ଜ୍ୟୋତିଷ

ସରିଲା ଗ୍ରହଣ ଏହି ରାଶି ମାନଙ୍କ ଉପରେ ଏବେ ପଡ଼ିବ ଶୁଭ ପ୍ରଭାବ ଦେଖନ୍ତୁ କେଉଁ କେଉଁ ରାଶିମାନେ ଏହି ଶୁଭ ସଂଯୋଗରେ ଅଛନ୍ତି

ଦୀପାବଳି ପରଦିନ ସୂର୍ଯ୍ୟ ପରାଗ।କେତୋଟି ରାଶି ଙ୍କ ଭାଗ୍ୟ ବଦଳିବ କେଉଁ ରାଶି ପାଇଁ କଣ ରହିଛି ସଙ୍କେତ ତାହା ଜଣାପଡିଛି।ସୂର୍ଯ୍ୟ ପରାଗ ଏକ ମହା ଜାଗତିକ ଘଟଣା ଅଟେ।

ଯେତେବେଳେ ସୂର୍ଯ୍ୟ ଆଉ ପୃଥିବୀ ମଝିରେ ଚନ୍ଦ୍ର ଆସି ଯାଇଥାନ୍ତି ଆଉ ସମସ୍ତେ ଏକ ସରଳ ରେଖାରେ ରହିଥାନ୍ତି ସେହି ସମୟରେ ଘଟିଥାଏ ସୂର୍ଯ୍ୟ ପରାଗ। ଏହା ହେଉଛି ବିଜ୍ଞାନର ପାଠ କିନ୍ତୁ ଆଧ୍ୟାତ୍ମିକ ତଥ୍ୟ ଅଲଗା କହୁଥାଏ।ସୂର୍ଯ୍ୟ ପରାଗ ର ନାମ କେତୁ ଗ୍ରସ୍ତ ସୂର୍ଯ୍ୟ ପରାଗ।

ଏବଂ ଏହାର କିଛି ଭିନ୍ନ କଥା ଆଉ କାହାଣୀ।ଏହି ସୂର୍ଯ୍ୟ ପରାଗ ସହ ଜ୍ୟୋତିଷ ଶାସ୍ତ୍ର ତା ମଧ୍ୟ ଏକ ବଡ଼ ସମ୍ପର୍କ।ମଙ୍ଗଳବାର ଦିନ ଭାରତ ସମେତ ଅନ୍ୟ କିଛି ଦେଶର ଏହି ଜାଗତିକ ଦୃଶ୍ୟ ଦେଖିବାକୁ ମିଳିଥିଲା।
ଭାରତରେ ଏହି ସୂର୍ଯ୍ୟ ପରାଗ ଆଂଶିକ ଭାବେ ଦୃଶ୍ୟମାନ ହୋଇଛି। ଚଳିତ ବର୍ଷ ର ଏହା ଶେଷ ସୂର୍ଯ୍ୟ ପରାଗ ଅଟେ।ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ସୂର୍ଯ୍ୟ ପରାଗ ର ପ୍ରଭାବ ସମସ୍ତ ରାଶି ଉପରେ ପଡ଼ିବ।
କିଛି ରାଶି ପାଇଁ ଶୁଭ ହୋଇଥିବା ବେଳେ ଆଉ କିଛି ରାଶି ଙ୍କ ପାଇଁ ଅଶୁଭ ହୋଇଥାଏ।କିଛି ରାଶି ରେ ଭାଗ୍ୟ ବଦଳିବାକୁ ଯାଉଛି।
ମିଥୁନ ରାଶି – ସୂର୍ଯ୍ୟ ପରାଗ ମିଥୁନ ରାଶି ବ୍ୟକ୍ତି ଙ୍କ ପାଇଁ ଶୁଭ।କର୍ମ କ୍ଷେତ୍ରରେ ପରିବେଶ ଆପଣଙ୍କ ପାଇଁ ହେବ ଅନୁକୂଳ।ବ୍ୟବସାୟ ରେ ଅର୍ଥନୀତିକ ଲାଭ ପାଇଁ ସୁଯୋଗ ସୃଷ୍ଟି ହେବ।ଧନ ଲାଭ କରିବେ।ବିନିଯୋଗ ରେ ଲାଭ ହୋଇପାରେ।
କର୍ମ କ୍ଷେତ୍ରରେ ସ୍ଥିତି ସୁଧୁରିବ।ଦୀର୍ଘ ଦିନ ଧରି ଚାଲି ଆସୁଥିବା ବିବାଦର ସମାଧାନ ହୋଇପାରେ।ପରିବାର ରେ ରହିବ ଖୁସିର ପରିବେଶ।ବୈବାହିକ ଜୀବନ ସୁଖମୟ ହେବ।
ସିଂହ ରାଶି – କର୍ମ କ୍ଷେତ୍ରରେ ପରିବେଶ ଆପଣଙ୍କ ପାଇଁ ହେବ ଅନୁକୂଳ।ସହକର୍ମୀ ଏବଂ ଅଧିକାରୀ ଙ୍କ ସମର୍ଥନ ପାଇବେ।ବିନିଯୋଗ ର ଲାଭ ପାଇ ପାରିବେ।
କର୍ମକ୍ଷେତ୍ର ରେ ପୂର୍ବରୁ ଅଟକ ରହିଥିବା କାମ ଆଗକୁ ବଢିବ।ସୁଖଦ ସମାଚାର ପାଇବେ।କିନ୍ତୁ ବୈବାହିକ ଜୀବନ ରେ ମତାନ୍ତର ହୋଇପାରିବେ।
ବିଛା ରାଶି – ବ୍ୟବସାୟ ରେ ପରିବେଶ ଅନୁକୂଳ ହେବ।ସହକର୍ମୀ ଙ୍କ ସହଯୋଗ ରେ କଠିନ କାର୍ଯ୍ୟ ମଧ୍ୟ ସହଜ ହୋଇ ଯାଇପାରେ।ବ୍ୟବସାୟ ରେ ଲାଭ ପାଇବେ।କର୍ମକ୍ଷେତ୍ର ରେ ଉନ୍ନତି ହେବ।ସୁଖ ସମୃଦ୍ଧି ମିଳିବ।
ମୀନ ରାଶି – କର୍ମ କ୍ଷେତ୍ରରେ ନୂଆ ଦାୟିତ୍ଵ ମିଳିବ।ବ୍ୟବସାୟ ରେ ଲାଭ ବାନ ହେବେ।ପୂର୍ବରୁ ଅଟକ ରହିଥିବା କାମ ପୁଣି ଆରମ୍ଭ ହେବ।ପରିବେଶ ସହିତ ସମୟ ବିତାଇବାକୁ ସୁଯୋଗ ପାଇବେ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button