ଦେଶ- ବିଦେଶ

ଭାରତୀୟ ତଟରକ୍ଷୀ ବାହିନୀର ମହାନିର୍ଦ୍ଦେଶକ ରାକେଶ ପଲଙ୍କ ପରଲୋକ, ରାଜନାଥ ସିଂ ଜଣାଇଲେ ଶ୍ରଦ୍ଧାଞ୍ଜଳି

ଭାରତୀୟ ତଟରକ୍ଷୀ ବାହିନୀର ମହାନିର୍ଦ୍ଦେଶକ ରାକେଶ ପଲଙ୍କ ପରଲୋକ ହୋଇଛି । ତାଙ୍କ ମୃତ୍ୟୁ ଚେନ୍ନାଇରେ ହୃଦଘାତରେ ହୋଇଥିବା ଜଣାପଡିଛି । ରାକେଶ ଆଜି ଭାରତୀୟ ତଟରକ୍ଷୀ ବାହିନୀର ଗୋଟିଏ କାର୍ଯ୍ୟକ୍ରମରେ ଯୋଗ ଦେବାର ଥିଲା । ସେହି କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ସାମିଲ ହେବାର ଥିଲା । ରାଜନାଥଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ବିଷୟରେ ଅଧିକାରୀଙ୍କ ସହିତ ଚର୍ଚ୍ଚା କରୁଥିବା ବେଳେ ରାକେଶ ଅସୁସ୍ଥ ଅନୁଭବ କରିଥିଲେ ।

ଏଥିପାଇଁ ତାଙ୍କୁ ଚେନ୍ନାଇ ସ୍ଥିତ ରାଜୀବ ଗାନ୍ଧି ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ରାକେଶ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ହେଁ ରାଜନାଥ ସିଂହ ଚେନ୍ନାଇରେ ଆୟୋଜିତ ଗୋଟିଏ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ତେବେ ମୃତ୍ୟୁ ଖବର ଶୁଣିବା ପରେ ସେ ହସ୍ପିଟାଲରେ ପହଞ୍ଚି ରାକେଶଙ୍କୁ ଶେଷ ଦର୍ଶନ କରିଥିଲେ । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ମଧ୍ୟ ଦୁଃଖ ପ୍ରକାଶ କରିବା ସହିତ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଆଜି ତାଙ୍କ ଶରୀରକୁ ଦିଲ୍ଲୀ ଅଣାଯିବ ।

ଉତ୍ତର ପ୍ରଦେଶରେ ଜନ୍ମ ଗ୍ରହଣ କରିଥିବା ରାକେଶ ଭାରତୀୟ ନୌସେନେ ଏକାଡେମୀର ପୂର୍ବତନ ଛାତ୍ର । ସେ ୧୯୮୯ରେ ଭାରତୀୟ ତଟରକ୍ଷୀ ବାହିନୀରେ ଯୋଗ ଦେଇଥିଲେ । ସେ ନିଜ କ୍ୟାରିଅରରେ ୩୫ ବର୍ଷରୁ ଅଧିକ ସମୟ ଗୁରୁତ୍ୱପୂର୍ଣ୍ଣ ପଦ ସମ୍ଭାଳିଛନ୍ତି । କମାଣ୍ଡର, ଗାନ୍ଧିନଗର, ଉପ ମହହାନିର୍ଦ୍ଦେଶକ, ତଟରକ୍ଷୀ ମୁଖ୍ୟାଳୟ, ନୂଆ ଦିଲ୍ଲୀରେ ଅତିରିକ୍ତ ମହାନିର୍ଦ୍ଦେଶତ ତଟରକ୍ଷକ ଭାବେ ସାମିଲ ଥିଲେ । ୨୦୨୩ ଜୁଲାଇ୧୯ରେ ତାଙ୍କୁ ତଟରକ୍ଷୀ ବାହିନୀର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଥିଲା ।

ଡିଜି ରାକେଶ ପାଲଙ୍କ ପାଖରେ ସମୁଦ୍ର ଅଭିଜ୍ଞତା ବହୁତ ଅଧିକ ରହିଥିଲା । ଆଇସିଜି ଜାହାଜରେ ସମସ୍ତ ଶ୍ରେଣୀରେ ଚାର୍ଜରେ ଥିଲେ । ଆଇସିଜିଏସ ସମର୍ଥ, ଆଇସିଜିଏସ ବିଜିତ, ଆଇସିଜିଏସ ସୁଚେତା କୁପଲାନୀ, ଆଇସିଜିଏସ ଅହଲ୍ୟାବାଇ ସାମିଲ ରହିଛନ୍ତି । ତାଙ୍କ ସେବା ପାଇଁ ୨୦୧୩ରେ ତଟରକ୍ଷକ ପଦକ ଏବଂ ୨୦୧୮ରେ ରାଷ୍ଟ୍ରପତି ତଟରକ୍ଷକ ପଦକରେ ସମ୍ମାନିତ କରାଯାଇଥିଲା ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button