ରାଜ୍ୟ
କାହ୍ନା ଚାରିଟେବୁଲ ସଂସ୍ଥା ପକ୍ଷରୁ ସାମୂହିକ ବିବାହ ଉତ୍ସବ

କାହ୍ନା ଚାରିଟେବୁଲ ସଂସ୍ଥା ପକ୍ଷରୁ ସାମୂହିକ ବିବାହ ଉତ୍ସବ ବ୍ରହ୍ମପୁର ସହରରେ ଥିବା ହିଲପଟଣା ଠାରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଗଂଜାମ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ଆର୍ଥିକ କ୍ଷେତ୍ରରେ ଅନଗ୍ରସର ଥିବା ଉଭୟ ଝିଅ ପକ୍ଷ ଓ କନ୍ୟା ପକ୍ଷ ଖୋଜି ବାହାର କରି ୮ଟି ଯୋଡ଼ାକୁ ବିବାହ କରାଯାଇଛି। ସେମାନଙ୍କ ପାଇଁ ଯାହା ଆବଶ୍ୟକତା ଖଟ, ଆଲମୀରାରୁ ଆରମ୍ଭ ରୋଷେଇ ସମଗ୍ରୀ ସୁନା ମଙ୍ଗଳସୁତ୍ର ଏହି ସମାଜିକ ସଙ୍ଗଠନ ପକ୍ଷରୁ ଯୋଗାଇ ଦିଆଯାଇଥାଏ। ଭୋଜି ଭାତର ଆସର ସହ ବନ୍ଧୁ ବାନ୍ଧବ ମଧ୍ୟ ଏହି ବିବାହରେ ଉପସ୍ଥିତ ରହିଥାନ୍ତି। ଦୀର୍ଘ ତିନି ବର୍ଷ ହେବ ଏଭଳି ସମୂହିକ ବିବାହ, ଓ ବ୍ରତ ଘର କରି ବେଶ ପ୍ରଶଂସା ସାଉଁଟୁଛି ଏହି ସଂଗଠନ। ଆଗାମୀ ଦିନରେ ମଧ୍ୟ ଏହିଭଳି ମହତ କାର୍ଯ୍ୟ ଚାଲିବ ବୋଲି ଅନୁଷ୍ଠାନ ର ସଭାପତି ସୂଚନା ଦେଇଛନ୍ତି। ସେପଟେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଯୋଡି ମଧ୍ୟ ବେଶ ଖୁସି ଜାହିର କରିଛନ୍ତି।