ଜ୍ୟୋତିଷ
ଆଗରୁ ଦେଖିଥିବେ କାଳିଆର ଦାରୁ ଏବେ ଦେଖନ୍ତୁ କଳିଯୁଗରେ କଳ୍କୀ ଙ୍କ ଦାରୁ ଜାଣନ୍ତୁ ଆଉ ଅଳ୍ପଦିନ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ତ ମାଳିକା ବଚନ ସମ୍ୱନ୍ଧ ରେ ବେଶ୍ ଭଲ ଭାବେ ଅବଗତ ଥିବେ। ମାଳିକା ବଚନ ରେ ଦେଶ ର ଭବିଷ୍ୟ ସମ୍ୱନ୍ଧ ରେ ବିଭିନ୍ନ ତଥ୍ୟ ସବୁ ଉଲ୍ଲେଖ ରହିଅଛି।
ଯାହାକି ଏବେ ଧୀରେ ଧୀରେ ସତ ରେ ପରିଣତ ହେବର ଦେଖିବାକୁ ମିଳୁଛି। ତେବେ ଚଳାନ୍ତୁ ଜାଣିବା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କଳ୍କୀ ଅବତାର ଦାରୁ ସମ୍ୱନ୍ଧ ରେ।
ମାଳିକା ବଚନ ଅନୁସାରେ ଲୋକ ମାନେ ନିଜ ଆଖିରେ ଏହି କଳ୍କୀ ଅବତାର ଙ୍କୁ ଦେଖିବେ। ଭଗବାନ ଙ୍କ କଳ୍କୀ ଲୀଳା ହିଁ ଦିନେ ନା ଦିନେ ଯେମିତି ବି ହେଉ ସମ୍ଭବ ହେବ।
ଏହି ତଥ୍ୟ ସବୁ ଜଣା ପଡ଼ିଛି ପାରାଦ୍ଵୀପ ର ମାଳିକା ପ୍ରସିଦ୍ଧ ଉଦୟ ବଟ ଯେଉଁଠାରେ କି ଶ୍ରୀ ଶ୍ରୀ ରାଜିବ ଲୋଚନ୍ ଦାସ ଙ୍କ ସମାଧି ପୀଠ ସେ ଦେଶ ର ଭବିଷ୍ୟ ସମ୍ୱନ୍ଧ ରେ ମଧ୍ୟ ଅନେକ ତଥ୍ୟ ଉଲ୍ଲେଖ କରିଛନ୍ତି।
ସେ ଭଗବାନ୍ ଙ୍କ କଳ୍କୀ ଲୀଳା ଉପରେ ହିଁ ବେଶୀ ପ୍ରାଧାନ୍ୟ ପ୍ରଦାନ କରିଛନ୍ତି।
ସେହି କଳ୍କୀ ଲୀଳା ରେ ପ୍ରଭୁଙ୍କର ଆବିର୍ଭାବ ପୀଠ ହେଉଛି ସେହି ଉଦୟ ବଟ ଧାମ ରେ। ଶ୍ରୀ ରାଜିବ ଲୋଚନ ଦାସ ମଧ୍ୟ ଉଦୟ ସ୍କନ୍ଦ ଭାଗବତ ଲେଖିଥିଲେ। ଯେଉଁଥିରେ କି ସେ ଭଗବାନ ଙ୍କ କଳ୍କୀ ଅବତାର ଉପରେ ବିଶେଷ ବର୍ଣ୍ଣନା କରିଥିଲେ।
ସେହି ଉଦୟ ବଟ ରେ କଳ୍କୀ ଦାରୁ ମଧ୍ୟ ଗୁପ୍ତ ଭାବରେ ଅଛନ୍ତି। ତାହା ସେହି ଉଦୟ ବଟ ର ତତ୍ତ୍ଵ ଆଶ୍ରମ ରେ ଅଛନ୍ତି ଦାରୁ ବ୍ରହ୍ମ ହୋଇ। ତାଙ୍କ କହିବା ଅନୁଯାୟୀ କଳ୍କୀ ପ୍ରଭୁ ଙ୍କ ଉଦୟ ହେଲେ ହିଁ ଭକ୍ତ ଙ୍କ କଷଣ ସବୁ ଯିବ। ଏବଂ କଳି ଯୁଗରେ ଲୋକମାନେ ତାଙ୍କୁ ପ୍ରତ୍ୟକ୍ଷ ଦେଖିବେ।