ଦେଶ- ବିଦେଶ

ପରସ୍ପରଙ୍କୁ ଆକ୍ରମଣ କରି ବିଧାୟକ ଓ ପୂର୍ବତନ ବିଧାୟକ ଗିରଫ

ଡେରାଡୁନ୍‌: ରବିବାର ଦିନ ଉତ୍ତରାଖଣ୍ଡର ରୁରକିରେ ଏକ ହିଂସାକାଣ୍ଡ ଦେଖିବାକୁ ମିଳିଛି। ପୂର୍ବତନ ବିଜେପି ବିଧାୟକ କୁନୱର ପ୍ରଣବ ସିଂହ ଚାମ୍ପିଅନ ଏବଂ ସ୍ୱାଧୀନ ବିଧାୟକ ଉମେଶ କୁମାରଙ୍କ ମଧ୍ୟରେ ଏହି ବିବାଦ ଦେଖିବାକୁ ମିଳିଛି। ସେହି ସମୟର ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଖୁବ୍ ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି।

ଜାଣିବାକୁ ମିଳିଛି ଯେ ପୂର୍ବତନ ବିଧାୟକ ଓ ବିଧାୟକ ଉଭୟ ପରସ୍ପରଙ୍କୁ ପଥର ପିଙ୍ଗିବା ସହ ଗୁଳି ଚାଳନା କରିଥିଲେ। ଏବେ ହିଂସାକାଣ୍ଡ ଅଭିଯୋଗରେ ୨ ଜଣଙ୍କୁ ଗିରଫ କରାଯାଇଛି।

ଦୁଇ ରାଜନେତାଙ୍କ ମଧ୍ୟରେ ଅନେକ ଦିନ ହେବ ବିବାଦ ଲାଗି ରହିଛି। ପ୍ରାୟତଃ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପରସ୍ପର ବିରୋଧୀ ପୋଷ୍ଟ୍‌ କରୁଥିବାର ଦେଖିବାକୁ ମିଳିଥାଏ।

ଭିଡିଓରେ ଦେଖାଯାଇଛି ଯେ ଚାମ୍ପିଅନ ତାଙ୍କ ସମର୍ଥକମାନଙ୍କ ସହିତ ସ୍ପଷ୍ଟ ଦିବାଲୋକରେ କୁମାରଙ୍କ କାର୍ଯ୍ୟାଳୟରେ ଅନେକ ଗୁଳି ଚଳାଇଛନ୍ତି। ସେମାନେ ପିସ୍ତଲ ବି ଉଠାଇଥିଲେ। ପଥର ଫିଙ୍ଗିବା ସହ ଗାଳିଗୁଲଜ କରୁଥିଲେ। କିଛି ସମୟ ପରେ କୁମାର ମଧ୍ୟ ତାଙ୍କ ସମର୍ଥକମାନଙ୍କ ସହିତ ଚାମ୍ପିଅନଙ୍କ କାର୍ଯ୍ୟାଳୟ ଉପରେ ଗୁଳି ଚଳାଇଥିଲେ।

ଉଭୟ ପରସ୍ପର ବିରୋଧରେ ଅଭିଯୋଗ ଦାଖଲ କରିବା ପରେ ଉଭୟ ରାଜନେତାଙ୍କୁ ଗିରଫ କରାଯାଇଥିଲା। ଚାମ୍ପିଅନଙ୍କୁ ରାଣୀପୁର ପୁଲିସ ଷ୍ଟେସନକୁ ନିଆଯାଇଥିବା ବେଳେ, କୁମାର ରୁରକି ପୁଲିସ ଷ୍ଟେସନରେ ଅଛନ୍ତି।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button