ଦେଶ- ବିଦେଶ
ପାକିସ୍ଥାନରେ ଲାଲକିଲ୍ଲା! ଆସନ୍ତୁ ଜାଣିବା ଏହାର ଇତିହାସ ଓ ସ୍ଥିତି


ଏହି ଦୁର୍ଗ ଇସଲାମାବାଦ ଠାରୁ ୩ଘଣ୍ଟାର ରାସ୍ତା ଅଟେ । ଏହାକୁ ତିନି ପଟରୁ ନିଲମ ନଦୀ ଘେରି ରହିଛି ।ଏହା ପାକିସ୍ଥାନର ମୁଜାଫରବାଦ ଠାରେ ଅବସ୍ଥିତ ହୋଇଥିବାରୁ ଏହାକୁ ମୁଜାଫରବାଦ ଦୁର୍ଗ ବା ରାଉତ ଦୁର୍ଗ ମଧ୍ୟ କୁହାଯାଏ । ବାସ୍ତବରେ ଚାକ ଶାସକମାନେ ମୋଗଲ ମାନଙ୍କ ଠାରୁ ନିଜକୁ ରକ୍ଷା କରିବା ପାଇଁ ଏହି ଦୁର୍ଗର ନିର୍ମାଣ କରିଥିଲେ ।
ଏହି ଦୁର୍ଗର ନିର୍ମାଣ ୧୫୫୯ରେ ଆରମ୍ଭ ହୋଇଥିଲା । ହେଲେ ମୋଗଲ ମାନେ ଏହାକୁ ୧୫୮୭ରେ ଆକ୍ରମଣ କରିଥିବାରୁ ଏହାର ନିର୍ମାଣ କାର୍ଯ୍ୟ ରେ ବାଧା ସୃଷ୍ଟି ହୋଇଥିଲା । ଯାହା ଫଳରେ ଏହାର କାର୍ଯ୍ୟ ଧିର ଓ ମନ୍ଥର ହୋଇଯାଇଥିଲା । ପରିଶେଷରେ ଏହା ୧୬୪୬ ମସିହାରେ ସମ୍ପୂର୍ଣ୍ଣ କରାଯାଇଥିଲା । ସେହି ସମୟରେ ସୁଲତାନ ମୁଜାଫର ଖାଁ ବମ୍ବେର ଶାସକ ଥିଲେ ଓ ଏହାକୁ ସେ ମୁଜାଫରବାଦ ଦୁର୍ଗ ନାମରେ ନାମିତ କରିଥିଲେ ।