ଦେଶ- ବିଦେଶ

‘ମୁଁ ସୁର ରାଉତରାୟଙ୍କ ପୁଅ ହେଇ ବି ନିଜେ ଲୋନ କରି ପାଇଲଟ ବନିଛି, ବାପାଙ୍କ ପଇସାରେ ନୁହେଁ, କାରଣ ମୁଁ ଚାହେଁ…’ Manmatha Routray

ବନ୍ଧୁଗଣ, ସୂଚନା ଅନୁଯାୟୀ ସୁର ରାଉତରାୟ ଙ୍କ ପୁଅ ମନମଥ ରାଉତରାୟ ପେଶାରେ ହେଉଛନ୍ତି ପାଇଲଟ, ଏ ଦେଶରୁ ସେ ଦେଶକୁ ଏରୋପ୍ଳେନ ଉଡାଇବା ତାଙ୍କ କାମ କିନ୍ତୁ ତାଙ୍କର ନିଶା କିଛି ଅଲଗା ରହିଛି, ନିଶା ହେଉଛି ଗରିବ ଲୋକଙ୍କ ପାଖରେ ପହଞ୍ଚିବା ତାଙ୍କ ଦୁଃଖ ବୁଝିବା ତଥା ତାଙ୍କ ଦୁଃଖ ସୁଖର ସାଥି ହେବା । ଏଥିପାଇଁ ସେ ଯେତେବେଳେ ଛୁଟି ପାଆନ୍ତି ନିଜ ଘରକୁ ଆସିଲେ ଘରେ ଗୋଟିଏ ମୂହୁର୍ତ୍ତ ମଧ୍ୟ ରୁହନ୍ତି ନାହିଁ ।

ତେବେ ଏ ନେଇ ସେ କ’ଣ କହିଛନ୍ତି ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ମନ୍ମଥ ରାଉତରାୟ କହିଥିଲେ ଯେ ଯଦି ତାଙ୍କ ବାପା ଙ୍କର କିଛି ଗୁଣ ତାଙ୍କ ପାଖରେ ଅଛି ତେବେ ଏହି ଗୋଟିଏ ରୁ ଦୁଇଟି ଗୁଣ ତାଙ୍କ ପାଖରେ ରହିଛି । ଗରିବ ଲୋକ ଙ୍କ ପରିସ୍ଥିତି ଯେଉଁଭଳି ଥାଉ ସେ ସେଥିରେ ତାଙ୍କ ସହିତ ରହି ତାଙ୍କ ଦୁଃଖ କଥା ବୁଝିପାରିବେ ।

ମାତ୍ର ତାଙ୍କର ଯାହା ଜୀବନଶୈଳୀ ରହିଛି ଗୋଟିଏ ପାଇଲଟ ଭାବରେ, କମାଣ୍ଡର ଭାବରେ ସେ ସମଗ୍ର ବିଶ୍ଵ ଭାବରେ କଭର କରିସାରିଲେଣି । ସେ ଜୀବନଶୈଳୀ ଏ ଜୀବନଶୈଳୀ ବହୁତ ଅଲଗା ଅଟେ କିନ୍ତୁ ସେବା କରିବାର ତାଙ୍କର ବହୁତ ମନ ରହିଅଛି । ସୁର ଙ୍କ ପୁଅ କହିଛନ୍ତି ଯେ ନେତା ହେବାରେ ତାଙ୍କର ମନ ନାହିଁ ମାତ୍ର ସେବା କରିବାର ତାଙ୍କର ମନ ଅଛି ବହୁତ । ତାଙ୍କ ସମ୍ଭଳ ଅନୁସାରେ ସେ ବେସୀ କିଛି ନ କରିପାରିଲେ ମଧ୍ୟ ଯେତିକି ତାଙ୍କ ଦ୍ଵାରା ସମ୍ଭବ ସେ ନିଶ୍ଚିତ ଗରିବ ଲୋକଙ୍କ ପାଇଁ ସେତିକି କରିବାକୁ ପ୍ରୟାସ କରିବେ ।

ମନ୍ମଥ ରାଉତରାୟ କୌଣସି ଗରିବ ଲୋକଙ୍କ ପାଇଁ କିଛି କରିବାକୁ ଚେଷ୍ଟା କରିଥିବେ ମାତ୍ର ଠିକ ସେହି ସମୟରେ ତାଙ୍କୁ ବାହାରକୁ ଯିବାକୁ ପଡିଥାଏ, ତାହା କୁ ନେଇ ସେ ବହୁତ ବ୍ୟସ୍ତ ହୋଇଥାନ୍ତି କାରଣ ଉପସ୍ଥିତି ରହି ସବୁ କାମ ସମ୍ଭବ ହୋଇଥାଏ । ତାଙ୍କର ବର୍ତ୍ତମାନ 7 ରୁ 8 ଜଣ ଟିମ ମେମ୍ବର ଅଛନ୍ତି ତାଙ୍କ ସହଯୋଗ ରେ ମନ୍ମଥ ଗରିବ ଲୋକଙ୍କ ପାଖରେ ପହଞ୍ଚି ପାରନ୍ତି ।

ତାଙ୍କ ଟିମ ତାଙ୍କଠାରୁ ଯେତିକି ସିଖୁ ନଥିବ ସେ ତାଙ୍କ ଟିମ ଠାରୁ ସେତିକି ଶିଖିବାକୁ ପାଇଛନ୍ତି ବୋଲି କହିଛନ୍ତି । ମନ୍ମଥ ଏହା କହିଥିଲେ ଯେ ସେ ପାଇଲଟ ପାଇଁ ଇଣ୍ଟ୍ରାନ୍ସ ଦେବା ସମୟରେ ତାଙ୍କ ଅବାପା ସୁର ଏହା ଆଦୌ ଜାଣିନଥିଲେ । ଏକାଡେମି ରେ ଯଏନ କରିବା ପାଇଁ ସେ ଲୋନ କରି ତଥା ସ୍କଲରସିପ ନେଇ ନିଜ ପାଠପଢା ଶେଷ କରିଥିଲେ । ତେବେ ଏହିଭଳି କିଛି କଥା ସେୟାର କରିଥିଲେ ସୁର ରାଉତରାୟ ଙ୍କ ସୁପୁତ୍ର ମନ୍ମଥ ରାଉତରାୟ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button