ରାଜ୍ୟ

ମହଙ୍ଗା ପଡ଼ିଲା ନକଲି ସୁଭଦ୍ରା ଫର୍ମ ବିକ୍ରି: ଦୋକାନୀ ଅଟକ, କମ୍ପ୍ୟୁଟର ଜବତ

ରାଉରକେଲା: ନକଲି ସୁଭଦ୍ରା ଫର୍ମ ବିକିବା ଜଣେ କମ୍ପ୍ୟୁଟର ଦୋକାନୀଙ୍କୁ ମହଙ୍ଗା ପଡିଛି। ଏଡିଏମ୍ଙ୍କ ନିର୍ଦ୍ଦେଶକ୍ରମେ ରଘୁନାଥପାଲି ପୁଲିସ କମ୍ପ୍ୟୁଟର ଜବତ କରିବା ସହ ଦୋକାନୀଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ମୁତବାକ ଏସ୍ଟିଆଇ ଛକ ନିକଟସ୍ଥ ଗଣେଶ ମାର୍କେଟ ଏକ ଦୋକାନରେ ଟଙ୍କା ନେଇ ସୁଭଦ୍ରା ଫର୍ମ ବିକ୍ରୀ କରିବାର ଅଭିଯୋଗ ହୋଇଥିଲା।

ନୋଡାଲ ଅଫିସର ବିଭୂତି ଭୂଷଣ ଖୁଣ୍ଟିଆ ଯାଂଚ କଲାବେଳେ ପାଇଥିଲେ ଯେ ଦୋକାନୀ ଜଣକ ସୁଭଦ୍ରା ଯୋଜନାର ନକଲି ଆବେଦନ ଫର୍ମକୁ ବିକ୍ରି କରିଛନ୍ତିl ଏହା ପାଇଁ ଉଦିଷ୍ଟ ଓ୍ବେବସାଇଟ୍ ରେ ମଧ୍ୟ ଅପଲୋଡ କରି ୨ ଜଣ ହିତାଧକାରୀଙ୍କଠାରୁ ମୂଲ୍ୟ ଆଦାୟ କରିଛନ୍ତି। ଏହାର ସୂଚନା ମହାନଗର ନିଗମ କମିଶନର ଆଶୁତୋଷ କୁଲକର୍ଣ୍ଣିଙ୍କୁ ଜଣାଇଲା ପରେ ତାଙ୍କ ନିର୍ଦ୍ଦେଶକ୍ରମେ ରଘୁନାଥପଲ୍ଲୀ ଥାନାରେ ଏକ ମାମଲା ରୁଜୁ କରାଯାଇଛି।

ଏହି ଅଭିଯୋଗ ଉପରେ ରଘୁନାଥପାଲି ଥାନା ଅଧିକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦୋକାନୀକୁ ଅଟକ ରଖି କମ୍ପ୍ୟୁଟର ଜବତ କରିଛନ୍ତି। ସରକାର ସୁଭଦ୍ରା ଫର୍ମ ସମ୍ପୂର୍ଣ୍ଣ ଦେୟମୁକ୍ତ ରଖିଛନ୍ତି ଯଦି ଏଥି ପ୍ରତି ଖିଲାପ କରି ହିତାଧିକାରୀମାନଙ୍କ ଠାରୁ କୌଣସି ଅର୍ଥ ଆଦାୟ କରାହୁଏ ତେବେ ସଂପୃକ୍ତ ସଂସ୍ଥା ବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Related Articles

Leave a Reply

Your email address will not be published. Required fields are marked *

Back to top button