ସ୍ୱାସ୍ଥ୍ୟ

ପରିଶ୍ରାର ରଙ୍ଗ ଏପରି ଥିଲେ ସାବଧାନ! ଆପଣ ମଧ୍ୟ ହୋଇଥାଇ ପାରନ୍ତି ଏହିସବୁ ରୋଗର ଶିକାର, ଜାଣନ୍ତୁ ପରିସ୍ରାର ଏହି 5 ଟି ରଙ୍ଗ ବିଷୟରେ

ଶରୀରରେ କୌଣସି ପ୍ରକାର ସମସ୍ୟା ରହିଥିଲେ ସାଧାରଣତଃ ବିଭିନ୍ନ ପ୍ରକାର ଟେଷ୍ଟ କରାଇବା ଦ୍ୱାରା ହିଁ ଏହା ସାମ୍ନାକୁ ଆସିଥାଏ । ତେବେ, କଣ ଆପଣ ଜାଣନ୍ତି କି ପରିଶ୍ରାର ରଙ୍ଗ ଦେଖି ମଧ୍ୟ ଶରୀରରେ ହେବାକୁ ଥିବା ରୋଗ ଗୁଡିକର ପ୍ରାକ୍ ସୂଚନା ମିଳିଥାଏ । ତେବେ, ଆସନ୍ତୁ ଜାଣିବା କିପରି ମୂତ୍ରର ରଙ୍ଗରୁ ଶରୀରରେ ରହିଥିବା ବିଭିନ୍ନ ରୋଗର ସୂଚନା ମିଳିଥାଏ ।

1. ଇଶତ ହଳଦିଆରୁ ସ୍ୱଚ୍ଛ :-

ସାଧାରଣତଃ ପରିଶ୍ରାର ରଙ୍ଗ ଇଶତ ହଳଦିଆ ରହିଥାଏ । କିନ୍ତୁ ଯଦି ଦୀର୍ଘ ଦିନ ଧରି ଆପଣଙ୍କ ପରିଶ୍ରାର ରଙ୍ଗ ସ୍ୱଚ୍ଛ ରହୁଛି ତେବେ ଏହା ହେପାଟାଇଟିସ ଓ ଲିଭର ସମସ୍ୟାର ଲକ୍ଷଣ ହୋଇପାରେ । ଏହା ବ୍ୟତୀତ ଅଧିକ ମାତ୍ରାରେ ପାଣି ପିଇବା ଦ୍ୱାରା ମଧ୍ୟ ଏଭଳି ହୋଇପାରେ ।

2. ଇଶତ ହଳଦିଆରୁ ଗାଢ଼ ହଳଦିଆ :-

ଏହା ଶରୀରରେ ହିମୋଗ୍ଲୋବିନ ହ୍ରାସ ତଥା ଭିଟାମିନ୍ D ର ଅଭାବ ହେଲେ ପରିଶ୍ରାର ରଙ୍ଗ ଇଶତ ହଳଦିଆରୁ ଗାଢ଼ ହଳଦିଆ ଦେଖା ଦେଇପାରେ । ଶରୀରରେ ୟୁରୋକମ ପିଗମେଣ୍ଟ ବୃଦ୍ଧି ପାଇଲେ ମୂତ୍ରର ରଙ୍ଗ ଗାଢ଼ ହଳଦିଆ ହୋଇଯାଏ । ସଠିକ ମାତ୍ରାରେ ପାଣି ପିଇଲେ ପରିଶ୍ରାର ଏହି ରଙ୍ଗ କମ ହୋଇଥାଏ ।

3. ଇଶତ ହଳଦିଆରୁ ନୀଳ :-

ଯଦି ଆପଣଙ୍କ ପରିଶ୍ରାର ରଙ୍ଗ ଇଶତ ହଳଦିଆରୁ ନୀଳ ରଙ୍ଗରେ ପରିବର୍ତ୍ତିତ ହୋଇଯାଉଛି ତେବେ ଏହା କିଡନୀ ଓ ମୂତ୍ରାଶୟ ସଂକ୍ରମଣର ସୂଚନା ଦେଇଥାଏ । ଅଧିକ ଚକୋଲେଟ ଖାଇବା ଦ୍ୱାରା ମଧ୍ୟ ପରିଶ୍ରାର ରଙ୍ଗ ନୀଳକୁ ପରିବର୍ତ୍ତିତ ହୋଇଥାଏ ।

4. ଇଶତ ହଳଦିଆରୁ ଗାଢ ଧୂସର :-

ପରିଶ୍ରାର ରଙ୍ଗ ଇଶତ ହଳଦିଆରୁ ଗାଢ ଧୂସର ରଙ୍ଗକୁ ବଦଳି ଯାଉଥିଲେ ହୋଇଯାଆନ୍ତୁ ସାବଧାନ । କାରଣ ଏହା ଲିଭର୍ ସଂକ୍ରମଣର ପ୍ରାକ୍ ସୂଚନା ହୋଇପାରେ ।

5. ଇଶତ ହଳଦିଆରୁ ଲାଲ ଓ ଗୋଲାପୀ :-

ପରିଶ୍ରା କରିବା ସମୟରେ ଏହାର ରଙ୍ଗ ଲାଲ କିମ୍ବା ଗୋଲାପୀ ଦେଖା ଯାଉଛି କି ? ସାବଧାନ, ଏହା ପ୍ରୋଷ୍ଟେଟ୍, କିଡନୀ ଷ୍ଟୋନ, ମୂତ୍ରାଶୟ ଓ କିଡନୀ ଟ୍ୟୁମର ପରି ରୋଗର ସୂଚନା ଦେଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button