ଦେଶ- ବିଦେଶ

ଚଳନ୍ତା ଟ୍ରେନରେ ଏଟିଏମ୍..

ଟ୍ରେନରେ ଅଛି ଏଟିଏମ୍ ସୁବିଧା। ଚଳନ୍ତା ଟ୍ରେନରେ ଏଣିକି ଟଙ୍କା ଉଠାଇପାରିବେ ଯାତ୍ରୀ। ମାନମାଡରୁ ନାସିକ ଓ ମୁମ୍ୱାଇ ଯାଉଥିବା ଡେଲି ଟ୍ରେନରେ ଏହି ସୁବିଧା ଖଞ୍ଜାଯାଇଛି। ଟ୍ରେନରେ ଦେଶର ପ୍ରଥମ ଏଟିଏମ ବ୍ୟବସ୍ଥା ବୋଲି କୁହାଯାଉଛି। ପଞ୍ଚବଟି ଏକ୍ସପ୍ରେସ ଭିତରେ ଏକ ଏସି କୋଚ ଭିତରେ ଏହି ଏଟିଏମ୍ ସୁବିଧା ଉପଲବ୍ଧ କରାଯାଇଛି। ମଙ୍ଗଳବାର ଏହାର ଟ୍ରାଏଲ ରନ୍ ସଫଳତାର ସହ ସରିଛି। ଟ୍ରେନର ରୁଟରେ ମାତ୍ର କିଛି ସମୟ ପାଇଁ ହିଁ ଏଟିଏମ୍ ସିଗନାଲ ରହିବନି। ନୋ-ନେଟଓ୍ୱର୍କ ସେକ୍ସନ ଯେମିତିକି ଇଗାତପୁରି ଓ କସରାରେ। ଏହା ବ୍ୟତୀତ ଯେଉଁଠି ଟନେଲ ଥିବ, ସେଠାରେ ବି ନେଟଓ୍ୱର୍କ ଅସୁବିଧା ହେତୁ ଟଙ୍କା କାଢ଼ିହେବନି। ମୁଭିଂ ଟ୍ରେନରେ ଏଣିକି ଯାତ୍ରୀ ଟଙ୍କା ଉଠାଇପାରିବେ। ସେଥିଲାଗି ଯାତ୍ରୀ ବି ବେଶ୍ ଖୁସି ଜାହିର କରିଛନ୍ତି। ଆଇଏନଏଫଆରଆଏସ ବା ନନ ଫେୟାର ରେଭିନ୍ୟୁ ଆଇଡିଆ ସ୍କିମ ଅନ୍ତର୍ଗତ ଏହି ସେବାକୁ ଚଳନ୍ତା ଟ୍ରେନରେ ଉପଲବ୍ଧ କରାଇଛନ୍ତି ବ୍ୟାଙ୍କ ଅଫ ମହାରାଷ୍ଟ୍ର ଓ ଭୁସଓ୍ୱାଲ ରେଳବାଇ ଡିଭିଜନ୍। ଏକ ଏସି କୋଚରେ ଏଟିଏମ୍ ଥିଲେ ସୁଦ୍ଧା ଏହା ପୁରା ୨୨ଟି କୋଚକୁ ଲିଂକ କରିପାରୁଛି। ଲୋକେ ଟଙ୍କା ଉଠାଣ ସହ ଚେକ୍ ବୁକ୍ ଅର୍ଡର କରିପାରୁଛନ୍ତି। ଷ୍ଟେଟମେଣ୍ଟ ବି ବାହାର କରିପାରୁଛନ୍ତି। ଦୂରଗାମୀ ଯାତ୍ରୀ ଯେମିତିକି ହିଙ୍ଗୋଲି ଓ ନାସିକ ରୁଟ୍ ଯାତ୍ରୀ ବି ଏହି ସେବା ପାଇପାରିବେ। ମୁମ୍ୱାଇ-ହିଙ୍ଗୋଲି ଜନଶତାବ୍ଦୀ ଏକ୍ସପ୍ରେସରେ ଏ ସେବା ମିଳିପାରୁଛି। କାରଣ ପଞ୍ଚବଟି ଏକ୍ସପ୍ରେସର ରେକ୍ ଜନଶତାବ୍ଦୀ ଏକ୍ସପ୍ରେସ ସହ ସେୟାର ହୋଇଛି। ଉଭୟ ଟ୍ରେନ୍ ୩ଟି ଲେଖାଏଁ ରେକ୍ ସେୟାର କରିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button