ଦେଶ- ବିଦେଶ

ବଡିର ଯେଉଁ ପାର୍ଟ୍ସ ଗୁଡିକ କଳା ପଡିଯାଇଛି, ସେହି ଦାଗକୁ ଏହି ଘରୋଇ ଉପଚାର ଦ୍ଵାରା ହଟାଇ ସ୍କିନ ବିଉଟିଫୁଲ କରାନ୍ତୁ

ବନ୍ଧୁଗଣ ଆପଣ ମାନେ ଦେଖିଥିବେ, ଯେ ଅନେକ ଛୋଟ ପିଲାଙ୍କର ଏମିତିକି ବଡ ବଡ ଲୋକଙ୍କର ମଧ୍ୟ ଶରୀରର କିଛି ସ୍ଥାନରେ କଳା ଦାଗ ଦେଖାଯାଇଥାଏ । ଅର୍ଥାତ ତାଙ୍କ ବଡିର ରଙ୍ଗ ଗୋଟେ ଓ ସେହି ସବୁ ବଡିର ପାର୍ଟ ଗୁଡିକର ରଙ୍ଗ ବଡିର ଅନ୍ୟ ଜାଗା ଅପେକ୍ଷା ବହୁତ କଳା ଦେଖାଯାଉଥିବ । ଯାହାକି ଦେଖିବାକୁ ଜମାରୁ ବି ଭଲ ଦେଖାଯାଇନଥାଏ । ଯେମିତିକି ପାଦ, ଆଣ୍ଠୁ, କହୁଣୀ, ବେକ ପାଖ ଏରିଆ ଆଦି ଜାଗା ଗୁଡିକ କଳା ରଙ୍ଗ ଦେଖାଯାଇଥାନ୍ତି ।

ତେବେ ଯଦି ଆପଣ ମାନେ ଏହି କଳା ଦାଗ ଗୁଡିକୁ ହଟାଇ ଆପଣଙ୍କ ସଂପୂର୍ଣ୍ଣ ବଡିକୁ ଗୋଟିଏ ରଙ୍ଗ କରି ରଖିବାକୁ ଚାହୁଁଛନ୍ତି । ତେବେ ଆମେ ଆପଣଙ୍କୁ କହିବାକୁ ଯାଉଥିବା ଉପାୟକୁ ନିହାତି କରି ଦେଖନ୍ତୁ । ସେଥିପାଇଁ ଆପଣଙ୍କୁ ବେକିଙ୍ଗ ସୋଡା, କୋଲଗେଟ ପେଷ୍ଟ, କ୍ଷୀର ଓ ଲୁଣର ଦରକାର ପଡିବ । ପ୍ରଥମେ ଆପଣ ଏକ ପାତ୍ରରେ 1 ଚାମଚ ବେକିଙ୍ଗ ସୋଡା ନିଅନ୍ତୁ, ଯଦି ଏହା ନଥାଏ । ତେବେ ବେକିଙ୍ଗ ସୋଡା ବଦଳରେ ଆପଣ ଇନୋ ମଧ୍ୟ ନେଇପାରିବେ । ହେଲେ ଆପଣ ଏଠାରେ ବେକିଙ୍ଗ ସୋଡା ନେବାକୁ ଚେଷ୍ଟା କରନ୍ତୁ ।

ତାପରେ ବେକିଙ୍ଗ ସୋଡାରେ 1 ଚାମଚ କୋଲଗେଟ ପାଉଡର, ଅଳ୍ପ ଲୁଣ ଓ ସେଥିରେ ଅଳ୍ପ କ୍ଷୀର ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ତାପରେ ଆପଣ ସେହି ପେଷ୍ଟକୁ ଶରୀରର ଯେଉଁ ଅଂଶ ଅଧିକ କଳା ପଡିଯାଇଥିବ । ସେହି ଜାଗାରେ ଭଲ ଭାବେ ମାଲିସ କରି ଲଗାଇ ଦିଅନ୍ତୁ । ତାପରେ ତାହାକୁ କିଛି ସମୟ ଶୁଖିବା ପାଇଁ ଛାଡି ଦିଅନ୍ତୁ ।

5 ରୁ 10 ମିନିଟ ପରେ ଆପଣ ଏକ ଟମାଟୋକୁ ଆଣି ତାହାକୁ କାଟି ସେହି ଫାଳେ ଟମାଟୋ ସାହାଜ୍ଯରେ ସେହିସବୁ ଜାଗାକୁ ଧୀରେ ଧୀରେ ଘଷି ସଫା କରନ୍ତୁ । ଯେତେବେଳେ ଆପଣ ଘଷିସାରିବେ ସେତେବେଳେ ଆପଣ ଏକ ନାପକିନ ସହାୟତାରେ ସେହି ଜାଗାକୁ ଭଲ ଭାବେ ସଫା କରିଦିଅନ୍ତୁ । ତାପରେ ସେହି ଜାଗା ଗୁଡିକରେ ଆପଣ ଅଳ୍ପ ନଡିଆ ତେଲ କି ମଏଶ୍ଚରାଇଜର ଲଗାଇ ମାଲିସ କରିଦିଅନ୍ତୁ ।

ଯେମିତି ସେହି ସ୍ଥାନରେ ଆପଣଙ୍କୁ ଡ୍ରାଏ ଅନୁଭବ ହେବ ନାହିଁ । ଆପଣ ଏହି ରେମିଡିକୁ 2 ରୁ 3 ଥର ଟ୍ରାଏ କରିଦେଖନ୍ତୁ। ଆପଣ ନିଜେ ହିଁ ଫରକ ଦେଖିପାରିବେ । ଶରୀରର ଯେଉଁ ସବୁ ଅଂଶ ବାକି ଅଂଶ ଅପେକ୍ଷା କଳା ଦେଖାଯାଉଥିଲା । ତାହା ଧୀରେ ଧୀରେ କରି ଆପଣଙ୍କ ବଡିର କଲର ସହ ମିଶିବାକୁ ଲାଗିଯିବ । ଗୋଟେ ଜାଗା କଳା ଆଉ ଗୋଟେ ଜାଗା ଧଳା ଏମିତି ଆପଣ ବଡିର କୌଣସି ଜାଗାରେ ବି ଦେଖିବାକୁ ପାଇବେ ନାହିଁ ।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button