ସ୍ୱାସ୍ଥ୍ୟ

ଚୀନ ପରୀକ୍ଷାଗାରରୁ ବାହାରିଥାଇପାରେ କରୋନା ଭୁତାଣୁ : ସିଆଇଏ

ନୂଆଦିଲ୍ଲୀ: କୋଭିଡ୍-୧୯କୁ ନେଇ ଆମେରିକା ବଡ଼ ଖୁଲାସା କରିଛି। ଆମେରିକାର ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସି (ସିଆଇଏ) ଦାବି କରିଛି ଯେ କରୋନା ଭୂତାଣୁ ଏକ ପରୀକ୍ଷାଗାରରୁ ଲିକ୍ ହେବାର ସମ୍ଭାବନା ଅଧିକ । ଏହି ଭୂତାଣୁ ଚୀନରୁ ଉତ୍ପନ୍ନ ହୋଇଥିବା ଏଜେନ୍ସି ସଙ୍କେତ ଦେଇଛି। ଏଜେନ୍ସି ମଧ୍ୟ ବିଶ୍ୱାସ କରେ ଯେ ଏହାର ଫଳାଫଳ ଉପରେ ତାଙ୍କର ଅଳ୍ପ ବିଶ୍ୱାସ ଅଛି । ନୂଆ ନିର୍ଦ୍ଦେଶକ ଜନ୍ ରାଟ୍କ୍ଲିଫ୍ ଶପଥ ଗ୍ରହଣ କରିବା ପରେ ଏଜେନ୍ସି ଏହାର ନୂଆ ରିପୋର୍ଟ ସାର୍ବଜନୀନ କରିଛି।

କୋଭିଡ୍-୧୯ ମହାମାରୀକୁ ନେଇ ନିରନ୍ତର ଗବେଷଣା ଚାଲିଛି। ଆମେରିକାରେ ବିଦାୟୀ ବାଇଡେନ୍ ପ୍ରଶାସନ ସମୟରେ ସିଆଇଏ ଦ୍ୱାରା ପ୍ରସ୍ତୁତ ଏକ ରିପୋର୍ଟ ଅନୁଯାୟୀ, କରୋନା ଭାଇରସର ଉତ୍ପତ୍ତି ଚୀନରେ ହୋଇଥିଲା। କିନ୍ତୁ ଏହି ଭୂତାଣୁ ଏକ ଦୁର୍ଘଟଣାବଶତଃ ଚୀନ ଲ୍ୟାବରୁ ଉତ୍ପନ୍ନ ହୋଇଥିଲା ନା ଜାଣିଶୁଣି କରାଯାଇଛି ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା।

ଏବେ ନୂଆ ରିପୋର୍ଟରେ ଆମେରିକାର ଗୁଇନ୍ଦା ବିଭାଗ ଅନୁମାନ କରୁଛି ଯେ ଏହି ଭୂତାଣୁ ପ୍ରାକୃତିକ ରୂପରୁ ନୁହେଁ ବରଂ ପରୀକ୍ଷାଗାରରୁ ଆସିଛି। କିନ୍ତୁ ନିଜ ରିପୋର୍ଟର ଫଳାଫଳ ଉପରେ ଏଜେନ୍ସିର ଆଂଶିକ ବିଶ୍ୱାସ ରହିଛି। ସିଆଇଏ କହିଛି ଯେ କରୋନାର ଉତ୍ପତ୍ତି ଉପରେ କରାଯାଇଥିବା ଗବେଷଣାରୁ ବାହାରିଥିବା ପ୍ରମାଣ ପର୍ଯ୍ୟାପ୍ତ ନୁହେଁ, ଅନିର୍ଦ୍ଦିଷ୍ଟ ଏବଂ ପରସ୍ପର ବିରୋଧୀ। ତେବେ ଏହା ସହତ ଯେ ଟ୍ରମ୍ପ ପ୍ରଶାସନ ପୁଣି କରୋନା ଭୁତାଣୁ ସଂପର୍କରେ ତଦନ୍ତ କରିବା ଚୀନ-ଆମେରିକା ସଂପର୍କକୁ ତିକ୍ତ କରିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button