ସ୍ୱାସ୍ଥ୍ୟ

କେବଳ ଓଜନ ନିୟନ୍ତ୍ରଣ ନୁହେଁ, ଏହି ସବୁ ରୋଗ ଦୂର କରିପାରେ ଚିଆ ସିଡ୍ସ

ଡାଏଟ୍ କଥା ଆସିଲେ ପ୍ରଥମେ ପ୍ରାଥମିକତା ଚିଆ ସିଡ୍ସକୁ ଦିଆଯାଏ। ଏହା ଓଜନ ନିୟନ୍ତ୍ରଣରେ ବେଶ୍ ସହାୟକ ହୁଏ। ଏଥିରେ ପ୍ରଚୁର ପରିମାଣରେ ଫାଇବର, ପ୍ରୋଟିନ୍, କ୍ୟାଲସିୟମ୍, ମାଙ୍ଗାନିଜ୍, ଓମେଗା-୩ ଫ୍ୟାଟି ଏସିଡ୍, ଫସଫରସ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଛି, ଯାହା ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ। ସକାଳେ ଖାଲି ପେଟରେ ଚିଆ ମଞ୍ଜି ଖାଇବା ଦ୍ୱାରା କେବଳ ଯେ ଓଜନ ନିୟନ୍ତ୍ରଣ ହୁଏ ତାହା ନୁହେଁ, ଅନେକ ରୋଗରୁ ମଧ୍ୟ ଉପଶମ ମିଳିପାରେ।

ଏହି ପାୱାରହାଉସ୍ ସିଡ୍ସରେ କି କି ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି, ଜାଣନ୍ତୁ…

ଚିଆ ସିଡ୍ସର ଉପକାରିତା
ରକ୍ତ ଶର୍କରାକୁ ନିୟନ୍ତ୍ରଣ କରେ:- ଯଦି ମଧୁମେହରେ ପୀଡିତ ଅଛନ୍ତି, ତେବେ ନିଶ୍ଚିତ ଭାବରେ ଚିଆ ସିଡ୍ସ ଖାଆନ୍ତୁ। ଚିଆ ସିଡ୍ସ ରକ୍ତରେ ଶର୍କରା ସ୍ତରକୁ ହ୍ରାସ କରିଥାଏ। ଏଥିରେ ଥିବା ଫାଇବର ରକ୍ତରେ ଥିବା ଶର୍କରାକୁ ହ୍ରାସ କରିଥାଏ।

ଓଜନ ହ୍ରାସ:- ଦ୍ରୁତଗତିରେ ଓଜନ ବୃଦ୍ଧି ପାଉଥିଲେ, ଡାଏଟରେ ନିଶ୍ଚିତ ରୂପେ ଚିଆ ସିଡ୍ସ ଯୋଗ କରନ୍ତୁ। ନିୟମିତ ଚିଆ ସିଡ୍ସ ପିଇବା ଦ୍ୱାରା ଓଜନ ହ୍ରାସ ପାଇଥାଏ।

ଶକ୍ତିଶାଳୀ ହୁଏ ଅସ୍ଥି:- ଅସ୍ଥି ସ୍ୱାସ୍ଥ୍ୟକୁ ସୁସ୍ଥ ରଖେ ଚିଆ ସିଡ୍ସ। ଏହା ବ୍ୟତୀତ ଅସ୍ଥି ସହ ଜଡିତ ଅନେକ ରୋଗ ମଧ୍ୟ ଆରୋଗ୍ୟ ହୋଇପାରେ।

ତ୍ୱଚାରେ ଆଣେ ଚମକ:- ଚିଆ ସିଡ୍ସରେ ପ୍ରଚୁର ପରିମାଣର ଉପାଦାନ ଥାଏ ଯାହାକି ଚର୍ମକୁ ଜୀବାଣୁରୁ ରକ୍ଷା କରିଥାଏ। ଏହା ବ୍ୟତୀତ ଏହା ଏକ ଭଲ ମଶ୍ଚରାଇଜର ମଧ୍ୟ। ଚିଆ ସିଡ୍ସ ଖାଇବା ଦ୍ୱାରା ଚର୍ମ ଜ୍ୱଳନ ସମସ୍ୟା ମଧ୍ୟ ଦୂର ହୋଇପାରେ।

ଚିଆ ସିଡ୍ସ କିପରି ଖାଇବେ
ଆଇରନ୍, ଫାଇବର, ପୋଟାସିୟମ୍, ଭିଟାମିନ୍-ସି ଭଳି ଅନେକ ଗୁଣ ଚିଆରେ ମିଳିଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଚିଆ ସିଡ୍ସକୁ ପାଣିରେ ଭିଜାଇ ଖାଇବା ସହ କ୍ଷୀରରେ ମଧ୍ୟ ଖାଇପାରିବେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button