ହାଇଦ୍ରାବାଦରୁ ଶିଶୁବିକ୍ରି ରାକେଟ ଠାବ , ୧୩ ଶିଶୁ ଉଦ୍ଧାର – Kalinga News

[ad_1]
ହାଇଦ୍ରାବାଦ : ହାଇଦ୍ରାବାଦରୁ ଏକ ଆନ୍ତଃରାଜ୍ୟ ଶିଶୁ ଚୋୁରାଚାଲାଣ ରାକେଟ୍ ଠାବ ହୋଇଛି। ଚଢ଼ଉ କରି ୧୩ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନାନୁଯାୟୀ ମେ’ ୨୨ ତାରିଖରେ ୪.୫୦ ଲକ୍ଷ ଟଙ୍କାରେ ଏକ ନବଜାତ ଶିଶୁକୁ ବିକ୍ରି କରିବା ଘଟଣାରେ ପୁଲିସ ଶୋଭା ରାଣୀ ନାମ୍ନୀ ଜଣେ ଡାକ୍ତରଙ୍କୁ ଗିରଫ କରିଥିଲେ। ଏହି ମାମଲାରେ ପୁଲିସ ଅଧିକ ଅନୁସନ୍ଧାନ ଆରମ୍ଭ କରିବାପରେ ଶିଶୁବିକ୍ରି ରାକେଟର ପର୍ଦ୍ଦାଫାସ ହୋଇଛି। ମେଡିପାଲ୍ଲୀ ପୁଲିସ ମାମଲାରେ ୮ଜଣ ମହିଳାଙ୍କ ସମେତ ୧୧ଜଣଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ମିଳିଥିବା ସୂଚନା ଆଧାରରେ ୪ ଶିଶୁ ପୁତ୍ର ଓ ୯ ଶିଶୁ କନ୍ୟାଙ୍କୁ ଉଦ୍ଧାର କରାଯାଇଛି। ଜେରାବେଳେ ଦିଲ୍ଲୀ ଓ ପୁଣେର ଦୁଇଜଣ ବ୍ୟକ୍ତି ସେମାନଙ୍କୁ ଏହି ଶିଶୁଙ୍କୁ ବିକ୍ରି କରିଥିବା କହିଛନ୍ତି। ପୋଷ୍ୟ ଗ୍ରହଣ ପ୍ରକ୍ରିୟା ଦୀର୍ଘ ଓ ଅନେକ ଜଟିଳ ଆଇନ ପ୍ରକ୍ରିୟା ଥିବାରୁ ସେମାନେ ଏଭଳି ଶିଶୁଙ୍କୁ କିଣିଥିବା ସ୍ବୀକାର କରିଛନ୍ତି। ରଚାକୋଣ୍ଡା କମିସନରେଟ୍ ପୁଲିସ କମିସନର ତରୁଣ ଯୋଶୀ କହିଛନ୍ତି, ସେମାନେ ଦିଲ୍ଲୀ, ପୁଣେ ଆଦି ଅଞ୍ଚଳର ଗରିବ ଲୋକଙ୍କ ଠାରୁ ୨ ମାସରୁ ୨ ବର୍ଷ ଶିଶୁ ସନ୍ତାନଙ୍କୁ ଅଳ୍ପ କିଛି ଟଙ୍କା ଦେଇ କିଣୁଥିଲେ। ପରେ ଏହି ଶିଶୁଙ୍କୁ ୧.୮ ଲକ୍ଷ ଟଙ୍କାରୁ ୫.୫ ଲକ୍ଷ ଟଙ୍କାରେ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ ବିକ୍ରି କରୁଥିଲେ।
[ad_2]