ଦେଶ- ବିଦେଶ
ରାଜସ୍ଥାନ ରୁ ଆସିବେ ଉତର କଳ୍କୀ ଦେଖନ୍ତୁ କଣ ହୋଇଛି ମାଲିକାରେ ଲେଖା କେମିତି ଏବଂ କେବେ ହେବ ସଂହାର

ନମସ୍କାର ପାଠକ ବନ୍ଧୁ। ଆପଣ ମାନେ ତ ମାଳିକା ବଚନ ବିଷୟରେ ବେଶ୍ ଭଲ ଭାବରେ ଜାଣିଥିବେ। ମାଲିକରେ ସାରା ବିଶ୍ଵ ର, ଆମ ଭାରତ ବର୍ଷ ର ଓ ଆମ ରାଜ୍ୟ ର ଭବିଷ୍ୟ ସମ୍ଵନ୍ଧରେ ଅନେକ କିଛି ତଥ୍ୟ ଲେଖା ରହି ଅଛି। ଯାହାକି କାଳ କ୍ରମେ ସତ୍ୟ ରେ ପ୍ରତୀତ ହେବାରେ ଲାଗିଛି। ତେବେ ଚଳାନ୍ତୁ ଜାଣିବା ସେଭଳି କିଛି ତଥ୍ୟ ସମ୍ଵନ୍ଧରେ ।
ଏବେ ଯାହା ଘଟୁଛି ଓ ଆଗକୁ ମଧ୍ୟ ଯାହାକି ଘଟିବ ସେ ସବୁ ହେଉଛି ଭଗବାନ୍ ଙ୍କ ନିର୍ଦ୍ଦେଶ ରେ ହିଁ ପର୍ଯ୍ୟବେସିତ ହେବ।
ରାଜସ୍ଥାନ ର ଏକ ପ୍ରବାଦ ପୁରୁଷ ତାଙ୍କ ନାମ ହେଉଛି ଭର୍ତୁ ହରି ସେ ଆସିବେ ସେତେବେଳେ ଭାରତ ଯେତେବେଳେ ସମ୍ପୂର୍ଣ୍ଣ ରୁପେ ସମର୍ପିତ ହୋଇଯିବ । ସେ ଗୁମ୍ଫା ଭିତରେ ଲୁଚି ରହିଥିବା ସୈନ୍ୟ ମାନଙ୍କୁ ନେଇ ବଳକା ଅସ୍ତ୍ର ଶସ୍ତ୍ର ଯାହା ଥିବ ତାହା ନେଇ ଏଟେକ୍ କରିବେ ଶତ୍ରୁ ଦେଶ ଉପରେ। ତାଙ୍କୁ କୁହାଯାଏ ଉତ୍ତର କଳ୍କୀ।
ପ୍ରତ୍ୟେକ ଦିନରେ ପ୍ରଭୁ ଲକ୍ଷେ ସିଦ୍ଧ ପୁରୁଷ କରିବେ। ସେମାନେ ପ୍ରତ୍ୟେକ ରାଜାଙ୍କ ନିକଟରେ ବସି ତାଙ୍କୁ ଉଚିତ୍ ଜ୍ଞାନ ମଧ୍ୟ ପ୍ରଦାନ କରିବେ। ଏବେ ଖଣ୍ଡଗିରି ରେ ଯେଉଁ ଗୁମ୍ଫା ବନ୍ଦ ହୋଇ ଅଛି ତାହାର ପ୍ରମାଣ ଆମେ ପାଇବା ଜସବନ୍ତ ଙ୍କ ମାଳିକା ରେ ସେଠାରେ ପ୍ରଭୁ ବଳଭଦ୍ର ଙ୍କ ଏକ ଅଂଶ ବନ୍ଦ ହୋଇ ଅଛି।
ପ୍ରକୁତ ଭଗବାନ୍ ଜଗନ୍ନାଥ ଓ ବଳଭଦ୍ର ସେ ଯୁଦ୍ଧ ଭୂମି କୁ ଯିବେ ନାହିଁ ତାଙ୍କର ଅନେକ ଅବତାର ଓ ଅଂଶ ଲକ୍ଷ ଲକ୍ଷ ସଂଖ୍ୟା ରେ ଅଛନ୍ତି ସେ ସେମାନଙ୍କୁ ହିଁ ଯୁଦ୍ଧ ଭୂମିକୁ ପଠାଇବେ। ଏବଂ ଏହି ସବୁ ମହାପ୍ରଭୁ ଜଗନ୍ନଥ ଓ ପ୍ରଭୁ ବଳଭଦ୍ର ହିଁ ନିର୍ଦ୍ଧାରଣ କରିବେ।