ଜ୍ୟୋତିଷ

25 ଜାନୁଆରୀ 2023 ବୁଧବାର , ଆଜି ରାଶିଫଳ

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆଜି ହେଉଛି ୨୫ ଜାନୁୟାରୀ ୨୦୨୩ ମସିହା ମାଘ ମାସ ଶୁକ୍ଳପକ୍ଷ ବୁଧବାର।ଆଜିର ସୂର୍ଯ୍ୟୋଦୟ ୬/୭ ଏବଂ ସୂର୍ଯ୍ୟାସ୍ତ ୫/୩୦। ଆଜିର ଶୁଭବେଳା ଆଜି ଦିନ ୦୮ ଟା ୪୦ ମିନିଟ ଠାରୁ ଦିନ ୧୦ ଟା ୫୨ ମିନିଟ୍ ପର୍ଯ୍ୟନ୍ତ।
ଏବଂ ରାତି ୦୮ ଟା ୫୭ ମିନିଟ ଠାରୁ ରାତି ୧୧ ଟା ୩୨ ମିନିଟ ପର୍ଯ୍ୟନ୍ତ ଶୁଭ ବେଳା ଲାଭ ହେବ। ତେବେ ଆଜିର ଅଶୁଭ ବେଳା ହେଉଛି – ଦିନ ୦୧ ଟା ୨୧ ମିନିଟ ଠାରୁ ଦିନ ୦୨ ଟା ୪୪ ମିନିଟ ପର୍ଯ୍ୟନ୍ତ। ଆଜିର ଘାତଚନ୍ଦ୍ର ମୀନ ମିଥୁନ ଓ ଧନୁ ରାଶିର ଏବଂ ଘାତବାର ହେଉଛି କର୍କଟ ରାଶିର।
ମେଷ:-
ଆଜି ମନ ଚାହୁଁଥିବା ପ୍ରକାରରେ କାର୍ଯ୍ୟ କରିବା ଅସମ୍ଭବ ହୋଇପାରେ। ବକେୟା ଟଙ୍କା ପାଇବା ପାଇଁ ଯୁକ୍ତିତର୍କ ହୋଇପାରେ। ଶିଳ୍ପ, ବାଣିଜ୍ୟ, ପରିବହନ କ୍ଷେତ୍ରରେ ଲାଭବାନ ହେବେ। ଶାରୀରିକ ଓ ମାନସିକ ଶାନ୍ତି ମିଳିବ। ଆଶା କରୁଥିବା ଦିଗ ରୁ କୌଣସି ଶୁଭ ଖବର ଶୁଣିବାକୁ ମିଳିବ। ବିଦ୍ୟାର୍ଥୀ ମାନେ ବିଦ୍ୟା ରେ କୃତିତ୍ୱ ଅର୍ଜନ କରିବେ।
ବୃଷ:-
ଆଜି ମାନସିକ ଆସନ୍ତି ଓ ପାରିବାରିକ ସମସ୍ୟା ଆପଣଙ୍କୁ ବିଚଳିତ କରାଇପାରେ। ଯେଉଁ କାମରେ ହାତ ଦେଲେ ମଧ୍ୟ ସଫଳତା ବିଳମ୍ବରେ ମିଳିବ। କୌଣସି ପୂର୍ବ ସମସ୍ୟାକୁ କେନ୍ଦ୍ର କରି ବନ୍ଧୁଙ୍କ ସହ କଳି ଲାଗିପାରେ। ଆଜି ସ୍ୱାସ୍ଥ୍ୟଗତ ସମସ୍ୟା ମୁ ନେଇ ଚିନ୍ତିତ ଓ ଦୁଃଖିତ ରହିବେ। ବ୍ୟବସାୟ, ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ବାଦବିବାଦ ଦେଖିଦେବ।
ମିଥୁନ:-
ଅନ୍ୟର ସାହାଯ୍ୟ ଆଜି ଆପଣଙ୍କୁ କର୍ମମୁଖର କରିବା ସହ ଆର୍ଥିକ ଉନ୍ନତି ଦିଗରେ ସହାୟକ ହେବ। ବକେୟା ଅର୍ଥ ଆଜି ଆପଣଙ୍କୁ ହସ୍ତକ୍ଷେପ ହେବ। ଶିଳ୍ପ, ବାଣିଜ୍ୟ, ଶିକ୍ଷା ଓ ବ୍ୟବସାୟ କ୍ଷେତ୍ରରେ ଉନ୍ନତି କରିବେ। ଜମି ଜମା କ୍ଷେତ୍ରରେ ମଧ୍ୟ ସଫଳତା ପାଇବେ।
କର୍କଟ:- ଆର୍ଥିକ ସ୍ଥିତିରେ ସୁଧର ଆସିବ। ବିରୋଧୀ ମାନେ ପରାଜୟ ହେବେ। ଶାରୀରିକ ଓ ମାନସିକ ଶାନ୍ତି ମିଳିବ। ମହିଳା ମାନେ ପ୍ରଶଂସନିୟ ହେବେ। ଆଜି ଆପଣଙ୍କ ନିକଟିୟ ସମ୍ପର୍କୀୟ ଙ୍କ ସାହାଯ୍ୟ ସହଯୋଗ ମିଳିବ। ବକେୟା ଅର୍ଥ ମଧ୍ୟ ହସ୍ତକ୍ଷେପ ହେବ। ଶିଳ୍ପ, ବ୍ୟବସାୟ, ଶିକ୍ଷା ଓ ବାଣିଜ୍ୟ କ୍ଷେତ୍ରରେ ଉନ୍ନତି କରିବେ।
ସିଂହ:-
ଆଜି ନିଜର କାର୍ଯ୍ୟ ଦକ୍ଷତା ଓ ଦୃଢ଼ ମନବଳ ଯୋଗୁଁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ବିଦ୍ୟାର୍ଥୀ ମାନେ ବିଦ୍ୟା କ୍ଷେତ୍ରରେ ଉନ୍ନତି କରିବେ। ପରିବହନ, ନିର୍ମାଣ, ବାଣିଜ୍ୟ ଓ ବ୍ୟବସାୟ ପାଇଁ କୌଣସି ପ୍ରତିବନ୍ଧକ ରହିବ ନାହିଁ।
କନ୍ୟା:-
ଆଜି କର୍ମ କ୍ଷେତ୍ରରେ ସମସ୍ୟାର ସମାଧାନ ହେବ। ଶିଳ୍ପ, ବ୍ୟବସାୟରେ ଆପଣ ଲାଭବାନ୍ ହେବେ। ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ଆଜି ବୁଦ୍ଧି ବଳରେ ସମ୍ପୂର୍ଣ କରିବେ। ବନ୍ଧୁଙ୍କ ସହ ଭୁଲ ବୁଝାମଣା ପାଇଁ ଚିନ୍ତା ବଢିପାରେ। ଆନୁଷ୍ଠାନିକ କାର୍ଯ୍ୟ, ସଭାସମିତି ଓ ସାହିତ୍ୟ ଚର୍ଚ୍ଚା କ୍ଷେତ୍ରରେ ପ୍ରଶଂସିତ ହେବେ। ଆର୍ଥିକ ସ୍ଥିତି ପୂର୍ବପରି ସୁଦୃଢ଼ ରହିବ।
ତୁଳାରାଶି:-
ଆଜି ଆପଣଙ୍କୁ ପ୍ରତ୍ୟେକ ଦିଗରୁ ସଫଳତା ମିଳିବ। ଆଜି ପ୍ରତିକୂଳ ପରିସ୍ଥିତିକୁ ଦୂରେଇବାରେ ସମର୍ଥ ହେବେ। ଜମିଜମା ବିବାଦୀୟ କ୍ଷେତ୍ରରେ ସଫଳତା ପାଇବେ। ବ୍ୟବସାୟ ବାଣିଜ୍ୟ ଓ ପ୍ରଶାସନ କ୍ଷେତ୍ରରେ ଉନ୍ନତି ଉଠିବ। ନିର୍ମାଣଧିନ କାର୍ଯ୍ୟକୁ ଆଗେଇ ନେବେ। ଅନ୍ୟର ସାହଯ୍ୟ ଆଜି ଆପଣଙ୍କୁ କର୍ମମୁଖର କରିବା ସହିତ ଆର୍ଥିକ ଉନ୍ନତି ବି କରାଇବାରେ ସହାୟକ ହେବ। ଶାରୀରିକ ଏବଂ ମାନସିକ ଶାନ୍ତି ମିଳିବ।
ବିଛା ରାଶି:-
ଆଜି ପାରିବାରିକ କ୍ଷେତ୍ରରେ ଅଶାନ୍ତ ସୃଷ୍ଟି ହୋଇପାରେ। ଅପରାହ୍ନରେ କୌଣସି ଶୁଭ ଖବର ଶୁଣପାରନ୍ତି। କୋର୍ଟ କଚେରୀ ମାମଲାରେ ବିଜେଇ ଲାଭ କରିବେ। ବିଦ୍ୟାର୍ଥୀ ମାନେ ବିଦ୍ୟାରେ କୃତିତ୍ୱ ଅର୍ଜନ କରିବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବିରୋଧୀ ମାନେ ପରାଜୟ ହେବେ। ଶାରୀରିକ ଓ ମାନସିକ ଶାନ୍ତି ମିଳିବ। ମହିଳା ମାନେ ପ୍ରଶଂସନିୟ ହେବେ।
ଧନୁ ରାଶି:-
ବ୍ୟବସାୟ ତଥା ପରିବହନ ଯୋଗୁଁ ଦିନଟି ଶୁଭପ୍ରଦ ହେବ। ଆନୁଷ୍ଠାନିକ କାର୍ଯ୍ୟ, ସଭାସମିତି, ସାହିତ୍ୟ ଚର୍ଚ୍ଚା କ୍ଷେତ୍ରରେ ପ୍ରଶଂସିତ ହେବେ। ଆର୍ଥିକ ସ୍ଥିତି ପୂର୍ବପରି ଦୃଢ଼ ରହିବ। ଗବେଷଣା, ଅଧ୍ୟୟନ ଓ ଅଧ୍ୟାପନା ଆଦି ପ୍ରତିଯୋଗିତାରେ ଉନ୍ନତି କରିବେ। ପରିବହନ, ନିର୍ମାଣ, ବାଣିଜ୍ୟ, ବ୍ୟବସାୟ ଯୋଗୁଁ କୌଣସି ପ୍ରତିବନ୍ଧକ ରହିବ ନାହିଁ।
ମକର ରାଶି:-
ଆଜି ଆପଣଙ୍କର ନିକଟବର୍ତ୍ତୀ ଲୋକଙ୍କ ଠାରୁ ସାହଯ୍ୟ ସହଯୋଗ ପାଇବେ। କାମ ଗୁଡିକ ସହଜରେ କରିପାରିବେ। କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ସଫଳତା ପାଇବେ। ଶିଳ୍ପ ବ୍ୟବସାୟରେ ଆପଣ ଲାଭବାନ ରହିବେ। ବନ୍ଧୁଙ୍କ ସହିତ ଭୁଲ୍ ବୁଝାମଣା ଜନିତ ଅଶାନ୍ତ ପରିବେଶ ଯୋଗୁଁ ଚିନ୍ତା ବଢିପାରେ।
କୁମ୍ଭ ରାଶି:-
ଆଜି ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଚନ୍ତିତ ବ୍ୟଥିତ ରହିବେ। ଆଜି ଦୀର୍ଘଦିନରୁ ଚିନ୍ତତା କରିଥିବା ଯୋଜନା ସଫଳ ହେବ। ଦାମ୍ପତ୍ୟ ଜୀବନରେ ମନାନ୍ତର ରହିପାରେ। ଯେତେ ଭଲକାମ କଲେ ମଧ୍ୟ ପରିବାରରେ ଅନ୍ୟ ମାନେ ଦୋଷ ଖୋଜିବେ। ପିଲା ମାନଙ୍କୁ କେଦ୍ର କରି ହଠାତ କୌଣସି ଘଟଣା ମନକୁ ବିବ୍ରତ କରିପାରେ।
ମୀନ ରାଶି:-
ଆଜି ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଚନ୍ତିତ ବ୍ୟଥିତ ଓ ଦୁଃଖିତ ରହିବେ। ବ୍ୟବସାୟ, ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ବାଦବିବାଦ ଦେଖାଦେବ। ଦୀର୍ଘଦିନରୁ ରହିଆସୁଥିବା ଋଣ ଯୋଗୁଁ ଚିନ୍ତତ ରହିପାରନ୍ତି। ଦାମ୍ପତ୍ୟ ଜୀବନରେ ମନାନ୍ତର ରହିପାରେ। ଯେତେ ଭଲକାମ କଲେ ମଧ୍ୟ ପରିବାରରେ ଦୋଷ ଖୋଜିବେ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button