ରାଜନୀତି
ଆଦର୍ଶ ବିଦ୍ୟାଳୟରେ ବିଧାୟକଙ୍କ କୋଟା ବନ୍ଦ ପାଇଁ ଦାବି

ଆଦର୍ଶ ବିଦ୍ୟାଳୟରେ ବିଧାୟକଙ୍କ କୋଟା ବନ୍ଦ କରିବା ପାଇଁ ବିଜେଡି ବିଧାୟକ ପ୍ରତାପ ଦେବଙ୍କ ଦାବି। ଏବେ ଆଦର୍ଶ ବିଦ୍ୟାଳୟରେ ନାମଲେଖା ପାଇଁ ବିଧାୟକଙ୍କ ପାଇଁ ଦୁଇଟି କୋଟା ରହିଛି। ଏହାକୁ ଉଠେଇଦେବା ପାଇଁ ଗୃହରେ ସେ ଦାବି କରିଛନ୍ତି। ଏହା ଦଳମତ ନିର୍ବିଶେଷରେ ସବୁ ବିଧାୟକଙ୍କ ପାଇଁ ପୀଡା। ଗୃହ ପକ୍ଷରୁ ମୁଁ ଦାବି କରୁଛି। ବାଚସ୍ପତିଙ୍କ ଠାରୁ ରୁଲିଂ ଦାବି କଲେ ପ୍ରତାପ ଦେବ। ବାଚସ୍ପତି ଗଣଶିକ୍ଷା ମନ୍ତ୍ରୀଙ୍କୁ ରୁଲିଂ ଦେଇ କହିଲେ ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରନ୍ତୁ।