ଦେଶ- ବିଦେଶ

ଆଜିର ରାଶିଫଳ : 24 ଜାନୁଆରୀ 2023, ଜାଣନ୍ତୁ କାହା ସହ କିପରି ଘଟଣା ଘଟିବ

ଆଜି ହେଉଛି ୨୪ ଜାନୁଆରୀ।ମଙ୍ଗଳବାର।୨୦୨୩।ମାଘ ମାସ ଶୁକ୍ଳ ପକ୍ଷ।ସୂର୍ଯ୍ୟୋଦୟ ପରଠାରୁ ଦିନ ୬ ଘଣ୍ଟା ୨୭ ମିନିଟ ପର୍ଯ୍ୟନ୍ତ ରହିବ।ଆପଣମାନେ ମୂଳା ଏବଂ ପୋଟଳ ଖାଦ୍ୟ ହିସାବରେ ଗ୍ରହଣ କରନ୍ତୁ ନାହିଁ।ଦିନଟି କିପରି ବିତିବ ମେଷ ଠାରୁ ମୀନ ପର୍ଯ୍ୟନ୍ତ ୧୨ ଗୋଟି ରାଶିର ଫଳ ସମ୍ପର୍କ ରେ ଜାଣନ୍ତୁ।
ମେଷ:-
ଅନ୍ୟ ମାନଙ୍କ ଠାରୁ ସାହାର୍ଯ୍ୟ ପାଇବେ। ଟଙ୍କା ପଇସା କୁ କେନ୍ଦ୍ର କରି କିମ୍ବା ପର କଥା ଶୁଣି ପରିବାରରେ କଳହ କରିବେ।ସବୁ କ୍ଷେତ୍ରରେ ଅନ୍ୟ ମନସ୍କ ପାଇଁ ଅଘଟଣ ଘଟିବାର ସମ୍ଭାବନା ରହିଛି।ସାମାନ୍ୟ ଭୁଲ୍ ରୁ କାର୍ଯ୍ୟ ଭୁଲ ହୋଇପାରେ।
ବୃଷ:-
ବନ୍ଧୁ ଙ୍କ ଅର୍ଥ ସାହାର୍ଯ୍ୟ କାର୍ଯ୍ୟ କୁ ତ୍ଵରାନିତ କରିବାରେ ସାହାଯ୍ୟ ପାଇବେ।କିନ୍ତୁ ଅନ୍ୟ ମାନଙ୍କ ଭୁଲ୍ ପାଇଁ ନିଜକୁ ଦାୟୀ ହେବାକୁ ପଡ଼ିପାରେ।ଅଭାବ ପୂରଣ ଦିଗରେ ସହକର୍ମୀ ଙ୍କୁ ଅନୁରୋଧ କରି ପାରନ୍ତି।କୌଣସି ଜିନିଷ ପ୍ରାପ୍ତି କରିବାର ସୁଯୋଗ ରହିଛି।
ମିଥୁନ:-
ଉତ୍ସାହିତ ରହିବେ।ପାରିବାରିକ ଜୀବନରେ କୌଣସି ସମସ୍ୟା ରହିଥିଲେ ତାହା ଦୂରୀଭୂତ ହେବ।କର୍ମ କ୍ଷେତ୍ରକୁ ନେଇ ଦୂର ଯାତ୍ରା କରି ପାରନ୍ତି।ମାନସିକ ଚିନ୍ତା ଦେଖା ଦେଇପାରେ।ଯାତ୍ରାରେ ଶୁଭ ଫଳ ପ୍ରାପ୍ତି କରିବେ।ସନ୍ତାନ ମାନଙ୍କ କାର୍ଯ୍ୟ କୁ ଦେଖି ଚିନ୍ତିତ ରହିବେ।
କର୍କଟ:-
ଉଚ୍ଚ ଚିନ୍ତାଧାରା କରି ଅସୁବିଧାରେ ପଡି ପାରନ୍ତି। ତେବୁ ସତର୍କତା ଅବଲମ୍ବନ କରିବା ଉଚିତ।ଅନ୍ୟ ମାନଙ୍କୁ ସହଜେ ବିଶ୍ୱାସ କରନ୍ତୁ ନାହିଁ।ଅନ୍ୟକୁ ଟଙ୍କା ଦେଲେ ଅସୁବିଧାରେ ପଡିବେ।ସନ୍ତାନ ମାନଙ୍କ ପାଇଁ ଚିନ୍ତିତ ରହିବେ।ଶରୀରରେ କିଛି ସମସ୍ୟା ଦେଖା ଦେଇପାରେ।
ସିଂହ:-
ସୁଭ ପ୍ରଦ ରହିଛି। କର୍ମ ଜୀବନ ଅନୁକୂଳ ରହିବ।ପାରିବାରିକ ଜୀବନ ରେ ଯଦି କିଛି ଅସୁବିଧା ହେଉଥିବା ତାହା ଦୂରୀଭୂତ ହେବ।କର୍ମ କ୍ଷେତ୍ରରେ ଉଛ ପ୍ରଶଂସା ଲାଭ କରିବେ।ବ୍ୟବସାୟୀ ମାନେ ବ୍ୟବସାୟ ରେ ଲାଭ ପାଇବେ।ଅଧିକ ଟଙ୍କା ରୋଜଗାର କରି ପାରିବେ।
କନ୍ୟା:-
କାର୍ଯ୍ୟ ହାସଲ କରିବା ଦିଗରେ ପାଖ ପଡୋଶୀ ସାହାର୍ଯ୍ୟ ର ହାତ ବଢ଼ାଇ ପାରନ୍ତି।ପୁରାତନ ରୋଗର ପୀଡ଼ା କ୍ରମଶଃ ହ୍ରାସ ହୋଇପାରେ।ଉପରିସ୍ଥ ଆଦେଶ ପ୍ରାପ୍ତ ହୋଇ ଗୁରୁ ଦାୟିତ୍ଵ ବହନ କରି ବ୍ୟସ୍ତ ହୋଇ ପାରନ୍ତି। ଯାହାବି କାମ କରିବେ ବହୁତ କମ ସମୟରେ ସାରି ଦେବେ।
ତୁଳା:-
ସ୍ଵାସ୍ଥ୍ୟଗତ ସମସ୍ୟା କୁ ନେଇ ସାମାନ୍ୟ ଚିନ୍ତିତ ରହିବେ। ଅର୍ଥ ପ୍ରାପ୍ତି କରିବେ।ବ୍ୟବସାୟ ରେ ବ୍ୟବସାୟୀ ମାନେ ଲାଭ ବାନ୍ ହେବେ।କୌଣସି ଦ୍ରବ୍ୟ ହଜି ଯାଇପାରେ। ତେଣୁ ସତର୍କତା ଅବଲମ୍ବନ କରିବା ଉଚିତ।ସବୁଜ ନୀଳ ନଚେତ୍ ଗୋଲାପି ରଙ୍ଗ ର ବସ୍ତ୍ର ପରିଧାନ କରନ୍ତୁ ଶୁଭ ଫଳ ପ୍ରାପ୍ତ ହେବ।
ବିଛା:-
ଅନୁକୂଳ ବାତାବରଣ ରହିବ। ପାରିବାରିକ ଜୀବନ ସୁଖମୟ ରହିବ।କିନ୍ତୁ କୌଣସି କାର୍ଯ୍ୟ କୁ ନେଇ ଚିନ୍ତିତ ରହି ପାରନ୍ତି।ପରିବାର ଲୋକଙ୍କ ପାଇଁ ପରିଶ୍ରମ କରନ୍ତୁ।କାର୍ଯ୍ୟ ପଛରେ ପ୍ରେମ,ଦୂର ଦୃଷ୍ଟି ର ଭାବନା ହେବା ଦରକାର।ଲୋଭ କରନ୍ତୁ ନାହିଁ।
ଧନୁ:-
ମାତାଙ୍କ ଙ୍କ ପାଖରୁ ଟଙ୍କା ଗ୍ରହଣ କରିବେ।ମା ଙ୍କ ଠାରୁ ଆର୍ଶୀବାଦ ମଧ୍ୟ ପାଇବେ।ପାରିବାରିକ ଜୀବନ ସୁଖମୟ ହେବ।ପୂର୍ବରୁ ସ୍ଵାସ୍ଥ୍ୟଗତ ସମସ୍ୟା ଥିଲେ ତାହା ଦୂରେଇ ଯିବ।କିନ୍ତୁ ଯାନବାହାନ କ୍ଷେତ୍ରରେ ବାଧା ରହିବ। ଚାଲିବା ସମୟରେ ସତର୍କ ହୋଇ ରୁହନ୍ତୁ।
ମକର:-
କର୍ମ କ୍ଷେତ୍ର କୁ ନେଇ ଦୂର ଯାତ୍ରା କରିବେ।ବହୁତ ଖର୍ଚ୍ଚ ହୋଇପାରେ।ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ଛୋଟ ଛୋଟ କଥାକୁ ନେଇ ପାଟି ତୁଣ୍ଡ ହୋଇପାରେ।ସନ୍ତାନ ମାନଙ୍କ କାର୍ଯ୍ୟ କୁ ଦେଖି ଚିନ୍ତିତ ରହିବେ।
କୁମ୍ଭ:-
ପ୍ରଚୁର ଟଙ୍କା ରୋଜଗାର କରିବେ।ପାରିବାରିକ ଜୀବନ ସୁଖମୟ ହେବ।ଆର୍ଥିକ ବ୍ୟବସ୍ଥା,ପାରିବାରିକ ବ୍ୟବସ୍ଥା ଆଉ ସାମାଜିକ ବ୍ୟବସ୍ଥା ସମସ୍ତ ଭଲ ରହିବ।ମଙ୍ଗଳମୟ ଆଉ ଶୁଭ ରହିବ।
ମୀନ:-
ଭଲ ଆଉ କିଛି ମନ୍ଦ ର ଅନୁଭୂତି କୁ ନେଇ କଟାଇବେ।ପୁରାତନ ରୋଗର ପୀଡ଼ା ଅନୁଭବ ହୋଇପାରେ।ତେଣୁ ସତର୍କତା ଅବଲମ୍ବନ କରିବା ଉଚିତ।ଅନ୍ୟ ର କଥାକୁ ସତ ଭାବି ବନ୍ଧୁ ଙ୍କ ସହିତ ମନ ମାଳିନ୍ୟ ଯୋଗୁ ମନ ଉଦାସ ରହିବ।କାମ ପାଇଁ ବିରକ୍ତ ହୋଇ ପାରନ୍ତି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button