ଦେଶ- ବିଦେଶ

ଆଜିବି ଅଛି ଭଗବାନ ଭୋଳାନାଥଙ୍କ ଏହି ୧୨୦୦ ବର୍ଷରୁ ଅଧିକ ମନ୍ଦିର ଯାହାକୁ ବୈଜ୍ଞାନିକମାନେ ଏହି କାରଣ ପାଇଁ ହୁଅନ୍ତି ଆଶ୍ଚର୍ୟ୍ଯ

ଆପଣମାନେ ଅଜନ୍ତା ଏବଂ ଏଲୋରା ଗୁମ୍ଫା ବିଷୟରେ ବହି ରେ କିମ୍ବା ଟିଚର୍ ମାନଙ୍କ ଠାରୁ ନିଶ୍ଚୟ ଭାବରେ ଶୁଣି ଥିବେ।ଅଜନ୍ତା ଏବଂ ଏଲୋରା ଗୁମ୍ଫା ମହାରାଷ୍ଟ୍ର ର ଓରାଙ୍ଗବାଦ ଜିଲ୍ଲା ରେ ଅବସ୍ଥିତ।ଏହି ଗୁମ୍ଫା ରେ ଏକ ବିଶାଳ ଏବଂ ରହସ୍ୟମୟ ମନ୍ଦିର ରହିଛି।
ସେହି ମନ୍ଦିର ର ନାମ ହେଉଛି କୈଳାଶ ମନ୍ଦିର।ଏହି ମନ୍ଦିର ଟି ଯେଉଁ ବିଧି ରେ ନିର୍ମିତ କରାଯାଇଛି ତାହା ହଜାର ବର୍ଷ ପୂର୍ବେ ଅଜନ୍ତା ଏବଂ ଏଲୋରା ଗୁମ୍ଫା ରେ ପ୍ରୟୋଗ କରାଯାଇଛି।ପାହାଡ଼ କୁ କାଟି ଏହି ଗୁମ୍ଫା ନିର୍ମିତ ହୋଇଛି।
Special report
ଏକ ବିଶାଳକାୟ ପାହାଡ଼ କୁ ଉପର ରୁ ତଳୁ କାଟି କୈଳାଶ ମନ୍ଦିର ନିର୍ମାଣ କରାଯାଇଛି।ଅଜନ୍ତା ଏବଂ ଏଲୋରା ଗୁମ୍ଫା ଆଉ କୈଳାଶ ମନ୍ଦିର ର ରହସ୍ୟ ଜାଣିବା ପାଇଁ ବହୁତ ପ୍ରକାରର ପ୍ରୟାସ କରାଯାଇଅଛି।
କୈଳାଶ ମନ୍ଦିର ପରେ ଏଲୋରା ର ସବୁ ମନ୍ଦିର ତିଆରି କରାଯାଇଥିଲା।କୈଳାଶ ମନ୍ଦିର ରହସ୍ୟମୟ ଅଟେ।କିନ୍ତୁ ଏହାପରେ ଯେଉଁ ମନ୍ଦିର ଗୁଡ଼ିକ ନିର୍ମାଣ କରାଯାଇଛି ତାହା କିନ୍ତୁ ରହସ୍ୟମୟ ନୁହେଁ।
ଏହା ବହୁତ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଥାଏ।ଏଲୋରା ଗୁମ୍ଫା ରେ କୈଳାଶ ମନ୍ଦିର ପାଖରେ ୩୪ ଟି ମନ୍ଦିର ରହିଛି।ହଜାର ବର୍ଷ ପୂର୍ବେ ନିର୍ମିତ ହୋଇଥିବା କୈଳାଶ ମନ୍ଦିର ର ରହସ୍ୟ ଆଜି ମଧ୍ୟ ରହସ୍ୟ ହୋଇ ରହିଛି।ଏହି ମନ୍ଦିର ବହୁତ ମଜବୁତ୍ ଅଟେ।
ଏହି ମନ୍ଦିର କୁ ମୋଗଲ ଶାସକ ଔରଙ୍ଗଜୈବ ଭାଙ୍ଗିବା ପାଇଁ ୧୦୦୦ ସୈନିକ ଙ୍କୁ ପଠାଇ ଥିଲେ।ଅନେକ ବର୍ଷ ଭାଙ୍ଗିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସୈନିକ ମାନେ ଅଳ୍ପ କିଛି ହିଁ ମନ୍ଦିର ଭାଙ୍ଗି ପାରିଲେ।
ଏହାପରେ ମୋଗଲ ଶାସକ ଔରଙ୍ଗଜୈବ ଏହି ମନ୍ଦିର କୁ ଭାଙ୍ଗିବେ ନାହିଁ ବୋଲି ମନସ୍ଥ କରିଲେ।ବୈଜ୍ଞାନିକ ମାନେ ମଧ୍ୟ କହିଛନ୍ତି ଯେ ପାହାଡ଼ କୁ ତଳୁ ଉପର କୁ କାଟିବେ ବୋଲି ବିଧି ରହିଛି। କିନ୍ତୁ ଏହି ମନ୍ଦିର ରେ ବିପରୀତ କରାଯାଇଛି।
ପାହାଡ଼ କୁ ଉପର ଭାଗ ରୁ କାଟି ଏହି ମନ୍ଦିର ନିର୍ମାଣ କରାଯାଇଛି।ଏହା ବହୁତ ରହସ୍ୟମୟ ଅଟେ।ଏହି ଭିଡିଓ ଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button