ରାଜ୍ୟ

ବାଙ୍କୀ ଡମପଡ଼ା ବଜାରରେ ବୁଲିଲା ଦନ୍ତା ହାତୀ, ଗାଡ଼ି ଚଳାଚଳ ଠପ୍

ବାଙ୍କୀ : ଉଜୁଡ଼ୁଛି ବନ୍ୟ ବନ୍ୟଜନ୍ତୁଙ୍କ ଆବାସ । ଜନବସତି ମୁହାଁ ହେଉଛନ୍ତି ହାତୀ । କେଉଁଠି ରାଜରାସ୍ତାରେ ତ କେଉଁଠି ବଜାର ଭିତରେ ବୁଲୁଛି ହାତୀ । କଟକ ଜିଲ୍ଲା ବାଙ୍କୀ ଉପଖଣ୍ଡ ଡମପଡ଼ା ବଜାରରେ ବୁଲିଲା ଦନ୍ତା । ଆଜି ଭୋର ସମୟରେ ଗୋଟିଏ ଦନ୍ତାହାତୀ ଡମପଡ଼ା ବଜାରରେ ବୁଲୁଥିବା ଦେଖି ଲୋକେ ଭୟଭୀତ ହୋଇପଡ଼ିଥିଲେ । ବନ ବିଭାଗକୁ ଖବର ଦେଇଥିଲେ ।

ଡମପଡ଼ା ବନ ବିଭାଗ କର୍ମଚାରୀ ପହଞ୍ଚି ହାତୀଟିକୁ ଡମପଡ଼ା ଅଭୟାରଣ୍ୟକୁ ଘଉଡ଼ାଇ ଦେଇଥିଲେ ଡମପଡ଼ା ବଜାରରେ ପଶିବା ପୂର୍ବରୁ ଜଣେ ବ୍ୟକ୍ତିଙ୍କ ଫାର୍ମ ହାଉସରେ ପଶି ଭଙ୍ଗାରୁଜା କରିଥିଲା ଦନ୍ତା ।

ଏଣେ ସୁନ୍ଦରଗଡ ବଣାଇ ଅଞ୍ଚଳରେ ଗୋଠଛଡା ଦନ୍ତାର ଉତ୍ପାତ । ଦୀର୍ଘ ଦିନ ଉତ୍ପାତ ଚଳାଇଛି ଦନ୍ତା । କେତେବେଳେ ରାଜରାସ୍ତାରେ ବୁଲୁଛି ତ କେତେବେଳେ ଗାଁରେ ପଶି ଭଙ୍ଗାରୁଜା କରୁଛି । ଗତକାଲି ରାତିରେ ୧୪୩ ନମ୍ବର ଜାତୀୟ ରାଜପଥ ଗୋବିନ୍ଦପୁର, ଦରେଇକଳା ନିକଟ ଦେଇ ଯିବା ବେଳେ, କିଛି ସମୟ ପାଇଁ ଗାଡ଼ିମୋଟର ଚଳାଚଳ ବନ୍ଦ ହୋଇ ଯାଇଥିଲା । ଗତ କିଛି ଦିନ ହେଲା ଥରକୁ ଥର ଜଙ୍ଗଲ ଭିତରକୁ ଯାଇ ପୁଣି ଜନବସତିକୁ ଫେରୁଛି ଏହି ହାତୀ। ହାତୀକୁ ତୁରନ୍ତ ଟ୍ରାଙ୍କୁଲାଇଜ କରି ଅନ୍ୟତ୍ର ନେବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ।

Related Articles

Leave a Reply

Your email address will not be published. Required fields are marked *

Back to top button