ଦେଶ- ବିଦେଶ

କାଉଁରିଆ ଯାତ୍ରାରେ ସ୍ବାମୀ: ପ୍ରେମିକ ସହ ଫେରାର ସ୍ତ୍ରୀ

ନୂଆଦିଲ୍ଲୀ: ରାଜସ୍ଥାନର ଅଲବର ଜିଲ୍ଲାର ରେଣି କସୱେରେ ବସବାସ କରୁଥିବା ଜଣେ ମହିଳା ସ୍ବାମୀ କାଉଁରିଆ ଯାତ୍ରାରେ ବାହାରିଯିବା ପରେ ସେ ତାଙ୍କ ପ୍ରେମିକ ସହ ଫେରାର ହୋଇଯାଇଥିବା ଘଟଣା ସାମ୍ନାକୁ ଆସିଛି।

ଏହି ଘଟଣା ସମ୍ପର୍କରେ ଦିବ୍ୟାଙ୍ଗ ବୃଦ୍ଧ ବାପା (ଫେରାର ମହିଳାଙ୍କ ଶ୍ବଶୁଣ)କଉଁରିଆ ଯାତ୍ରାରେ ଉତ୍ତରାଖଣ୍ଡର ହରିଦ୍ବାର ଯାଇଥିବା ପୁଅକୁ ଫୋନ କରି ଜଣାଇ କହିଥିଲେ, ‘ଆରେ ବାପା ତୁ ତୁରନ୍ତ ଫେରି ଆସେ।

ବୋହୂ ନାତିକୁ ଧରି ଅନ୍ୟ ଜଣେ ଯୁବକ ସହିତ ଫେରାର ହୋଇଯାଇଛି।’

ଫେରାର ମହିଳାଙ୍କ ସ୍ବାମୀ ବାପାଙ୍କ ଠାରୁ ସ୍ତ୍ରୀ ପ୍ରେମିକ ସହ ଫେରାର ହେବା ଖବର ପାଇବା ପରେ ଘରେ ପହଞ୍ଚି ଥାନାରେ ଦ୍ବାରସ୍ଥ ହୋଇଥିଲେ। ଥାନାରେ ସ୍ବାମୀ ଅଭିଯୋଗ କରି କହିଛନ୍ତି, ‘ମୁଁ କାଉଁରିଆ ଯାତ୍ରାରେ ବାହାରି ଯାଇଥିବା ବେଳେ ମୋ ସ୍ତ୍ରୀ ଘରେ ଦିବ୍ୟାଙ୍ଗ ବୃଦ୍ଧ ବାପାଙ୍କୁ ଛାଡ଼ି ପୁଅକୁ ଧରି ତାର ପ୍ରେମିକ ସହ ଫେରାର ହୋଇଯାଇଛି। କେବଳ ଏତିକି ନୁହେଁ ଘ‌ରେ ଥିବା ନଗଦ ଟଙ୍କା ସୁନା, ରୁପା ଅଳଙ୍କାର ବି ନିଜ ସହିତ ନେଇ ଯାଇଛି। ‌ସେ ଯେଉଁ ଟଙ୍କା ନେଇ ଯାଇଛି ତାହା ଲୋକଙ୍କ ଠାରୁ ଚାନ୍ଦା କରି ରଖିଥିଲି। କାରଣ ଏହି ଟଙ୍କା ଗ୍ରାମରେ ଆୟୋଜିତ ହେବାକୁ ଥିବା କାଉଁରିଆ କାର୍ଯ୍ୟକ୍ରମରେ ଲାଗି ଥାଆନ୍ତା। ‘

ପୁଲିସ ବୃଦ୍ଧ ବାପା ଓ ସ୍ବାମୀଙ୍କ ଅଭିଯୋଗ କ୍ରମେ ମହିଳାଙ୍କୁ ଟ୍ରାକ କରିବାକୁ ଚେଷ୍ଟା କରୁଛି। ଏଥିସହିତ ସ୍ବାମୀଙ୍କୁ ପୁଲିସ କହିଛି, ‘ମହିଳା ଧରାପଡ଼ିବା ପରେ ଯଦି ତାଙ୍କ ପ୍ରେମିକ ସହିତ ରହିବାକୁ କହନ୍ତି ତେବେ ତାଙ୍କୁ ତୁମ ସହିତ ରହିବାକୁ ‌ଜୋର କରାଯାଇପାରିବ ନାହିଁ। କାରଣ ତାଙ୍କ ବୟସ ୧୮ବର୍ଷରୁ ଅଧିକ ରହିଛି। ସେ ଯାହା ସହିତ ରହିବାକୁ ଚାହିଁବେ ରହି ପାରିବେ।’

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button