ଜ୍ୟୋତିଷ

Jyotish Shastra- ଏପରି କଳା ସୂତା ପିନ୍ଧିବାର ଭୁଲ କେବେବି କରିବେ ନାହିଁ, ବନିଥାଏ ଦରିଦ୍ରତାର କାରଣ

ହିନ୍ଦୁ ଧର୍ମରେ ପ୍ରାୟତଃ ଦେଖା ଯାଇଥାଏ ଘରେ ଶିଶୁର ଜନ୍ମ ହେବା ମାତ୍ରେ ଘରର ଗୁରୁଜନ ମାନେ କଳା ଟିକା ଲଗାଇବା, କଳା ସୂତା ବାନ୍ଧିବା ବା ନଜର ଉତାରିବା ପରି କାର୍ଯ୍ୟ ନିଶ୍ଚୟ କରିଥାନ୍ତି । ଆମେ ସମୟ ସହିତ ଆଗକୁ ବଢ଼ି ପୁରୁଣା ରୀତି ନୀତି, ଧର୍ମ କର୍ମ ଓ ମାନ୍ୟତା ଭୁଲି ଚାଲିଛୁ । ଆଜିର ସମାଜରେ ଛଳ କପଟ, ଲୋଭ, କ୍ରୋଧ ଓ ଈର୍ଷା ଆଦି ବଢ଼ିବାରେ ଲାଗିଛି । ଏପରି ଅବସ୍ଥାରେ ଆମର ପୂର୍ବପୁରୁଷ ଙ୍କ ଦ୍ଵାରା ପ୍ରଚଳିତ କିଛି ଉପାୟ ହିଁ ଆମର କାମ ଆସିଥାଏ ।

ଆଜି ଆମେ କଳା ସୂତା ସମ୍ବନ୍ଧିତ କିଛି ଉପାୟ ଜାଣିବା ଯାହା ଦ୍ଵାରା ଆମ ଜୀବନରୁ ନକାରାତ୍ମକ ବିଷୟ ଦୂର ହୋଇଯିବ । କଳା ରଙ୍ଗ ନକାରାତ୍ମକ ଉର୍ଜା ନାଶକାରୀ ଅଟେ । ଯଦି ଆପଣଙ୍କ ଘରେ କ୍ଳେଶ ବଢୁଛି ଓ ଅକାରଣରେ ଝଗଡା ଓ ମନୋମାଳିନ୍ୟ ହେଉଛି ତେବେ ଶନିବାର ଦିନ ଶନି ମହାରାଜାଙ୍କ ମନ୍ଦିରକୁ ଯାଇ ଏକ ମିଟର କଳା ସୂତା ନେଇ ସେଥିରେ ୧୦୮ ଟି ଗଣ୍ଠି ବାନ୍ଧନ୍ତୁ ଓ ପ୍ରତି ଗଣ୍ଠି ସହ “ଓଁ ଶନିଶ୍ଚରାୟ ନମଃ” ଜପ କରନ୍ତୁ ।

ଯଦି ଆଖପାଖରେ ଶନି ମହାରାଜାଙ୍କ ମନ୍ଦିର ନାହିଁ ତେବେ ଘରେ ମଧ୍ୟ ଏହି ଉପାୟ କରି ପାରିବେ । ତା ପରେ ଏହି ସୂତାକୁ ଘରର ମୁଖ୍ୟ ଦ୍ଵାରରେ ବାନ୍ଧି ଦିଅନ୍ତୁ । ଏହା ଦ୍ବାରା ଘରେ ଖରାପ ନଜର ଓ ନକାରାତ୍ମକ ଉର୍ଜା ପ୍ରବେଶ କରି ପାରିବେ ନାହିଁ । ଯଦି ଆପଣଙ୍କ ଘରେ କେହି ବାରମ୍ବାର ରୋଗରେ ପଡ଼ୁଛନ୍ତି ଓ ତାଙ୍କୁ ସବୁବେଳେ କିଛି ନା କିଛି ସମସ୍ୟାର ସାମ୍ନା କରିବାକୁ ପଡୁଛି ତେବେ ଗୋଟେ ଦିନ କଳା ସୂତା କୁ ମନ୍ଦିର ନେଇ ସେଥିରେ ଅଳ୍ପ ସିନ୍ଦୂର ଲଗାଇ ରଖି ଦିଅନ୍ତୁ ।

ତା ପର ଦିନ ସ୍ୱଚ୍ଛ ହୋଇ ସେହି ସୂତାକୁ ସଦସ୍ୟଙ୍କ ଗୋଡ଼ରେ ବାନ୍ଧି ଦିଅନ୍ତୁ । ଏହା ଦ୍ବାରା ତାଙ୍କ ଆଖ ପାଖରେ ଥିବା ନକାରାତ୍ମକ ଉର୍ଜା ଶେଷ ହୋଇଯିବ ଓ ଖରାପ ନଜର ମଧ୍ୟ ତାଙ୍କୁ ସ୍ପର୍ଶ କରି ପାରିବ ନାହିଁ । ଗର୍ଭବତୀ ମହିଳା ମାନଙ୍କୁ ପ୍ରାୟତଃ ଶୀଘ୍ର ନଜର ଲାଗି ଯାଇଥାଏ । ଅନେକ ସମୟରେ ସେମାନଙ୍କ ହେବାକୁ ଯାଉଥିବା ଶିଶୁ ଉପରେ ଏହାର ଖରାପ ପ୍ରଭାବ ପଡ଼ିବାର ସମ୍ଭାବନା ରହିଥାଏ ।

ସେଥିପାଇଁ କଳା ସୂତା କୁ ଗର୍ଭବତୀ ମହିଳାଙ୍କ ହିସାବରେ ମାପି ନିଅନ୍ତୁ ଓ ଏହାକୁ ତାଙ୍କ ମୁଣ୍ଡ ଉପରେ ୩ ଥର ବୁଲାଇ ଦିଅନ୍ତୁ । ଏହାପରେ ସେହି ସୂତାକୁ ପିପ୍ପଳ ବୃକ୍ଷ ରେ ବାନ୍ଧି ଦିଅନ୍ତୁ କିଅବା ନଦୀରେ ବିସର୍ଜନ କରି ଦିଅନ୍ତୁ । ପିଲା ଜନ୍ମ ହେବା ପର୍ଯ୍ୟନ୍ତ ଏହି ଉପାୟ କୁ କରନ୍ତୁ । ଏହାଦ୍ବାରା ଗର୍ଭବତୀ ମହିଳାଙ୍କ ଆଖ ପାଖରେ କୌଣସି କଳା ନଜର କିମ୍ବା କଳା ଶକ୍ତି ଘୁରି ବୁଲି ପାରିବେ ନାହିଁ ।

କଳା ସୂତା ରେ ରୁଦ୍ରାକ୍ଷ ବାନ୍ଧି ବାହୁ କିମ୍ବା ବେକରେ ପିନ୍ଧିଲେ ତାହା ବହୁତ ଲାଭଦାୟକ ହୋଇଥାଏ । ପୁରୁଣା କଳା ସୂତାକୁ ସବୁବେଳେ ପିପ୍ପଳ ବୃକ୍ଷ ପାଖେ ମାଟି ତଳେ ପୋତି ଦିଅନ୍ତୁ । କାହିଁକି ନା ଅନ୍ୟଥା ଏହି କଳା ସୂତା ରୁ କଳା ଯାଦୁ କରିବା ପାଇଁ ମଧ୍ୟ କିଛି ଲୋକ ବ୍ୟବହାର କରି ପାରନ୍ତି । ଗୋଡ଼ ମୁଦି ପିନ୍ଧିଥିବା ଆଙ୍ଗୁଠିରେ ଯଦି କଳା ସୂତା ପିନ୍ଧନ୍ତି ତେବେ କଳା ଯାଦୁର ପ୍ରଭାବ କମ୍ ହୋଇଯିବ । ସବୁବେଳେ ମନ୍ଦିରରେ ପଣ୍ଡିତ ଦେଇଥିବା କିମ୍ବା ନିଜେ କିଣି ଥିବା କଳା ସୂତା ପିନ୍ଧନ୍ତୁ । ଅନ୍ୟ କେଉଁ ବ୍ୟକ୍ତି ଦେଇଥିବା କଳା ସୂତା କେବେ ପିନ୍ଧନ୍ତୁ ନାହିଁ । ଏହା ଆପଣଙ୍କ ଅନେକ ସମସ୍ୟାର କାରଣ ହୋଇ ପାରେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button