ରାଜ୍ୟ

୨୯ ରାଷ୍ଟ୍ରପତି ପଦକ ‌େଘାଷିତ: ପୁଲିସ ବିଭାଗରୁ ୧୯, ଜେଲ୍‌, ଅଗ୍ନିଶମ ଓ ସିଭିଲ୍‌ ଡିଫେନ୍‌ସରୁ ୧୦

କଟକ/ଭୁବନେଶ୍ବର: ସାଧାରଣତନ୍ତ୍ର ଦିବସ ପୂର୍ବରୁ ଘୋଷଣା ହୋଇଛି ରାଷ୍ଟ୍ରପତି ପଦକ। ଉଲ୍ଲେଖନୀୟ ସେବା ପାଇଁ ଓଡ଼ିଶାର ପୁଲିସ ବିଭାଗରୁ ୧୯ ଜଣଙ୍କ ନାମ ଘୋଷଣା କରାଯାଇଛି ଏବଂ ଜେଲ୍‌, ଅଗ୍ନିଶମ ଓ ସିଭିଲ୍‌ ଡିଫେନ୍‌ସରୁ ୧୦ଜଣଙ୍କ ନାମ ତାଲିକାରେ ରହିଛି। ଏସ୍‌ପି ସରୋଜ କୁମାର ସାମଲ ଓ କନେଷ୍ଟବଳ ସତ୍ୟବାଦୀ ମଲ୍ଲିକଙ୍କୁ ରାଷ୍ଟ୍ରପତି ପୁଲିସ ପଦକ ମିଳିବ। ସେହିପରି ୬ ପୁଲିସ କର୍ମଚାରୀଙ୍କୁ ସାହସିକତା ସେବା ପଦକ ମିଳିବ। ସେମାନେ ହେଲେ ସବ୍‌ଇନ୍‌ସ୍ପେକ୍ଟର ଗିରିଶ ଚନ୍ଦ୍ର ମାଝୀ, ହାବିଲଦାର ପବିତ୍ର କୁମାର ସାହୁ, ହାବିଲଦାର ଉମେଶ ମୁଣ୍ଡା, କନେଷ୍ଟବଳ ପୀତାମ୍ବର ସତନାମି, କନେଷ୍ଟବଳ କବିଚନ୍ଦ୍ର ରାଉତ ଓ କନେଷ୍ଟବଳ ସୁଶାନ୍ତ କୁମାର ସାଗର। ସେହିଭଳି ଉଲ୍ଲେଖନୀୟ ସେବା ପାଇଁ ୧୧ ଜଣଙ୍କୁ ପୁଲିସ ପଦକ ମିଳିବ।

ସେମାନେ ହେଲେ କନେଷ୍ଟବଳ ପରିତୋଷ ମଣ୍ଡଳ, ସବ୍‌ଇନ୍‌ସ୍ପେକ୍ଟର୍‌ ସେକ୍‌ ଅବଦୁଲ ଫୟାଜ୍‌, କନେଷ୍ଟବଳ ମହମ୍ମଦ ତୋସିଫ୍‌ ରବାନି, ଏଏସ୍‌ଆଇ ଶରତ ଚନ୍ଦ୍ର ବେହେରା, କନେଷ୍ଟବଳ ତ୍ରିଲୋଚନ ବୁଦ୍ଧିଆ, ଏଏସ୍‌ଆଇ ତେଜ୍‌ ବାହାଦୁର୍‌ ଗୁରୁଙ୍ଗ, ହାବିଲଦାର ଅତୁଲ କୁମାର ବିଶ୍ୱାଳ, ହାବିଲଦାର ଜୟନ୍ତୀ ସୁନା, ହାବିଲଦାର ମନୋଜ କୁମାର ଜେନା, କନେଷ୍ଟବଳ ନରେଶ କୁମାର ଚୌଧୁରୀ ଓ ହାବିଲଦାର ଦେବପ୍ରସାଦ ମହାନ୍ତି। ଅନ୍ୟ ପକ୍ଷରେ ଜେଲ୍‌, ଅଗ୍ନିଶମ ଓ ସିଭିଲ୍‌ ଡିଫେନ୍‌ସ ସେବା କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଓଡ଼ିଶାର ୧୦ ଜଣଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବ। ଅଗ୍ନିଶମ ବିଭାଗର ଭ୍ରମରବର ସେଠ୍ ଲିଡିଂ ଫାୟାର୍‌ମ୍ୟାନ୍‌ ଭାବେ ଏହି ପଦକର ଅଧିକାରୀ ହେବେ। ସେହିପରି ଉଲ୍ଲେଖନୀୟ ସେବା ପାଇଁ ଫାୟାର୍‌ମ୍ୟାନ୍‌ ପ୍ରଶାନ୍ତ କୁମାର ସାହୁ, ବିଶ୍ବରଂଜନ ଭୋଇ, ଅଭିମନ୍ୟୁ ପ୍ରଧାନ ଓ ନଗେନ୍ଦ୍ର କୁମାରଙ୍କୁ ପୁରସ୍କୃତ କରାଯିବ। ବେସାମରିକ ପ୍ରତିରକ୍ଷା ସ୍ବେଚ୍ଛାସେବୀ ପ୍ରମୋଦ କୁମାର ରାଉତ, ସଂଜୀବ କୁମାର ଶର୍ମା ଓ ହୋମ୍‌ଗାର୍ଡ କମାଣ୍ଡର ସୌଭାଗ୍ୟ ପ୍ରଧାନ ଏହି ପଦକ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସଂସ୍କାରମୂଳକ ସେବା ପାଇଁ ବରିଷ୍ଠ ଅଧୀକ୍ଷକ କୁଅଁର ମାର୍ଣ୍ଡି ଓ ଅଧୀକ୍ଷକ ସୁଚିତ୍ରା ଦାସଙ୍କୁ ଏହି ମର୍ଯ୍ୟାଦାଜନକ ପଦକ ପ୍ରଦାନ କରାଯିବ।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button