ଜ୍ୟୋତିଷ

ଝିଅ ଜନ୍ମ ହେବା ପରେ ବାପା ମା ନେଇ କିନ୍ନର ପାଖରେ ଛାଡିଦେଲେ, ତା ପରେ ସେ ଏମିତି କଲା ଝିଅ ସହିତ

ଆଜି ଆମେ ଆପଣଙ୍କୁ ଏକ ଏମିତି ଝିଅ ବିଷୟରେ କହିବାକୁ ଯାଉଛୁ ଯିଏ ଜନ୍ମ ହେବା ପରେ ହିଁ ତାର ବାପା ମା ନେଇ ତାକୁ କିନ୍ନର ପାଖରେ ଛାଡିଦେଲେ । ଟିକେ ଚିନ୍ତା କରି ଦେଖନ୍ତୁ ସେହି ଝିଅର ଅବସ୍ଥା କଣ ହୋଇଥିବ । ଆମେ ଯେଉଁ ଝିଅ ବିଷୟରେ କହୁଛୁ ତାର ନାମ ଜ୍ୟୋତି ଓ ୨୩ ବର୍ଷ ପୂର୍ବରୁ ତାର ବାପା ମା ନିଜେ ଡିମ୍ପଲ ବାବାଙ୍କ ନିକଟରେ ଛାଡିଥିଲେ । ଡିମ୍ପଲ ବାବା ତାକୁ ପାଳି ପୋଷି ବଡ କରିଥିଏ ଓ ବାପା ମା’ ଉଭୟଙ୍କର ଭଲପାଇବା ଦେଇଥିଲେ । ଆସନ୍ତୁ ଜାଣିବା ଏହି ଡିମ୍ପଲ ବାବା କିଏ ।

ଡିମ୍ପଲ ବାବା ତାକୁ ଏତେ ପାଠ ପଢାଇଲେ ଯେ ସେ ସମାଜରେ ମୁଣ୍ଡ ଟେକି ଚାଲିପାରିବ ଓ କଥା କହିପାରିବ । କେବଳ ସେତିକି ନୁହେଁ ସେ ଅମୃତସର ସହରର ଇବଲା ରୋଡ ନିକଟରେ ଚୌଧୁରୀ ବଂଶରେ ଜ୍ୟୋତିର ବିବାହ କରିଥିଲେ । ଡିମ୍ପଲ ବାବା ଜଣେ କିନ୍ନର ଥିଲେ, ସେ ଜ୍ୟୋତିକୁ ନିଜ ଝିଅ ପରି ଲାଳନ ପାଳନ କରିଥିଲେ। ଯେତେବେଳେ ଜ୍ୟୋତିର ବିବାହ ହୋଇଥିଲା ସେତେବେଳେ ଲୋକମାନେ ସେହି ଝିଅକୁ ଗିଫ୍ଟ ଓ ଆଶୀର୍ବାଦ ମଧ୍ୟ ଦେଇଥିଲେ । ଏହିପରି ଏକା ଅନୋଖା ଆପଣ ବିବାହ ଦେଖିଛନ୍ତି କି।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଯେତେବେଳେ ଜ୍ୟୋତି ଡିମ୍ପଲ ବାବାଙ୍କୁ ମିଳିଥିଲା ସେ ମାତ୍ର ଗୋଟିଏ ଦିନର ହୋଇଥିଲା । ଏହାପରେ ଜ୍ୟୋତି ତାଙ୍କ ପରିବାରର ସଦସ୍ୟ ହୋଇଗଲା । ଡିମ୍ପଲ ବାବା ତାକୁ ଝିଅ ପରି ପାଳନ କରୁଥିଲେ । ବାବା କହିଲେ ଯେ ସେହି ତା’ ବାପା ମାଙ୍କର ଆଗରୁ ୪ଟି ଝିଅ ଥିଲେ ସେଥିପାଇଁ ସେ ଏହି ଝିଅଟିକୁ ଆଣି ମୋ ପାଖରେ ଛାଡିଦେଲେ । ଯଦି ସେ ତାକୁ ନ ରଖିଥାନ୍ତେ ତେବେ ସେହି ଝିଅଟି ମରିଯାଇଥାନ୍ତା । ଯେତେବେଳ ଜ୍ୟୋତି ତାଙ୍କୁ ମିଳିଲା ସେ ତାକୁ ମହୁ ଚଟାଇ ଥିଲେ ଓ ଗୀତ ଗାଈ ଶୁଆଇଥିଲେ।

ସେ ଯେତେବେଳେ ରାତିରେ କାନ୍ଦେ ସେ ତାକୁ ବୋତଲରେ କ୍ଷୀର ଦେଇ ପିଆଉଥିଲେ । ସେ ପାଠ ପଡି ଚାକିରି କରିବାକୁ ଚାହୁଁ ଥିଲା ନିଜ ଗୋଡରେ ନିଜେ ଠିଆ ହେବାକୁ ପ୍ରସ୍ତୁତ ଥିଲା । ଡିମ୍ପଲ ବାବା ତାର ଏହି ସ୍ଵପ୍ନକୁ ପୂରଣ କଲେ ଓ ତାକୁ ବିବାହ ମଧ୍ୟ ଦେଲେ । ସେ ତାର ସମ୍ପୂର୍ଣ୍ଣ ଦ୍ଵାୟିତ୍ଵ ନେଇଥିଲେ ଓ ତାହା ପୂରଣ ମଧ୍ୟ କରିଛନ୍ତି । ଜ୍ୟୋତି ୫ ବର୍ଷର ହେଲା ପରେ ଘର ନିକଟେରେ ଥିବା ସ୍କୁଲରେ ପାଠ ପଢିଥିଲା ।

ଯେତେବେଳେ ତାର ବିବାହ ସମୟ ହୋଇଗଲା ତାକୁ ତାର ମା ବାପା ବିଷୟରେ ପଚାରିଲେ ସେ ସମସ୍ତଙ୍କୁ କହୁଥିଲା ଯେ ଡିମ୍ପଲ ବାବା ମୋର ସବୁ କିଛି । ଡିମ୍ପଲ ବାବା ତାକୁ ଗ୍ରାଜୁଏସନ କରାଇଲେ ଓ କମ୍ପୁଟର ଡିପ୍ଲୋମା ମଧ୍ୟ କରାଇଥିଲେ । ଏହିପରି ଜ୍ୟୋତି କହିଲେ କି ସେ ଯେପରି ମତେ ପାଳନ କରିଛନ୍ତି ସେହିପରି ମୋର ନିଜ ମା ବାପା ମଧ୍ୟ ଲାଳନ ପାଳନ କରିପାରି ନଥାନ୍ତେ । ଜ୍ୟୋତି ଭଗବାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥାନ୍ତି କି ସେ ବାବାଙ୍କ ପରି ମା ବାପା ତାଙ୍କୁ ଦେଇଛନ୍ତି ଯିଏ ତାର ସବୁ ଛୋଟ ବଡ ସ୍ଵପ୍ନକୁ ପୂରଣ କରିଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button