ଦେଶ- ବିଦେଶ

ପିଲାଙ୍କୁ ସ୍ତନପାନ କରାଉଥିବା ମହିଳା କ’ଣ ଖାଇବା ଉଚିତ, କ’ଣ ଖାଇବା ଅନୁଚିତ ?

ବନ୍ଧୁଗଣ ଗର୍ଭାବସ୍ତାରେ ମହିଳାଙ୍କ ଖାଦ୍ୟପେୟ, ଏକ୍ସରସାଇଜ ଓ ସଂପୂର୍ଣ୍ଣ ଜୀବନଶୈଳୀ ଉପରେ ଅଧିକ ଧ୍ୟାନ ଦେବା ଉଚିତ ବୋଲି ତାଙ୍କୁ ପରାମର୍ଶ ଦିଆଯାଇଥାଏ । ହେଲେ ମହିଳା ଡେଲିଭରୀ ପରେ ଯେତେବେଳେ ନିଜ ପିଲାକୁ ବ୍ରେଷ୍ଟ ଫିଡିଙ୍ଗ କରାଇଥାନ୍ତି । ଅର୍ଥାତ ଯେତେବେଳେ ମା’ ଜଣଙ୍କ ନିଜ ପିଲାକୁ କ୍ଷୀର ପିଆଇଥାନ୍ତି । ସେତେବେଳେ ଅନେକ ମହିଳା ନିଜ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେଇପାରିନଥାନ୍ତି ।

 

ତେଣୁ ଡେଲିଭରୀ ପରେ ଯେତେବେଳେ ମହିଳା ନିଜ ପିଲାକୁ ସ୍ତନ ପାନ କରାଉଛନ୍ତି । ତାଙ୍କୁ ନିଜ ଡାଏଟ ଅର୍ଥାତ ଖାଇବା ପିଇବା ଉପରେ ନିଶ୍ଚିତ ଧ୍ୟାନ ଦେବାକୁ ପଡିବ । ସ୍ତନ ପାନ କରାଉଥିବା ମହିଳା କ’ଣ କ’ଣ ଖାଇବା ଉଚିତ ନୁହେଁ, ଚାଲନ୍ତୁ ସେ ସମ୍ପର୍କରେ ପ୍ରଥମେ ଜାଣିବା ।

1- ପିଆଜ, ରଶୁଣ, ବ୍ରୋକଲି, ବନ୍ଧାକୋବି ଜାତୀୟ ଏହିସବୁ ଖାଦ୍ୟ ମହିଳା ମାନେ କମ୍ କରିଦେବା ଉଚିତ । କାରଣ ଏହି ସବୁ ଖାଇବା ପିଲାଙ୍କ ଠାରେ ଗ୍ଯାସ ସମସ୍ଯା ସୃଷ୍ଟି କରିଥାଏ । 2- ଯଦି ମହିଳା କୌଣସି ପ୍ରକାର ମେଡ଼ିସିନର ସେବନ କରୁଥିବେ । ତେବେ ପିଲାଙ୍କୁ ସ୍ତନ ପାନ କରାଇବା ପୂର୍ବରୁ ସେହି ସବୁ ର ସେବନ କରିବେ କି ନାହିଁ । ତାହା ଡାକ୍ତରଙ୍କ ପରାମର୍ଶ ନିଶ୍ଚିତ କରିଦିଅନ୍ତୁ ।

3- କିଛି ମହିଳାଙ୍କ ମଦ୍ୟପାନ ଓ ଧୃମପାନ ସେବନ କରିଥାନ୍ତି । ଯଦି ଆପଣ ପିଲାକୁ ବ୍ରେଷ୍ଟ ଫିଡିଙ୍ଗ କରାଉଥିବେ । ତେବେ ତାହାର ସେବନ ବିଲକୁଲ ବି କରନ୍ତୁ ନାହିଁ ।

ତେବେ ସ୍ତନ ପାନ କରାଉଥିବା ମହିଳା କ’ଣ କ’ଣ ଖାଇବା ଉଚିତ ଚାଲନ୍ତୁ ସମ୍ପର୍କରେ ଜାଣିବା । 1- ରାତି ସମୟରେ ପାଣିରେ ମେଥି ଭେଦାଇ ସକାଳୁ ଉଠି ସେହି ମେଥି ପାଣିକୁ ପିଅନ୍ତୁ । ଯାହା ଦ୍ଵାରା ସ୍ତନ ପାନ କରାଉଥିବା ମହିଳାଙ୍କ ପିଲାଙ୍କ ପାଇଁ କ୍ଷୀର ଭଲ ଆସିଥାଏ ।

ବ୍ରେକଫାଷ୍ଟ ଖାଦ୍ୟ ଉପରେ ଅଣ୍ଡା, ଓଟ୍ସ, ଇଟିଲି, ଉପମା ଏହିଭଳି ପ୍ରୋଟିନଯୁକ୍ତ ଖାଦ୍ୟ ଖାଆନ୍ତୁ । ମିଡ ମିଲ ସମୟରେ ଫଳରେ ସେଓ, କଦଳୀ କି କୌଣସି ଫଳର ଜୁଷ ଖାଇପାରିବେ ।

2- ଲଞ୍ଚରେ ଭାତ, ରୁଟି, ଡାଲି, ପନିପରିବାରୁ ପ୍ରସ୍ତୁତ ଭଜା ଓ ତରକାରୀ ଖାଇପାରିବେ । ହେଲେ ସେଥିରେ ତେଲମସଲା କମ ହୋଇଥିବା ଦରକାର । ସନ୍ଧ୍ଯା ସମୟରେ ମଧ୍ୟ ହାଲୁକା କିଛି ସ୍ନାକ୍ସ ଖାଇପାରିବେ । 3- ରାତିରେ ରୁଟି, ଡାଲି, ତରକାରୀ ଖାଇପାରିବେ । ରାତିରେ ଶୋଇବା ପୂର୍ବରୁ 1 ଗ୍ଳାସ ଉଷୁମ କ୍ଷୀର ସେବନ କରିପାରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button