ରାଜ୍ୟ
ମୁଁ ଶ୍ରୀମନ୍ଦିର ଚୁଲି ଭାଙ୍ଗି ପାପ କରିନି କହିଲେ ପୁଣି ଗଢ଼ିଦେବି

ଆପଣ ମାନେ ତ ନିଶ୍ଚିତ ଭାବରେ ଜାଣିଥିବେ ପୁରି ଶ୍ରୀ ମନ୍ଦିର ର ରୋଷ ଘରେ ପଶି କେହି ଜଣେ ୪୨ ଟି ଚୂଲି ଭଙ୍ଗୀ ଦେଇଥିବା ର ଘଟଣା। ଯାହାକି ଏବେ ଏକ ଚର୍ଚ୍ଚା ର ବିଷୟ ପାଲଟିଛି। ବହୁତ ତନା ଘନା ପରେ ସେ ଲୋକଟିକୁ ପୋଲିସ ବେଗୁନିଆ ଦେଉଳି ଠାରୁ ଗିରଫ କରିଛି।
ତେବେ ଯେତେ ବେଳେ ସେ ଅଭିଯୁକ୍ତ ଙ୍କୁ ପଚରା ଯାଇଥିଲା ଯେ ତୁମେ ମହାପ୍ରଭୁଙ୍କ ଚୂଲି ଭଙ୍ଗିଲ ତୁମକୁ ଦୁଃଖ ଲାଗୁନାହିଁ ।ସେ ପ୍ରତିକ୍ରିୟା ସ୍ୱରୂପ କହିଛନ୍ତି ନିଶ୍ଚିତ ଭାବରେ ଦୁଃଖ ଲାଗୁଛି। କିନ୍ତୁ ସେତେ ବେଳେ ଭୁଲ୍ ହୋଇଗଲା ତ ହୋଇଗଲା ଆଉ କିଛି କରିହେବ ନାହିଁ। ଆହୁରି ମଧ୍ୟ କହିଲେ ସେ ମହା ଲକ୍ଷ୍ମୀ ଙ୍କ ଚୂଲି ମହା ଲକ୍ଷ୍ମୀ ରାନ୍ଧୁ ଛନ୍ତି ସେ କାହାକୁ ଦେଉଛନ୍ତି ତ କାହାକୁ କିଛି ଦେଉନାହାନ୍ତି କିନ୍ତୁ ଆମକୁ ତ କିଛି ଦେଉନାହାନ୍ତି କି ଆମେ ବି କିଛି ପାଉନାହୁଁ।
ସେ ପୁରୀ ବୁଲିବାକୁ ଆସିଥିଲେ। ସେ ପେଶା ରେ ଜଣେ ଲାଇନ ମ୍ୟାନ ଦଶ ବର୍ଷ ହେବ ସେ ଲାଇନ ମ୍ୟାନ ଭାବରେ ଟାଟା ର ଏଲେକ୍ଟ୍ରୀ ଡିପାର୍ଟମେଣ୍ଟ କାର୍ଯ୍ୟ କରିଲେଣୀ। ତାଙ୍କ ପରିବାର ମଧ୍ୟ ଅଛନ୍ତି କିନ୍ତୁ ସେ ଅବିବାହିତ ଅଟନ୍ତି।
ରିପୋର୍ଟର ଙ୍କ ବାରମ୍ବାର ପଚାରିବା ଦ୍ଵାରା ସେ ଚିଡ଼ିଗଲେ । କହିଲେ ଭୁଲ୍ ହୋଇଯାଇଛି ତ ହୋଇଯାଇଛି ବାରମ୍ବାର ପଚାରିବା ଦ୍ଵାରା ମନ ଅଧିକା ଦୁଃଖ ହେଉଛି। ଆଉ ମଧ୍ୟ କହିଛନ୍ତି ତାଙ୍କ ସହ କେହି ସାମିଲ ନଥିଲେ ସେ ଏହି କାର୍ଯ୍ଯ ଏକା ହିଁ କରିଛନ୍ତି। ଆଉ କିଛି ପଚାରିଲା ବେଳେ ସେ ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ।