ସ୍ୱାସ୍ଥ୍ୟ

ସାବଧାନ ! ନେଲପଲିସରୁ କର୍କଟ ଓ ଗର୍ଭଧାରଣ କ୍ଷମତା ବି ନଷ୍ଟ ହୋଇପାରେ

ଝିଅମାନେ ନିଜ ନଖକୁ ସୁନ୍ଦର ଦେଖାଯିବା ପାଇଁ ସେଥିରେ ନେଲପଲିସ୍ ଲଗାଇଥାନ୍ତି। ଏହି ନେଲପଲିସ୍ ଦେଖିବାକୁ ଯେତେ ସୁନ୍ଦର ଶରୀର ପାଇଁ ସେତେ ହାନୀକାରକ। କେବେ ଭାବିଛନ୍ତି, ଆପଣଙ୍କ ହାତର ସୌନ୍ଦର୍ଯ୍ୟ ବଢାଉଥିବା ଏହି ନେଲପଲିସ୍ ଆପଣଙ୍କୁ ମୃତ୍ୟୁ ମୁଖକୁ ଠେଲିପାରେ? ଏହି ନେଲପଲିସ ଦ୍ୱାରା ଆପଣଙ୍କୁ ଚର୍ମ କର୍କକ ହୋଇପାରେ। କାରଣ ଏଥିରେ ଟୋଲୁଇନ(Toluene )ନାମକ କେମିକାଲ ମିଶିଥାଏ । ଯାହା ନେଲପଲିସକୁ ପତଳା ଏବଂ ସାଇନିଂ ବନାଇଥାଏ।  ସାଧାରଣତଃ କାରରେ ଗ୍ୟାସୋଲିନ୍ ନାମକ ଇନ୍ଧନ ବ୍ୟବହାର ହୋଇଥାଏ। ଆଉ ଏହି ଇନ୍ଧନରେ (ଟୋଲୁଇନ) କେମିକାଲର ଅଂଶ ରହିଥାଏ।  ଏହି କେମିକାଲ କ୍ୟାନ୍ସର କାରଣ ହେବା ସହ  ଆମ ସ୍ନାୟୁ, ମସ୍ତିଷ୍କ ଓ ମହିଳାଙ୍କ ପ୍ରଜନନ କ୍ଷମତା ଉପରେ ପ୍ରଭାବ ପକାଇଥାଏ।

ସୂଚନା ଅନୁଯୀୟୀ ନେଲପଲିସକୁ ଅଧିକ ନମନୀୟ କରିବା ପାଇଁ ଏଥିରେ ଡାଇବ୍ୟୁଟାଇଲ୍ ପ୍ୟାଥଲେଟ୍ର ବ୍ୟବହାର କରାଯାଏ। ଫଳରେ ନେଲପଲିସର ଏହି ଅଂଶ ଶରୀରର ଭିତରକୁ  ଅବସୋସିତ ହୋଇପାରେ।  ଫଳରେ ମହିଳାମାନଙ୍କର ପ୍ରଜନନ କ୍ଷମତା କ୍ଷୟ ହୋଇପାରେ। ଏଥିପାଇଁ ଇଉରୋପ ମହାଦେଶର ଅନେକ ଦେଶଗୁଡିକରେ ଏହି କେମିକାଲର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏକ ଗବେଷଣାରୁ ଜଣାପଡିଛି ଯେ, ନେଲପଲିସ୍ ବ୍ୟବହାରରୁ ଚର୍ମ କର୍କଟ ମଧ୍ୟ ହୋଇପାରେ। କାରଣ ଏଥିରେ ଏକ ଜେଲ ବ୍ୟବହାର କରାଯାଏ । ଯାହା ସୂର୍ଯ୍ୟର ଅତିବାଇଗଣୀ ରଶ୍ମି (ଅଲଟ୍ରାଭାୟୋଲେଟ)ଶୋସିଥାଏ। ଆଉ ଏହି କିରଣ କ୍ୟାନସରକୁ ଜନ୍ମ ଦେଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button