ରାଜ୍ୟ

୩୫ ଡିଗ୍ରି ଉପରେ ୮ ସହର

ଭୁବନେଶ୍ୱର: ଫେବ୍ରୁ୍ଆରି ମାସରୁ ଡରାଇଲାଣି ଖରା। ଆଜି ରାଜ୍ୟରେ ୮ ସହରର ତାପମାତ୍ରା ୩୫ ଡିଗ୍ରି ଉପରେ ରହିଥିବା ବେଳେ ସମସ୍ତ ସହରର ତାପମାତ୍ରା ୩୦ ଡିଗ୍ରି ଉପରେ ରହିଛି। ବଲାଙ୍ଗୀର ଓ ମାଲକାନଗିରିରେ ୩୬ ଡିଗ୍ରି ରହିଥିବା ବେଳେ ସମ୍ବଲପୁରରେ ୩୫.୯, ଭବାନୀପାଟଣାରେ ୩୫.୫ ଓ ଅନୁଗୁଳରେ ୩୫.୧ ଡିଗ୍ରି ରେକର୍ଡ କରାଯାଇଛି। ଭୁବନେଶ୍ବରରେ ତାପମାତ୍ରା ୩୩.୮ଡିଗ୍ରି ରହିଛି। ଆସନ୍ତା ୪ ଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ନାହିଁ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ଫୁଲବାଣୀରେ ସର୍ବନିମ୍ନ ୧୫ଡିଗ୍ରି ରେକର୍ଡ କରାଯାଇଛି।

ଅନ୍ୟପଟେ ଘନକୁହୁଡ଼ି ପାଇଁ ୧୨ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତାକାଲି ବା ଗୁରୁବାର ଦିନ ବାଲେଶ୍ବର, ଭଦ୍ରକ, କେନ୍ଦ୍ରପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ଢେଙ୍କାନାଳ, ଯାଜପୁର, ଗଞ୍ଜାମ, କେନ୍ଦୁଝର, ନୟାଗଡ଼ ଓ ଅନୁଗୁଳକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଶୁକ୍ରବାର ପାଇଁ ଭଦ୍ରକ, କେନ୍ଦ୍ରପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ଢେଙ୍କାନାଳ, ଯାଜପୁର, ନୟାଗଡ଼ ଓ ଅନୁଗୁଳ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୭ ତାରିଖରେ ମଧ୍ୟ କେନ୍ଦ୍ରପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ନୟାଗଡ଼, ‌କେନ୍ଦୁଝର, ବାଲେଶ୍ବର ଓ ଭୁବନେଶ୍ବରରେ ଘନ କୁହୁଡ଼ି ଯୋଗୁ ୫୦ରୁ ୨୦୦ ମିଟର ପର୍ଯ୍ୟନ୍ତ ଦୃଶ୍ୟମାନ ଦୂରତା ରହିଥିଲା।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button