ଦେଶ- ବିଦେଶ

ସ୍ତ୍ରୀ ମୋର ବିଦେଶିନୀ ହେଇ ବି ଜପେ ହରେ କୃଷ୍ଣ, ଆମେରିକାରେ ଆମର ପ୍ରଥମ ଦେଖା ହୋଇଥିଲା, ଆଉ ତା’ ପରେ ଓଡିଶାରେ ଆମେ…’

ବନ୍ଧୁଗଣ, ସୂଚନା ଅନୁଯାୟୀ ଭୁବନେଶ୍ଵର ବିମାନ ବନ୍ଦରରେ ହରେକୃଷ୍ଣ ହରେରାମ ନାମ ଜପୁଥିବାର ଏକ କୁନି ଝିଅକୁ ଦେଖିବାକୁ ମିଳିଥିଲା । ବିମାନ ବନ୍ଦରରେ କୁନି ଝିଅ ସହିତ ସଂପୂର୍ଣ୍ଣ ପରିବାର ଅପେକ୍ଷା କରିଥିଲେ ତାଙ୍କ ଗୁରୁମା କୁ ଭେଟିବା ପାଇଁ, ତେବେ ଏହାକୁ ନେଇ ଉକ୍ତ ପରିବାରର ସଦସ୍ୟ କହିଛନ୍ତି ଯେ ସେ ବୈଷ୍ଣବୀ ଧର୍ମ ନେଇଛନ୍ତି, ତାଙ୍କ ସ୍ତ୍ରୀ ମଧ୍ୟ ନେଇଛନ୍ତି, ତାଙ୍କ ମା’ ତଥା ତାଙ୍କ ଝିଅ ସମସ୍ତେ ବୈଷ୍ଣବୀ ଧର୍ମର ଅଟନ୍ତି ।

ବ୍ୟକ୍ତି ଜଣଙ୍କ ହେଉଛନ୍ତି ଓଡିଆ କିନ୍ତୁ ତାଙ୍କ ସ୍ତ୍ରୀ ଓଡିଆ ନୁହଁନ୍ତି, ସେ ହେଉଛନ୍ତି ବିଦେଶିନୀ । ସେ ଆମେରିକା ଯାଇଥିଲେ ପାଠ ପଢିବା ପାଇଁ, ସେଠାରେ ସେ ତାଙ୍କ ସ୍ତ୍ରୀ ଙ୍କ ସହିତ ଭେଟିଥିଲେ, ଉଭୟ ଭକ୍ତି ମାର୍ଗରେ ଥିଲେ । ବିବାହ କରିବାର ପ୍ରାୟ 8 ବର୍ଷ ହୋଇଗଲାଣି ଏବଂ ଭୁବନେଶ୍ବରରେ ବିବାହ କରିଥିଲେ । ବର୍ତ୍ତମାନ ସେ ଛୁଟିରେ ଆସିଛନ୍ତି ମାସେ ରୁ ଦୁଇ ମାସ ହେବ ।

ଏହା ପରେ ଯାତ୍ରା ସରିଲା ପରେ ସେମାନେ ସବୁ ଆମେରିକା ଚାଲିଯିବେ ବୋଲି କହିଛନ୍ତି । ଆମେରିକାରେ ରହି ମଧ୍ୟ ଉକ୍ତ ବ୍ୟକ୍ତି ଧୋତି ପିନ୍ଧି ହରେକୃଷ୍ଣ ହରେରାମ ଜପିଛନ୍ତି, ଏବଂ ତାଙ୍କ ଛୁଆ ଙ୍କୁ ମଧ୍ୟ ତାହା ଶିଖାଉଛନ୍ତି । ଏହାକୁ ନେଇ ବ୍ୟକ୍ତି ଜଣଙ୍କ କହିଥିଲେ ଯେ ଏହା ଆମର ଧର୍ମ, କେତେକ ଲୋକଙ୍କୁ ଭଲ ଲାଗୁଛି ଜିନ୍ସ ପିନ୍ଧିବା ତଥା ମର୍ଡେନ ହୋଇ ରହିବା ସେହିଭଳି ଆମକୁ ମଧ୍ୟ ଭଲ ଲାଗୁଛି ଏହିଭଳି ପୋଷାକ ପିନ୍ଧି ପ୍ରଭୁ ଙ୍କ ନାମ ନେଇ ରହିବାକୁ ।

ବର୍ତ୍ତମାନ ତାଙ୍କ ଝିଅ କୁ 3 ବର୍ଷ ଏବଂ ସମସ୍ତେ ବର୍ତ୍ତମାନ ଆମେରିକାରେ ରହୁଥିବାରୁ ସେ ଇଂରାଜୀ ରେ କଥା ହେଉଥିଲେ ମଧ୍ୟ ଓଡିଆ ଟିକେ ଟିକେ ଶିଖୁଛନ୍ତି ବୋଲି କହିଥିଲେ । ତେବେ ଓଡିଆ ହୋଇ ଜଣେ ଅଣ ଓଡିଆ ବୋହୂ ପାଇବା କୁ ନେଇ ବ୍ୟକ୍ତି ଙ୍କ ମା’ କହିଛନ୍ତି ଯେ ଭାଗ୍ୟରେ ଥିଲେ ଏଭଳି ପରିବାର ମିଳେ ।

ତାଙ୍କ ପୁଅ ବିଦେଶରେ ରହିଲେ ମଧ୍ୟ ପ୍ରଭୁଙ୍କ ଶରଣରେ ରହିଛି । ଭାଗ୍ୟରେ ଥିଲେ ଏହିଭଳି ପ୍ରଭୁ ଙ୍କ ସଂସ୍ପର୍ଶରେ ଆସିବାକୁ ସୁଯୋଗ ମିଳିଥାଏ ବୋଲି କହିଥିଲେ ଯୁବକ ଙ୍କ ମା’ । ତେବେ ଆମେରିକୀୟ ଯୁବତୀ କହିଛନ୍ତି ଯେ ଜଗନ୍ନାଥ ଙ୍କୁ ଦେଖି ସେ ବହୁତ ଖୁସି ହୁଅନ୍ତି ଏବଂ ଭାରତର ସଂସ୍କୃତି କୁ ନେଇ ସେ ବହୁତ ଗର୍ବିତ ଅଟନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button