ସ୍ୱାସ୍ଥ୍ୟ

ଅଧିକ ସମୟ ବସୁଛନ୍ତି କି? ଶୀଘ୍ର ଆସିପାରେ ମୃତ୍ୟୁ

ଆପଣ ଲଗାତାର ଘଣ୍ଟାଏ, ଦୁଇ ଘଣ୍ଟା ଅବା ଏହାଠାରୁ ଅଧିକ ସମୟ ବସୁଛନ୍ତି କି? ତା’ହେଲେ ସାବଧାନ ହୋଇଯାଆନ୍ତୁ। କାରଣ ଏହା ଦ୍ୱାରା ଆପଣଙ୍କୁ ଶୀଘ୍ର ମୃତ୍ୟୁ ଆସିପାରେ। ତେଣୁ ଲଗାତାର ଘଣ୍ଟାଏ ମଧ୍ୟ ବସନ୍ତୁ ନାହିଁ। ମଝିରେ ମଝିରେ ଟିକେ ଉଠି ପଡ଼ନ୍ତୁ। ଏହା ଲାଭଦାୟକ ହେବ। ଏକଥା ଆମେ କହୁନାହୁଁ। ନିକଟରେ ହୋଇଥିବା ଏକ ଗବେଷଣାରୁ ଏହା ଜଣାପଡ଼ିଛି।

ଗବେଷଣାରେ କୁହାଯାଇଛି ଯେ କେବଳ ଦୀର୍ଘ ସମୟ ଧରି ବସିଲେ ଶୀଘ୍ର ମୃତ୍ୟୁ ଆସେ ନାହିଁ। ଆମର ଅନେକ ବସିବା ଶୈଳୀରେ ମଧ୍ୟ ଭୁଲ୍ ରହିଛି। ଏହି ବସିବା ଶୈଳୀଗୁଡ଼ିକ ମଧ୍ୟ ଶୀଘ୍ର ମୃତ୍ୟୁର କାରଣ ହୋଇଥାଆନ୍ତି।

ଆମେରିକାର କୋଲମ୍ବିଆ ୟୁନିଭର୍ସିଟି ମେଡିକାଲ ସେଣ୍ଟର ପକ୍ଷରୁ ଏହି ଗବେଷଣା କରାଯାଇଛି। ଏଠାକାର ଜଣେ ସହାୟକ ଗବେଷକ କୀଥ୍ ଡିୟାଜ କହିଛନ୍ତି ଯେ ମଝିରେ ଅଳ୍ପ ଅଳ୍ପ ସମୟ ପାଇଁ ଉଠିଲେ ମଧ୍ୟ ଲମ୍ବା ସମୟ ଧରି ବସିଲେ ଶରୀର ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡ଼େ।

ଗବେଷକମାନେ ଏହି ଗବେଷଣାରେ ୪୫ ବର୍ଷରୁ ଅଧିକ ବୟସର ୭୯୮୫ ଲୋକଙ୍କୁ ସାମିଲ କରିଥିଲେ। ଲଗାତାର ସାତ ଦିନ ଧରି ଗବେଷକମାନେ ସେମାନଙ୍କ ବସିବାର ଗତିବିଧି ଉପରେ ନଜର ରଖିଥିଲେ।

ତେବେ ଏହା ହେଉଛି ଗବେଷକମାନଙ୍କ ଦାବି। ଆପଣମାନେ ଏନେଇ ଡାକ୍ତରଙ୍କ ପରାମର୍ଶ ନେଇ ପାରିବେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button