କହିଛନ୍ତି ଯାହାକୁ ମଣିଷ କେବେ ହେଲେ ବି କରିବା କଥା ନୁହେଁ । ତା ହେଲେ ଆସନ୍ତୁ ଜାଣିବା ସେହି କାମ ଗୁଡିକ ବିଷୟରେ ।

ଆଚାର୍ଯ୍ୟ ଚାଣକ୍ୟ ସମାଜର ସବୁ ବସ୍ତୁ ଉପରେ ବହୁତ ଭଲ ଭାବେ ଏବଂ ନିରୀକ୍ଷଣର ସହିତ ପରୀକ୍ଷା କରିଛନ୍ତି ଯାହା ମଣିଷଙ୍କୁ ପ୍ରଭାବିତ କରିଥାଏ । ଶେଷରେ ସେ ଜାଣିବାକୁ ପାଇଲେ କି କିଛି କାମ ଅଛି ଯାହାକୁ ମଣିଷ କେବେ ହେଲେ ବି କରିବା ଉଚିତ ନୁହେଁ । ଯଦି ମଣିଷ ଏହି କାମ କରେ ତାହେଲେ ତାର ଜୀବନ ନଷ୍ଟ ହୋଇଯିବା ସହିତ ତା ଜୀବନକୁ ଅନେକ ଗୁଡିଏ ବିପଦ ମାଡି ଆସିଥାଏ ।

ଚାଣକ୍ୟ ମନା କରିଥିବା କାମ

ପ୍ରକୃତି ସହିତ ଖରାପ ବ୍ୟବହାର

ପ୍ରକୃତି ବହୁତ ଶକ୍ତିଶାଳୀ ହୋଇଥାଏ ତେଣୁ ଯିଏ ବି ତାକୁ କ୍ଷତି ପହଞ୍ଚାଇବା ପାଇଁ ଚେଷ୍ଟା କରିଥାଏ ସେ ମହାମାରୀ, ପ୍ରାକୃତିକ ବିପତ୍ତି ଏବଂ ପ୍ରଳୟ ରୂପେ ସାମନାକୁ ଆସି ତାଙ୍କୁ ବହୁତ କଷ୍ଟ ଦେଇଥାଏ । ଏଥିପାଇଁ କୌଣସି ବି ମଣିଷ ପ୍ରକୃତିକୁ କଷ୍ଟ ଦେବା ଭଳି କାମ କରନ୍ତୁ ନାହିଁ ଏପରି କଲେ ଆପଣଙ୍କ ଜୀବନ ସଙ୍କଟରେ ପଡିପାରେ ।

ସାମାଜିକ ପରିବେଶକୁ ଖରାପ କରନ୍ତୁ ନାହିଁ

ମଣିଷ ଏକା ରହିଲେ ସେ କିଛି ବି କରି ପାରିବ ନାହିଁ ସେଥିପାଇଁ ତାକୁ ଅନ୍ୟ ଲୋକର ସାହାଯ୍ୟ ନେବାକୁ ପଡିଥାଏ । ଏଥିପାଇଁ ଲୋକଙ୍କ ଦ୍ଵାରା ସମାଜ ଗଠନ କାରାଯାଇଛି । ଏହା ମଣିଷଙ୍କର ଭଲ ପାଇଁ ହୋଇଛି । ଯଦି କୌଣସି ବ୍ୟକ୍ତି ନିଜର କାମକୁ ହାସଲ କରିବା ପାଇଁ ଲୋକଙ୍କୁ ବ୍ୟବହାର କରିଥାଏ ତାହେଲେ ସାମାଜିକ ପରିବେଶ ପ୍ରଭାବିତ ହୋଇଥାଏ ଯାହାଦ୍ୱାରା ବହୁତ ପ୍ରକାରର ସମସ୍ୟା ସୃଷ୍ଟି ହୋଇଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button