ଜ୍ୟୋତିଷ

ମହାଦେବ ନିଜ ପ୍ରିୟ ଭକ୍ତ ମାନଙ୍କୁ ନିହାତି ଦିଅନ୍ତି ଏହି ୬ ଟି ଗୁରୁତ୍ଵପୂର୍ଣ୍ଣ ସଂକେତ

ଯେଉଁ ଭକ୍ତ ମାନେ ଦେବଙ୍କ ଦେବ ମହାଦେବ ଙ୍କୁ ଭକ୍ତି କରିଥାନ୍ତି ସେମାନଙ୍କୁ ଯଦି ଏହି ଛଅଟି ସଙ୍କେତ ମିଳିଥାଏ ତାହେଲେ ସ୍ଵୟଂ ଭଗବାନ ଶିବ ଆପଣକଂ ସାଥିରେ ସର୍ବଦା ଅଛନ୍ତି ବୋଲି ଜାଣିବେ।

ଭଗବାନ ଙ୍କୁ ପ୍ରସନ୍ନ କରିବା ପାଇଁ ଭକ୍ତ ମାନେ ଅନେକ ପ୍ରକାରର ପୂଜାର୍ଚ୍ଚନା କରିଥାନ୍ତି।ଭଗବାନ ଙ୍କ ପାଖରେ ସକାଳ ରୁ ଦୀପ ଜାଳି ଭୋଗ ଲଗାଇ ଥାନ୍ତି। କାରଣ ଭଗବାନ ଙ୍କ କୃପା ସଦା ସର୍ବଦା ତାଙ୍କ ଉପରେ ରହିଥାଉ।ଜୀବନରେ ତାଙ୍କ ନିକଟକୁ କିଛି ସମସ୍ୟା ମଧ୍ୟ ନ ଆସୁ ବୋଲି କହିଥାନ୍ତି।

କହିଥାନ୍ତି ଯେ କୌଣସି ବ୍ୟକ୍ତି ଙ୍କ ର ଭଲ ସମୟ ଆରମ୍ଭ ହୋଇଥାଏ ତେଣୁ ସେମାନଙ୍କୁ ପ୍ରଥମରୁ କିଛି ସଙ୍କେତ ଦେଖିବାକୁ ମିଳିଥାଏ। ସେଇଠୁ ଜାଣିବେ ଯେ ଭଗବାନ ଶିବ ଆପଣଙ୍କ ପାଖରେ ଅଛନ୍ତି।ଏବଂ ସବୁ ସମସ୍ୟା ରୁ ଉଦ୍ଧାର କରୁଛନ୍ତି।ସେହି ଛଅଟି ଶୁଭ ସଂକେତ ଜାଣନ୍ତୁ।
୧ – ଯଦି ଆପଣ ସୋଇଥିବେ ସ୍ବପ୍ନ ରେ ଶିବ ଲିଙ୍ଗ ଦେଖିବେ ତାହା ଶୁଭ ଦାୟକ ସଙ୍କେତ ହୋଇଥାଏ।ଏବଂ ଭଗବାନ ଶିବ ଙ୍କ ବିଶେଷ କୃପା ଆପଣଙ୍କ ଉପରେ ରହିଛି। ଯଦି କୌଣସି କାମରେ ହଇରାଣ ହେଉଥିବେ ତାହେଲେ ତାହା ଦୂର ହୋଇଯିବ।
ଏହି ସ୍ବପ୍ନ ସେତେବେଳେ ଦେଖିଥାନ୍ତି ଯେତେବେଳେ ଆପଣ କିଛି ଘଟଣା କୁ ନେଇ ବହୁତ ଚିନ୍ତିତ ହୋଇଥିବେ।ଯେଉଁ ଦିନ ଶିବ ଲିଙ୍ଗ ସ୍ବପ୍ନ ଦେଖିଥିବେ ତା ପରଦିନ ଶିବ ମନ୍ଦିର ଯାଇ ଶିବ ଲିଙ୍ଗ ଉପରେ କ୍ଷୀର ଢାଳିବେ ଏବଂ ବେଳ ପତ୍ର ଚଢ଼ାଇବେ।
୨ – ସ୍ବପ୍ନରେ ଶିବ ମନ୍ଦିର ଦେଖିଲେ ବହୁତ ଶୁଭ ସଙ୍କେତ ହୋଇଥାଏ।ଯାହା ସମସ୍ୟା ରହିଥିବ ତାହା ଦୂର ହୋଇଯିବ।
ଯେଉଁ ଦିନ ଶିବ ମନ୍ଦିର ସ୍ବପ୍ନ ଦେଖିଥିବେ ତା ପରଦିନ ଶିବ ମନ୍ଦିର ଯାଇ ବେଳ ପତ୍ର ଚଢ଼ାଇବେ।ଭଗବାନ ଶିବ ଙ୍କ ଆର୍ଶୀବାଦ ଆପଣଙ୍କ ଉପରେ ରହିବ।
୩ – ସ୍ୱପ୍ନରେ ଯଦି ସାପ ଦେଖିବେ ତାହେଲେ ଏହା ବହୁତ ଶୁଭ ହୋଇଥାଏ।ଏଭଳି ସ୍ବପ୍ନ ଦେଖିଲେ ଆପଣଙ୍କର ଧନ ସମ୍ପତି ବଢିବାର ସୁଯୋଗ ରହିଛି।ଭଗବାନ ଶିବ ଆପଣକଂ ଉପରେ ପ୍ରସନ୍ନ ହୋଇଛନ୍ତି।ହଠାତ୍ ଧନ ଲାଭ ହୋଇପାରେ।
୪ – ସ୍ବପ୍ନ ରେ ଯଦି କୌଣସି ଯୁବତୀ ଙ୍କ ପାଖରୁ,କୌଣସି ବ୍ୟକ୍ତି ଙ୍କ ପାଖରୁ ଏବଂ ମନ୍ଦିରର ପୂଜାରୀ ଙ୍କ ପାଖରୁ ପ୍ରସାଦ ଗ୍ରହଣ କରୁଛନ୍ତି ଦେଖିଥିବେ ତାହେଲେ ଭଗବାନ ଶିବ ଙ୍କ ଆର୍ଶୀବାଦ ଆପଣଙ୍କ ଉପରେ ରହିଛି ବୋଲି ଜାଣିବେ।ଏବଂ ସେ ଆପଣଙ୍କ ସହିତ ଅଛନ୍ତି।
୫ – ସ୍ଵପ୍ନ ରେ ଯଦି ଦେଖିବେ ଆପଣ କୌଣସି ପାହାଡ ଉପରେ ଚଢ଼ୁଛନ୍ତି ଏବଂ କୌଣସି ବ୍ୟକ୍ତି ଆପଣଙ୍କୁ ପାହାଡ ଚଢିବା ରେ ସାହାର୍ଯ୍ୟ କରୁଛନ୍ତି ତାହେଲେ ଏହାର ଅର୍ଥ ହେଉଛି ଯେ ସ୍ଵୟଂ ଭଗବାନ ଶିବ ଆପଣଙ୍କ ପାଖରେ ରହିଛନ୍ତି।ଆପଣଙ୍କର କେହି କିଛି କ୍ଷତି କରି ପାରିବେ ନାହିଁ।
୬ – ସ୍ବପ୍ନ ରେ ଯଦି ଗାଇ ନଚେତ ଗାଇ ଙ୍କ କ୍ଷୀର ଦେଖୁଛନ୍ତି ଏହାର ଅର୍ଥ ହେଉଛି ଯେ ଭଗବାନ ଶିବ ଆପଣକଂ ସାଥିରେ ଅଛନ୍ତି।କାରଣ ଗାଇ ଙ୍କ କ୍ଷୀର ସ୍ବପ୍ନ ରେ ଦେଖିବା ଶୁଭ ସଙ୍କେତ ହୋଇଥାଏ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button