ଜ୍ୟୋତିଷ

ରାଶିଫଳ ଗୁରୁବାର 26/01/20223 , ଜାଣନ୍ତୁ କାହାର ଅଛି ଘାତବାର

ଆଜି ହେଉଛି ଜାନୁୟାରୀ ୨୬ ଗୁରୁବାର ୨୦୨୩ ମସିହା ମାଘ ମାସ ଶୁକ୍ଳପକ୍ଷ ମକର ୧୩ ଦିନ। ଆଜିର ଦିନ ହେଉଛି ଏକ ପବିତ୍ର ଦିନ ଅଟେ କାରଣ ଆଜି ହେଉଛି ପବିତ୍ର ଶ୍ରୀପଞ୍ଚମୀ। ମାଆ ସରସ୍ଵତୀ ଦେବୀ ଙ୍କ ପୂଜା। ଏବଂ ଆଜି ଠାରୁ ରଥ କାଠ ଅନୁକୂଳ ଓ ପୁଜା ଆରମ୍ଭ ହେବ। ଗୁରୁ ବାର ହୋଇଥିବାରୁ ଗୁରୁ ପୂର୍ଣ୍ଣିମା ବ୍ରତ ମଧ୍ୟ। ତେବେ ଚାଲନ୍ତୁ ଜାଣିବା ଆଜିର ରାଶିଫଳ ସମ୍ପର୍କରେ।
ମେଷ:-
ମେଷ ରାଶିର ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ଆଜି ରାଶିରେ ରାହୁ ଙ୍କ ସ୍ଥିତି ଅଛି। କର୍ମ ଜୀବନ ମଧ୍ଯ ଆପଣ ମାନଙ୍କ ପାଇଁ ଅନୁକୂଳ ରହିବ। ଆଜି ଦିନରେ ଦମ୍ପତ୍ତି ମଧ୍ୟ ଦୁର ଯାତ୍ରା କରି ପାରନ୍ତି। ଅପରାହ୍ନ ସମୟରେ ମଧ୍ଯ କୌଣସି ଭୋଜି ଭାତକୁ ମଧ୍ଯ ଯାଇ ପାରନ୍ତି। ବିଦ୍ୟାର୍ଥୀ ମାନଙ୍କ ପାଇଁ ଦିନଟି ଖୁବ ଭଲ ମଧ୍ୟ ରହିଛି।
ବୃଷ:-
ଆପଣ ମାନଙ୍କ ପାଇଁ ଦିନଟି ଆଜି ଅତ୍ୟନ୍ତ ଶୁଭପ୍ରଦ ମଧ୍ୟ ରହିଛି। କର୍ମ କୁ ନେଇ ମଧ୍ଯ ଆପଣ ମାନେ ଉତ୍ସାହପ୍ରଦ ହେବେ। କର୍ମ କ୍ଷେତ୍ରରେ ଥିବା ସମସ୍ତ ବାଧା ବିଘ୍ନ ମଧ୍ଯ ଦୂରୀଭୂତ ହେବ। ଉଚ୍ଚ ପଦାଧିକାରୀ ମଧ୍ଯ ଆପଣ ମାନଙ୍କୁ ପ୍ରଶଂସା କରିବେ।
ମିଥୁନ:-
ଆପଣ ମାନଙ୍କ ପାଇଁ ଦିନଟି ମଧ୍ଯ ଉତ୍ସାହଭରା ରହିବ। କର୍ମ କ୍ଷେତ୍ରରେ ମଧ୍ୟ ସମସ୍ତ ବାଧା ବିଘ୍ନ ଦୂରୀଭୂତ ହେବ। ପୂର୍ବରୁ କୌଣସି ମାନସିକ ଚାପ ବା ଅଶାନ୍ତି ଥିଲେ ତାହା ମଧ୍ୟ ଏହି ଦିନଟିରେ ଦୂରୀଭୂତ ହେବ। ଆଜିର ଦିନରେ କୌଣସି ଗୃହଜାତ ସାମଗ୍ରୀ ଘରକୁ ମଧ୍ଯ ଆଣି ପାରନ୍ତି।
କର୍କଟ:-
ଏହି ରାଶିର ବ୍ୟକ୍ତି ବିଶେଷ ମାନଙ୍କର ବ୍ରତ୍ତ ଉପବାସ କରି ଶାରୀରିକ ଅସୁସ୍ଥତା ମଧ୍ଯ ଦେଖା ଦେଇପାରେ। ଠିକ୍ ସମୟରେ ବ୍ରତ୍ତ ଓ ଉପବାସ କରିବା ଉଚିତ। ସ୍ବାସ୍ଥ୍ୟ ଗତ ସମସ୍ୟା ପାଇଁ ମଧ୍ଯ ଆପଣଙ୍କ ମନ ବିଚଳିତ ରହି ପାରେ। ପୂର୍ବରୁ ଥିବା ସମସ୍ତ ସମସ୍ୟା ମଧ୍ଯ ଦୂରୀଭୂତ ହେବ।
ସିଂହ:-
ଏହି ରାଶିର ବ୍ୟକ୍ତି ବିଶେଷ ମାନେ ଅନ୍ୟକୁ ସାହାଯ୍ୟ କରି ବିପଦର ସମ୍ମୁଖୀନ ହୋଇ ପାରନ୍ତି। ବକେୟା ଅର୍ଥକୁ କେନ୍ଦ୍ର କରି ମଧ୍ଯ ଗଣ୍ଡଗୋଳ ହୋଇ ପାରେ। ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ମଧ୍ଯ ଏଥି ନେଇ କଳହ ଦେଖା ଦେଇ ପାରେ। ଭାଈ ଙ୍କ ସହ ମଧ୍ୟ ମତଭେଦ ର ଯୋଗ ରହିଛି।
କନ୍ୟା:-
କନ୍ୟା ରାଶିର ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ଦିନଟି ମଧ୍ୟ ଶୁଭପ୍ରଦ ରହିଛି। ପୂର୍ବରୁ କୌଣସି କର୍ମ ଚାପ ଥିଲେ ମଧ୍ୟ ତାହା ଦୂରୀଭୂତ ହେବ। ଆଜି ଆପଣ ହଜାଇ ଥିବା କୌଣସି ଗୁରୁତ୍ୱପୂର୍ଣ୍ଣ ଜିନିଷର ସନ୍ଧାନ ମଧ୍ୟ ମିଳି ପାରେ। ଦୂର ସମ୍ପର୍କୀୟ ଭଉଣୀ ବା ଭାଈ ଙ୍କ ସହ ଅକସ୍ମାତ ଦେଖା ମଧ୍ଯ ହୋଇ ପାରେ।
ତୁଳା:-
ଏହି ରାଶିର ବ୍ୟକ୍ତି ମାନେ ସ୍ବାସ୍ଥ୍ୟ ଗତ ସମସ୍ୟା କୁ ନେଇ ଚିନ୍ତିତ ହୋଇ ପାରନ୍ତି। ପୂର୍ବରୁ ଜମି ବାଡି ଜନିତ ସମସ୍ୟା ସହ ଯଦି ବାଦ ବିବାଦ ଲାଗି ରହିଥାଏ ତେବେ କାଲି ଆପଣ ଙ୍କ ସେ ସବୁର ସମାଧାନ ହେବ। କୌଣସି ମୂରବୀ ସ୍ଥାନୀୟ ବ୍ୟକ୍ତି ଙ୍କ ଠାରୁ ଆପଣ ସାହାଯ୍ୟ ସହଯୋଗ ମଧ୍ୟ ପାଇ ପାରିବେ।
ବିଛା:-
ବିଛା ରାଶିର ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ଏହି ଦିନରେ ସ୍ବାସ୍ଥ୍ୟ ଗତ ସମସ୍ୟା ଦେଖା ଦେଇ ପାରେ। ନିଜ ଆପଣାର ଲୋକେ ଆପଣଙ୍କ ସହ ବିଶ୍ୱାସ ଘାତକତା ଓ ଛଳନା ମଧ୍ୟ କରି ପାରନ୍ତି। ଆଜିର ଦିନରେ ଆପଣ ମାନେ ଖାଦ୍ୟ ପେୟ ପ୍ରତି ବିଶେଷ ଗୁରୁତ୍ବ ଦେବା ନିହାତି ଆବଶ୍ୟକ ଅଟେ।
ଧନୁ:-
ଆପଣ ମାନଙ୍କ ପାଇଁ କର୍ମ ଜୀବନ ମଧ୍ୟ ଉତ୍ସାହପଦ ରହିବ। ଆପଣଙ୍କ ଅଭିଳାଷ ଯାହା ଅଛି ତାହାକୁ ଆପଣ ବାସ୍ତବ ରୂପ ଦେବାପାଇଁ ମଧ୍ଯ ଚେଷ୍ଟା କରିବେ। ପାରିବାରିକ ଜୀବନ ମଧ୍ଯ ଆପଣଙ୍କ ସୁଖପ୍ରଦ ହେବ। ଆଜିର ଦିନରେ ଆପଣ ମାନେ କିଛି ଅର୍ଥ ରାଶି ମଧ୍ୟ ପ୍ରାପ୍ତି କରି ପାରନ୍ତି।
ମକର:-
ଆଜିର ଦିନରେ ଆପଣ ଅତି ଆପଣାର ଭାବୁଥିବା ବ୍ୟକ୍ତି ଆପଣ ମାନଙ୍କ ସହ ଛଳନା ମଧ୍ୟ କରି ପାରନ୍ତି। ସନ୍ତାନ ଙ୍କ କାର୍ଯ୍ୟ କଳାପ କୁ ନେଇ ଆପଣ ମାନେ ଅଶାନ୍ତି ମଧ୍ଯ ହୋଇ ପାରନ୍ତି। ଉଚ୍ଚ ପଦାଧିକାରୀ ଙ୍କ ସହ ଆପଣଙ୍କ ମତ ଭେଦ ମଧ୍ୟ ଦେଖା ଦେଇ ପାରେ।
କୁମ୍ଭ:-
ଏହି ରାଶିର ବ୍ୟକ୍ତି ବିଶେଷ ମାନେ ବ୍ରତ୍ତ ଉପବାସରେ ନିଜକୁ ନିୟୋଜିତ ରଖିବେ। ଆଜିର ଦିନରେ ଆପଣଙ୍କ ବାକାୟାର୍ଥ ଆପଣ ମାନେ ପ୍ରାପ୍ତ କରି ପାରିବେ। ଦୂର ଯାତ୍ରାର ଯୋଗ ଥିବାରୁ ଆପଣ ମାନେ ମଧ୍ୟ ଦୂର ଯାତ୍ରା ମଧ୍ଯ କରି ପାରନ୍ତି। କୌଣସି ନୂତନ କାର୍ଯ୍ୟ ମଧ୍ୟ ଆରମ୍ଭ କରି ପାରନ୍ତି।
ମୀନ:-
ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ଦିନ ଟି ବେଶ ଲାଭ ଦାୟକ ରହିବା ସହ ପୁରୁଣା ସମସ୍ୟା ଗୁଡ଼ିକର ମଧ୍ୟ ସମାଧାନ ହେବ। ଏବଂ ଭାଇ ଭାଇ ମଧ୍ୟରେ ଲାଗି ରହିଥିବା ବିବାଦ ମଧ୍ୟ ଦୁର ହେବ। ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ଦିନଟି ଭଲରେ କଟିବ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button