ଜ୍ୟୋତିଷ

ଲାଗି ନାହିଁ ତାଲା, ତଥାପି ରହିଛି ସୁରକ୍ଷିତ ଏହି ମନ୍ଦିରର ଖଜାନା, ହାତ ମାରିଲେ କରିବାକୁ ପଡେ ସର୍ପର ସାମ୍ନା, ଦେଖନ୍ତୁ କେଉଁ ମନ୍ଦିର

ପ୍ରକୃତରେ, ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ତ୍ରାବଣକୋର ରୟାଲ ଫାମିଲି ମନ୍ଦିରର ପରିଚାଳନା ତଥା ରକ୍ଷଣାବେକ୍ଷଣର ଯତ୍ନ ନେବେ, ତ୍ରାବଣକୋର ରୟାଲ ଫାମିଲି ଏହି ମନ୍ଦିର ନିର୍ମାଣ କରିଥିଲେ । କେରାଲା ହାଇକୋର୍ଟ 2011 ର ଆଦେଶକୁ ବଦଳାଇ ସୁପ୍ରୀମ କୋର୍ଟ ରେ ଜଷ୍ଟିସ ଯୁୟୁ ଲଲିତ ଓ ଜଷ୍ଟିସ ଇନ୍ଦୁ ମଳହୋତ୍ରା ଙ୍କ ବେଞ୍ଚ ନିଷ୍ପତ୍ତି କରିଛନ୍ତି କି ମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ୱ ରାଜ୍ୟ ସରକାରଙ୍କୁ ଦେଇଥିଲେ ।

ପଦ୍ମନାଭସ୍ୱାମୀ ମନ୍ଦିରକୁ ଦୁନିଆର ସବୁଠାରୁ ଧନୀ ମନ୍ଦିର କୁହାଯାଏ । ଫୋର୍ବସ୍ ର ଆକଳନ ଅନୁଯାୟୀ ଏହି ମନ୍ଦିରର ସମ୍ପତ୍ତି 75 ଲକ୍ଷ କୋଟି ଟଙ୍କା ଅର୍ଥାତ୍ ପାକିସ୍ତାନର ବଜେଟ୍ ଠାରୁ 24 ଗୁଣ ଅଧିକ, ଏହି ମନ୍ଦିର କେରଳର ତିରୁଅନନ୍ତପୁରମରେ ଅବସ୍ଥିତ, ଭଗବାନ ବିଷ୍ଣୁ ଏହି ମନ୍ଦିରରେ ପୂଜା ପାଆନ୍ତି ।

ଏହା ଦେଶର ପ୍ରମୁଖ ବୈଷ୍ଣବ ମନ୍ଦିର ମଧ୍ୟରୁ ଗୋଟିଏ ଅଟେ । ବର୍ତ୍ତମାନ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ମନ୍ଦିରର ପ୍ରଶାସନର ତଦାରଖ ପାଇଁ ଏକ ଅଧ୍ୟକ୍ଷ ସମିତି ଗଠନ କରାଯାଉ, ଏହାର ଅଧ୍ୟକ୍ଷ ଜିଲ୍ଲା ଜଜ୍ ହେବେ ଏବଂ କମିଟିର ସମସ୍ତ ସଦସ୍ୟ ହିନ୍ଦୁ ହେବେ ।

ତଥାପି, ମନ୍ଦିର ସଂରଚନାକୁ ଦେଖି ଏହା 16 ତମ ଶତାବ୍ଦୀର ବୋଲି କୁହାଯାଏ, ତ୍ରାବଣକୋରର ରାଜାମାନେ 1750 ମସିହାରେ ଏହି ମନ୍ଦିର ନିର୍ମାଣ କରିଥିଲେ । ମହାରାଜ ମାର୍ତଣ୍ଡ ବର୍ମା ନିଜକୁ ପଦ୍ମନାଭ ମନ୍ଦିରର ଦାସ ବୋଲି ଘୋଷଣା କରିଥିଲେ, ସେହି ଦିନଠାରୁ ରାଜ ପରିବାର ମନ୍ଦିରର ସେବା କରୁଥିଲା । ରାଜ ପରିବାର ସେମାନଙ୍କର ସମସ୍ତ ସମ୍ପତ୍ତିକୁ ମନ୍ଦିରକୁ ଦାନ କରିଥିଲେ ।

 

ରାଜ ପରିବାର ମନ୍ଦିରର ସମ୍ପତ୍ତି ଏବଂ ଦୈନନ୍ଦିନ ଆୟରୁ ଗୋଟିଏ ପଇସା ମଧ୍ୟ ନେଉ ନଥିଲେ, ଏମିତି କି ଯେତେବେଳେ ସଦସ୍ୟମାନେ ମନ୍ଦିରରୁ ଘରକୁ ଯାଆନ୍ତି, ସେମାନେ ପାଦରେ ବାଲି ବି ନେଇ କି ଯାଆନ୍ତି ନାହିଁ, ପାଦକୁ ଭଲ ଭାବେ ସଫା କରି ଘରକୁ ଫେରନ୍ତି । ଏହି ମନ୍ଦିରରେ 7 ଟି କୋଠରି ଅଛି । 9 ବର୍ଷ ପୂର୍ବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ 7 ସଦସ୍ୟ ବିଶିଷ୍ଟ ଟୀମ 5 ଟି ଦ୍ୱାର ଖୋଲିଥିଲେ । ଏଠାରୁ ପାଖାପାଖି ୨ କୋଟି ଟଙ୍କାର ଗହଣା ମିଳିଥିଲା । କେବଳ ଏତିକି ନୁହେଁ ଏଠାରୁ ସୁନାର ହାତୀ, ପିଲ୍ଲାର, ମୂର୍ତ୍ତି, 18 ଫୁଟ ଲମ୍ବାର ହାର ଏବଂ ସଲିଡ ନଡ଼ିଆ ମିଳିଥିଲା |

 

ମନ୍ଦିରର ସପ୍ତମ କୋଠରୀ ଏପର୍ଯ୍ୟନ୍ତ ବନ୍ଦ ରହିଛି, କୁହାଯାଏ କି ଏହି ଧନକୁ ସୁରକ୍ଷା ଦେବା ପାଇଁ ନା କୌଣସି କବାଟ ଅଛି ନା କୌଣସି ତାଲା । ଏହି କୋଠରୀର ରକ୍ଷା ୨ ତି ସାପ କରିଥାନ୍ତି ଯାହାଙ୍କ ଆକୃତି କବାଟରେ ତିଆରି ହୋଇଛି । ଏମାନଙ୍କ ଇଚ୍ଛା ବିନା କବାଟ କ୍ଷୟଲା ଯାଇ ପାରିବ ନାହିଁ ।

 

ଯେତେବେଳେ ଶେଷ କୋଠରୀ ଖୋଲିବାର ସମୟ ଆସିଲା ତେବେ ମାର୍ତଣ୍ଡ ପରିବାର ଅପିଲ କଲେ କି ଏହି ରହସ୍ୟକୁ ଏମିତି ହିଁ ରହିବାକୁ ଦିଅନ୍ତୁ । ଯଦି କବାଟ ଖୋଲିଲା ତ ପ୍ରଳୟ ହୋଇଯିବ । ଏହା ପୂର୍ବରୁ ୧୯୩୧ ରେ ବି ଏହାକୁ ଖୋଲିବାକୁ ଚେଷ୍ଟା କରା ଯାଇଥିଲା ସେହି ସମୟରେ ୧୦୦୦ ନାଗ କୋଠରୀକୁ ଘେରିଯାଇଥିଲେ । ଲୋକମାନେ ଜୀବନ ବଞ୍ଚାଇ ପଳାଇ ଗଲେ । ସେବେଠୁ କେହି କେବେ ଛୁଇଁବାକୁ ବି ସାହାସ କରନ୍ତି ନାହିଁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button