ରାଜ୍ୟ

କମ୍ପୁଛି ଯୋରନ୍ଦା ମହିମା ଗାଦି : ଜମୁଛି ଭକ୍ତଙ୍କ ପ୍ରବଳ ଭିଡ଼

ଭୁବନେଶ୍ୱର, ୧୩/୦୨ : ଅଲେଖ ଧୂନୀରେ କମ୍ପି ଉଠୁଛି ଯୋରନ୍ଦା ମହିମା ପୀଠ । ଜମିଛି ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ। ଯୋରନ୍ଦା ମେଳାରେ ବିଶ୍ଵର ମଙ୍ଗଳ ପାଇଁ ମହଣ ମହଣ ଘୃତରେ ଶୂନ୍ୟ ମନ୍ଦିରରେ ୪ ଦ୍ଵାରରେ ଝାଡ଼ଦିପ ପ୍ରଜ୍ୱଳନ କରାଯାଇଛି। ଏହାସହିତ ୪ ଦ୍ଵାରରେ ଅଗ୍ନି ଧୂନୀରେ ହଜାର ହଜାର ନଡ଼ିଆ ପୋଡ଼ା ଯାଉଛି । ମହିମା ଗୋସାଇଁଙ୍କ ଶୁନ୍ୟ ମନ୍ଦିର ପରିସର ହଜାର ହଜାର ସାଧୁସନ୍ଥ ଓ ଲକ୍ଷ ଲକ୍ଷ ମହିମା ଧର୍ମାବଲମ୍ବୀ , ଭକ୍ତ ଓ ପର୍ଯ୍ୟାଟକ ମାନଙ୍କର ସମାଗମ ହୋଇଛି। ଏପରିକି ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କ ସମାଗମ ମଧ୍ୟ ହୋଇଛି । ତେବେ ଲୋକମାନଙ୍କର ସୁରକ୍ଷା ପାଇଁ ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।ତେବେ ବ୍ୟବସାୟ ପାଇଁ ଦୋକାନ ବଜାର ଗୁଡ଼ିକ ପ୍ରାୟ ୧୦ ଦିନ ପର୍ଯ୍ୟନ୍ତ ଖୋଲା ରହିବ। ପ୍ରଶାସନ ପକ୍ଷରୁ ପଲ୍ଲିଶ୍ରୀ ମେଳାର ମଧ୍ୟ ଆୟୋଜନ କରାଯାଇଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button