ଧଳା ବାଳ ମାତ୍ର 4 ଦିନରେ ପ୍ରାକୃତିକ ଉପାୟରେ କଳା ହୋଇଯିବ, ଥରେ ଲଗେଇ ଦେଖନ୍ତୁ ଏହି ସହଜ ଘରୋଇ ଉପଚାର
ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ସମସ୍ତେ ଜାଣିଥିବେ କି ବାଳ ଜନିତ ଯଦି କୋୖଣସି ଆପଣଙ୍କର ସମସ୍ୟା ଦେଖା ଦେଇଥାଏ, ତାହେଲେ ଆପଣ ମାନେ ଟିକେ ଚିନ୍ତିତ ହୋଇଯାଇଥାନ୍ତି । ଆଉ ସମସ୍ତଙ୍କର ଆଶା ଥାଏ କି ସେମାନଙ୍କର ବାଳ ସବୁବେଳେ କଳା ଦେଖା ଯାଉ ଯାହା ଫଳରେ ବ୍ୟକ୍ତିର ବୟସ କମ ଜଣା ପଡିବା ସହିତ ବୁଢ଼ା ବୟସରେ ମଧ୍ୟ ଯୁବକ ଭଳି ଆମକୁ ଅନୁଭବ ହୋଇଥାଏ ।
ତେବେ ଆପଣ ମାନେ ମଧ୍ୟ ଯଦି ଚାହୁଁଛନ୍ତି କି ଆପଣଙ୍କ ବାଳ ସବୁବେଳେ କଳା ଦେଖା ଯାଉ, ତାହେଲେ ମୁଁ ଆଜି ଆପଣ ମାନଙ୍କୁ କିଛି ଘରେଇ ଉପାୟ ବତାଇବି, ଯାହାକୁ ଅନୁସରଣ କରିକି ଆପଣ ମାନେ କେଶ ଜନିତ ସମସ୍ୟାକୁ ସବୁ ଦିନ ପାଇଁ ଦୂର କରିପାରିବେ । ତାହେଲେ ଆସନ୍ତୁ ଜାଣିବା ସେହି ଉପାୟ ଗୁଡିକ କଣ ।
ପ୍ରଥମେ ଆପଣ କିଛି ଆଳୁ କୁ ନେବେ ନିଜ ମୁଣ୍ଡରେ ବାଳ ଧଳା ହେଇଯିବ ଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ । କାରଣ ଆମେ ଜାଣିଛୁ କି ଆଳୁରେ ଭିଟାମିନ A, ଭିଟାମିନ B ଓ ଭିଟାମିନ C ରହିଥାଉ, ଯାହା ଆମ ବାଳର ମୂଳକୁ ମଜଭୁତ କରିବା ସହିତ କେଶ ଜନିତ ସମସ୍ୟାକୁ ମଧ୍ୟ ଦୂର କରିଦେଇଥାଏ । ଆହୁରି ମଧ୍ୟ ଆଳୁ ଆପଣଙ୍କ ମୁଣ୍ଡରେ ବଢୁଥିବା ରୂପୀ ଜନିତ ସମସ୍ୟାକୁ ମଧ୍ୟ ଦୂର କରିଥାଏ ।
ତେବେ ଆମେ ୨-୩ ଟି ଆଳୁ ନେବା ତାପରେ ସେହି ଆଳୁକୁ ବହୁତ ଭଲ ଭାବରେ ଧୋଇଦେବା ଓ ତାପରେ ସେହି ଆଳୁର ଚୋପାକୁ ଛଡାଇଦେବା । ତାପରେ ଗୋଟିଏ ପାତ୍ର ନେବା ଆଉ ସେହି ଅଲୁଚପା ଗୁଡିକୁ ସେହି ପାତ୍ରରେ ପକାଇବା, କିନ୍ତୁ ମନେ ରଖିବ କି ଗୋଟିଏ ଗିନା ଆଳୁ ଚୋପାରେ ଆପଣ ମାନେ ଦୁଇ ଗିନା ପାଣି ଦେବା ।
ଆଉ ତାହାକୁ ୧୦-୧୫ ମିନିଟ ଫୁଟାଇବା । ତେବେ ପ୍ରଥମରେ ଆମେ ସେହି ଆଳୁର ପାଣିକୁ ଛାଣି ଗୋଟିଏ ପାତ୍ର ରେ ରଖିବା ଆଉ ସେହି ଆଳୁ ରସ ସହିତ ଜଡ଼ା ତେଲକୁ ପକାଇ ମଧ୍ୟ ବ୍ୟବହାର କରିବା । ଦ୍ୱିତୀୟ ରେ ଆମେ ମାନେ ସେହି ପାଣିରେ ଗୋଲାପ ଜଳ ମିଶାଅ ମଧ୍ୟ ବ୍ୟବହାର କରିପାରିବା ।
ତେବେ ଆମେ ପ୍ରସ୍ତୁତ କରିଥିବା ସେହି ପାଣିକୁ ମୁଣ୍ଡ କୁ ଧୋଇ ସାରିଲା ପରେ, ଯେକୌଣସି ଗୋଟିଏ ଉପଚାର କୁ ବ୍ୟବହାର କରିବା ଧୋଇବା ପରେ ଚୁଟିକୁ ସମ୍ପୂର୍ଣ୍ଣ ଶୁଖିଲା ନ କରି ହାଲକା ଶୁଖାଇ ଦେବା ଓ ମୁଣ୍ଡର ଚର୍ମରେ ତାହାକୁ ବ୍ୟବହାର କରିବା । ଆଉ ବ୍ୟବହାର କରିବା ପରେ ତାହାକୁ ୩୦ ମିନିଟ ପର୍ଯ୍ୟନ୍ତ ସେମିତି ଛାଡ଼ିଦେବା ଓ ତାହା ଶୁଖିଗଲା ପରେ ନର୍ମାଲ ପାଣିରେ ତାହାକୁ ଧୋଇଦେବା । ଏହି ପରି ଭାବରେ ଘରେଇ ଉପଚାର କୁ ବ୍ୟବହାର କରି ଆମେ ଧଳା କେଶ ହେବାରୁ ବଞ୍ଚିପାରିବ ଓ କେଶକୁ କଳା କରିପାରିବା ।