ଜ୍ୟୋତିଷ

ଏହି ସ୍ଥାନରେ ଆଜିବି ରହିଛି ଗଣେଶ ଙ୍କ କ-ଟା ମୁଣ୍ଡ ଦେଖନ୍ତୁ ଏହି

ନମସ୍କାର ଦର୍ଶକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ପୁରାଣ ଅନୁସାରେ ସମସ୍ତେ ଜାଣିଥିବେ ଶିବ ରାଗରେ ଆସି ଭଗବାନ ଗଣେଶଙ୍କ ମୁଣ୍ଡ କରିଦେଇଥିଲେ। ଆଉ ମା ପାର୍ବତୀଙ୍କ ଅନୁରୋଧ କ୍ରମେ ଭଗବାନ ଶିବ ଗଣେଶଙ୍କ ମୁଣ୍ଡ ସ୍ଥାନରେ ଛୁଆ ହାତୀର ମୁଣ୍ଡ ଲଗାଇଥିଲେ। ଏହାପରେ ଶିବ ଗଣେଶଙ୍କ ପ୍ରାଣ ପ୍ରତିଷ୍ଠା କରିଥିଲେ। କିନ୍ତୁ ଆପଣ ମାନେ ଜାଣିଛନ୍ତି କି, ଯେତେବେଳେ ଗଣେଷଙ୍କ ମୁଣ୍ଡ ଶରୀରରୁ ଅଲଗା କରାଯାଇଥିଲା ତାହା କେଉଁଠାରେ ଯାଇକି ପଡ଼ିଥିଲା? ଏହାର ରହସ୍ୟ ରହିଛି ଉତ୍ତରାଖଣ୍ଡର ଥିବା ପିଥରାଗଡର ଭୁବନେଶ୍ୱର ଗୁମ୍ଫାରେ।
ପୁରାଣ ଅନୁସାରେ ଭଗବାନ ଗଣେଶଙ୍କ ମୁଣ୍ଡ ପାତାଳ ଭୁବନେଶ୍ଵର ଗୁମ୍ଫାରେ ଯାଇକି ପଡ଼ିଥିଲା। ଆଜି ବି ଗୁମ୍ଫାରେ ଗଣେଶଙ୍କ କଟା ମୁଣ୍ଡ ରହିଛି। ବନ୍ଧୁଗଣ ଆସନ୍ତୁ ଜାଣିବ ଏହା ପଛରେ ଥିବା ରହସ୍ୟ। ପୁରାଣରେ ମଧ୍ୟ ଏହି ଗୁମ୍ଫା ବିଷୟରେ କୁହାଯାଇଛି। ଯେବେ ଭଗବାନ ଶିବ ରାଗରେ ଆସି ଗଣେଶଙ୍କ ମୁଣ୍ଡ କାଟିଦେଇଥିଲେ। ସେତେବେଳେ ତାହା ଯାଇ ପାତାଳ ଭୁବନେଶ୍ଵର ଗୁମ୍ଫାରେ ପଡ଼ିଥିଲା। ଏହା ଉତ୍ତରାଖଣ୍ଡର ମିଥୁରାଗଡରେ ରହିଛି। ମିଥୁରାଗଡ ଜିଲ୍ଲାର ଗଙ୍ଗୋଲିହାଟ ଠାରୁ ୧୪ କିଲୋମିଟର ଦୂରରେ ଏହି ଗୁମ୍ଫା ରହିଛି।
ଏହି ଗୁମ୍ଫା ସହ ଭଗବାନ ଶିବ ଓ ଗଣେଶଙ୍କର ଅନେକ ପୌରାଣିକ କଥା ଜଡ଼ିତ ରହିଛି। ପାତାଳ ଭୁବନେଶ୍ଵର ଗୁମ୍ଫା ୧୬୦ ମିଟର ଲମ୍ବା ଓ ୯୦ ମିଟର ଚଉଡ଼ା ବୋଲି ସୂଚନା ରହିଛି। ଏପରି ପରିସ୍ଥିତିରେ ଶୁଣିବାକୁ ମିଳୁଛି କି ଏହି ଗୁମ୍ଫାରେ ଆଯିବି ଭଗବାନ ଶିବ ବିରାଜମାନ ଅଛନ୍ତି। ଏହା ସହ ଭଗବାନ ଗଣେଶଙ୍କ କଟା ମୁଣ୍ଡ ମଧ୍ୟ ରହିଛି। ପ୍ରତି ବର୍ଷ ଲକ୍ଷ୍ୟାଧିକ ଭକ୍ତ ମାନେ ଭଗବାନ ଶିବ ଓ ଗଣେଶଙ୍କ କଟା ମୁଣ୍ଡ ଦର୍ଶନ କରିବା ପାଇଁ ସେଠାକୁ ଆସନ୍ତି।ତେବେ ସ୍କନ୍ଧ ପୁରାଣରେ ପାତାଳ ଭୁବନେଶ୍ଵର ଗୁମ୍ଫା ବିଷୟରେ ଉଲ୍ଲେଖ କରାଯାଇଛି।
ପୁରାଣରେ କୁହାଯାଇଛି କି ଗଣେଶଙ୍କ ମୁଣ୍ଡ ପାତାଳ ଭୁବନେଶ୍ଵର ଗୁମ୍ଫାକୁ ଖସିଥିଲା। ଏପରି ମଧ୍ୟ କୁହାଯାଉଛି କି ଭଗବାନ ଶିବ ହିଁ ଅସଲି ମୁଣ୍ଡକୁ ଏହି ଗୁମ୍ଫାରେ ସୁରକ୍ଷିତ ରଖିଥିଲେ। ତେବେ ଏହି ଗୁମ୍ଫାରେ ଭଗବାନ ଗଣେଶଙ୍କ କଟା ମୁଣ୍ଡ ପଥର ଆକାରରେ ରହିଛି। ଏହି ପଥର ଉପରେ ୧୦୮ ପାଖୁଡ଼ା ଥିବା ବ୍ରହ୍ମକମଳ ରହିଛି। ଯେଉଁଥିରୁ ଅମୃତ ବିନ୍ଦୁ ବାହାରି ଭଗବାନ ଗଣେଶଙ୍କ ମୁଣ୍ଡରେ ପଡୁଉଛି। ବ୍ରହ୍ମକମଳକୁ ନେଇ ମାନ୍ୟତା ରହିଛି କି ଏହାର ସ୍ଥାପନା ଭଗବାନ ଶିବ କରିଥିଲେ ବୋଲି। ତେବେ ଆଜି ବି ଗଣେଶଙ୍କ କଟା ମଣ୍ଡ ସୁରକ୍ଷିତ ଭାବେ ପାତାଳ ଭୁବନେଶ୍ଵର ଗୁମ୍ଫାରେ ରହିଛି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button