ବାଲିଗୁଡା ଓ ତୁମୁଡିବନ୍ଧ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଲାଗିଲା ମାଓ ବିରୋଧୀ ପୋଷ୍ଟର
ବାଲିଗୁଡା ଓ ତୁମୁଡିବନ୍ଧ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଲାଗିଲା ମାଓ ବିରୋଧୀ ପୋଷ୍ଟର । କନ୍ଧମାଳ-ବୌଦ୍ଧ ଆଦିବାସୀ ସୁରକ୍ଷା ମଞ୍ଚ ପକ୍ଷରୁ ଏକାଧିକ ପୋଷ୍ଟର ଜାରୀ ହୋଇଥିବା ପୋଷ୍ଟରରେ ଉଲ୍ଲେଖ ରହିଛି । ବାଲିଗୁଡା ଥାନା ରେବୀଙ୍ଗିଆ, ବାରଖମା, ବାଟାଗୁଡା, ମିଡିଆକିଆ, କାମ୍ବେରିକିଆ ସମେତ ତୁମୁଡିବନ୍ଧ ଥାନା କୁର୍ତମଗଡ଼ ଅଞ୍ଚଳର ବିଭିନ୍ନ ସ୍ଥାନରେ ଏହି ପୋଷ୍ଟର ଦେଖିବାକୁ ମିଳିଛି ।
ବହୁ ବର୍ଷ ହେବ ମାଓବାଦୀ ଆମ ଅଂଚଳକୁ ଆସି ଆମ ସମସ୍ୟାର ସମାଧାନ କରିଦେବେ କହି ସରଳତାର ସୁଯୋଗ ନେଇ ଆମକୁ କବ୍ଜା କରିନେଲେ। ଏଥିସହ ଗୁଳି ବନ୍ଧୁକର ଭୟ ଦେଖାଇ ଅତ୍ୟାଚାର ଆରମ୍ଭ କରିବା ସହ ନିଜ ସ୍ୱାର୍ଥ ହାସଲ ପାଇଁ କାଠ ମାଫିଆ, ଗଂଜେଇ ଓ ଠିକାଦାର ପାଖରୁ କୋଟି କୋଟି ଟଙ୍କା ଆଦାୟ କରି ଅୟସ କରୁଥିବା ପୋଷ୍ଟରରେ ଉଲେଖ କରିଛି କନ୍ଧମାଳ-ବୌଦ୍ଧ ଆଦିବାସୀ ସୁରକ୍ଷା ମଞ୍ଚ ।
ଛତିଶଗଡର ବସ୍ତର ଜିଲ୍ଲାର ନିରୀହ ଛାତ୍ରକୁ ପୋଲିସ ଇନ୍ଫୋର୍ମର ସନ୍ଦେହରେ ହତ୍ୟା ଘଟଣାକୁ ନିନ୍ଦା କରିଛି କନ୍ଧମାଳ ବୌଦ୍ଧ ଆଦିବାସୀ ସୁରକ୍ଷା ମଞ୍ଚ । ଏଥି ସହ ରାସ୍ତା ଘାଟରେ ଲ୍ୟାଣ୍ଡ ମାଇନ ବିଛାଇ ନିରୀହ ଜନତା ଓ ଗାଈ ଗୋରୁଙ୍କୁ ମାରୁଥିବା ପୋଷ୍ଟର ଜରିଆରେ ଉଲ୍ଲେଖ ରହିଛି । ତେଣୁ ଏପରି ସ୍ୱାର୍ଥପର,ଅମଣିଷଙ୍କୁ ସାହାର୍ଯ୍ୟ ନ କରି ଦୁରେଇ ରହିବା ସହ ନିଜ ଗ୍ରାମରେ ସେମାନଙ୍କୁ ପୁରେଇ ନ ଦେବା ପାଇଁ ଶପଥ ନେବାକୁ ନିବେଦନ କରିଛି କନ୍ଧମାଳ ବୌଦ୍ଧ ଆଦିବାସୀ ସୁରକ୍ଷା ମଞ୍ଚ ।