ଦେଶ- ବିଦେଶ

ହସପିଟାଲ୍ ଉପରେ ଡ୍ରୋନ ଆକ୍ରମଣ, ୭୦ ମୃତ

ଡାର୍ଫର : ଉତ୍ତର ଆଫ୍ରିକୀୟ ଦେଶ ସୁଦାନର ଡାର୍ଫର ଅଞ୍ଚଳର ଏଲ୍-ଫାଶରରେ ଥିବା ଶେଷ କାର୍ଯ୍ୟକ୍ଷମ ହସ୍ପିଟାଲଉପରେ ଶନିବାର ଏକ ବଡ଼ଧରଣର ଡ୍ରୋନ୍ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ୭୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଛନ୍ତି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ସୂଚନା ଦେଇଛନ୍ତି । ଏହି ବିସ୍ଫୋରଣରେ ହସ୍ପିଟାଲର ଜରୁରୀକାଳୀନ କୋଠା ନଷ୍ଟ ହୋଇଯାଇଛି ବୋଲି ଗଣମାଧ୍ୟମ ରିପୋର୍ଟ କରିଛି। ସୁଦାନର କେଉଁ ଶତ୍ରୁ ପକ୍ଷ ଏହି ଆକ୍ରମଣ କରିଛି ତାହା ସ୍ପଷ୍ଟ ହୋଇନାହିଁ।

୨୦୨୩ ଏପ୍ରିଲରୁ ସୁଦାନୀ ସେନା ଅର୍ଦ୍ଧସାମରିକ ରାପିଡ୍ ସପୋର୍ଟ ଫୋର୍ସ (ଆରଏସଏଫ) ସହିତ ଯୁଦ୍ଧ ଜାରି ରଖିଛି, ଯେଉଁମାନେ ଡାର୍ଫରର ପ୍ରାୟ ସମଗ୍ର ବିଶାଳ ପଶ୍ଚିମ ଅଞ୍ଚଳକୁ ଦଖଲ କରିସାରିଛନ୍ତି । ସେମାନେ ମେ’ ମାସରୁ ଉତ୍ତର ଡାର୍ଫରର ରାଜଧାନୀ ଏଲ୍-ଫାଶରକୁ ଘେରାଉ କରିଛନ୍ତି। କିନ୍ତୁ ସେମାନେ ଏପର୍ଯ୍ୟନ୍ତ ସହରଦଖଲ କରିବାରେ ସକ୍ଷମ ହୋଇନାହାନ୍ତି। ଗତ ସପ୍ତାହରେ ସେମାନେ ଏକ ଅଲଟିମେଟମ ଜାରି କରି ବୁଧବାର ମଧ୍ୟାହ୍ନ ସୁଦ୍ଧା ସେନା ଓ ସହଯୋଗୀ ମାନଙ୍କୁ ସହର ଛାଡ଼ିବାକୁ କହିଥିଲେ। ଏଣୁ ଏହି ଆକ୍ରମଣ ପଛରେ ଆରଏସଏଫର ହାତଥିବା କୁହାଯାଉଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button