ଅପରାଧ

ଗ୍ରାମବାସୀଙ୍କ ରାସ୍ତାରୋକ

ବୋମାମାଡ ଘଟଣାର ଉପଯୁକ୍ତ ତଦନ୍ତ କରି ଦୋଷୀକୁ ଗିରଫ ଦାବିରେ ରାସ୍ତାରୋକ। ପ୍ରତାପପ୍ରସାଦ ଦର୍ପନାରାୟଣପୁର ରାସ୍ତା ଅବରୋଧ କରିଥିଲେ ଗ୍ରାମବାସୀ। ଚଳିତ ମାସ ୧୬ ତାରିଖ ରାତିରେ ଖଇରପଟି ଗାଁରେ କେହି ଦୁର୍ବୁତ୍ତ ବୋମା ପକାଇଥିଲେ। ଏନେଇ ଇଟାମାଟି ପୋଲିସ ହତ୍ୟା ଅଭିଯୋଗ ରେ ଆଜୀବନସଜା କାଟୁଥିବା ପ୍ୟାରେଲରେ ଆସିଥିବା ଭଗବାନ ଦଳବେହେରା ଓ ଶେଷଦେବ ନାୟକ ପୋଲିସ ଆଣି ଅଟକ ରଖିଛି। ୨ ଜଣଙ୍କୁ ଅଟକ ଅଭିଯୋଗରେ ଓ ଉପଯୁକ୍ତ ତଦନ୍ତ ଦାବିରେ ଆଜି ଖଇରପଟି ଗାଁ ର ମହିଳା ପୁରୁଷ ପ୍ରତାପପ୍ରସାଦ ଦର୍ପନାରାୟଣପୁର ରାସ୍ତା ଅବରୋଧ କରିଥିଲେ। ଇଟାମାଟି ପୋଲିସ, ନୟାଗଡ SDPO ଓ ଅତିରିକ୍ତ ତହସିଲଦାର ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ। ଆଜି ଦୋଷୀକୁ ଗିରଫ କରି କୋର୍ଟ ଚାଲାଣ କରାଯିବ ପ୍ରତିଶ୍ରୁତି ପରେ ରାସ୍ତା ଅବରୋଧ ହଟିଥିଲା।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button