ରାଜନୀତି

ଓଡ଼ିଶା ରାଜନୀତିରେ ୟୁପି ଏକ୍ସପେରିମେଣ୍ଟ

ସାମାଜିକ ନ୍ୟାୟ ପାଇଁ ଏକାଠି ହେଲେ ଅଖିଳେଶ ଓ ଶ୍ରୀକାନ୍ତ। ଜାତିଜନଗଣନାରୁ ନେଇ ସମ୍ୱିଧାନ ସୁରକ୍ଷା ଯାଏଁ। ପଛୁଆ ବର୍ଗଙ୍କ ହକ୍ ଲାଗି ରଣନୀତିରୁ ନେଇ ଶିକ୍ଷା ଓ ରୋଜଗାରରେ ସଂରକ୍ଷଣ ବ୍ୟବସ୍ଥାର ସଠିକ ଅନୁପାଳନ। ଏମିତି ତମାମ ପ୍ରସଙ୍ଗରେ ଶ୍ରୀକାନ୍ତ ଜେନାଙ୍କ ବାସଭବନରେ ଆଲୋଚନା କରିଛନ୍ତି ସପା ସୁପ୍ରିମୋ ଅଖିଳେଶ ଯାଦବ। ସୀମା ପୁନଃନିର୍ଧାରଣ, ଓ୍ୱାକଫ ବିଲ୍ ବିରୁଦ୍ଧରେ ଉଭୟଙ୍କ ଭିତରେ ସହମତି ଥିବା କଥା ପ୍ରକାଶ କରିଛନ୍ତି ଅଖିଳେଶ। ଡିଲିମିଟେସନରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଷ୍ଚାଲିନଙ୍କ ସହ ଅଛୁ। ଅଖିଳେଶ କହିଛନ୍ତି, ପୂର୍ବରୁ ଜାତି ଜନଗଣନାକୁ ନେଇ କଂଗ୍ରେସ ସହ ଲଢ଼େଇ ହୋଇଛି। ଏବେ କଂଗ୍ରେସ ବି ଜାତି ଜନଗଣନାକୁ ସ୍ୱୀକାର କରୁଛି। ଓଡ଼ିଶାରେ ଶ୍ରୀକାନ୍ତ ଜେନା ସମ୍ୱିଧାନ ରକ୍ଷା କରିବାକୁ ନିରନ୍ତର ଲଢ଼େଇ ଜାରି ରଖିଛନ୍ତି ବୋଲି କହିଛନ୍ତି ଅଖିଳେଶ। ଶ୍ରୀକାନ୍ତଙ୍କ ନିମନ୍ତ୍ରଣ ରକ୍ଷା କରି ଓଡ଼ିଶା ଆସିଛୁ ମାନେ ତାଙ୍କ ସହ ଅନେକ କଥାରେ ସହମତି ରହିଛି । ଆଗକୁ ବଡ଼ ଲଢ଼େଇ ଅଛି। ଯାହା ଆଲୋଚନା ହୋଇଛି ସବୁ କଥା କହିହେବନି ବୋଲି ଅଖିଳେଶ କହିଛନ୍ତି। ଅଖିଳେଶ-ଶ୍ରୀକାନ୍ତଙ୍କ ସହ ସିପିଆଇ, ସିପିଏମ ଓ ଆରଜେଡି ନେତା ଦେଖା କରି ଆଲୋଚନା କରିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button