ଦେଶ- ବିଦେଶ

ପୁଟିନଙ୍କ ସମାଲୋଚକ ଆଲେକ୍ସି ନାଭାଲନିଙ୍କର ଜେଲରେ ମୃତ୍ୟୁ – Kalinga News

[ad_1]

ନୂଆଦିଲ୍ଲୀ : ରୁଷରେ ବିରୋଧୀ ଦଳ ନେତା ଆଲେକ୍ସି ନାଭାଲନିଙ୍କର ଜେଲରେ ମୃତ୍ୟୁ ହୋଇଯାଇଛି। ଆର୍କଟିକ ସର୍କଲର ଉତ୍ତର ପେନାଲ କଲୋନିରେ ସେ ପ୍ରଥମେ ଅଚେତ ହୋଇ ପଡ଼ିଯିବାପରେ ତାଙ୍କର ମୃତ୍ୟୁ ହୋଇଯାଇଛି। ନାଭାଲନି ହେଉଛନ୍ତି ରୁଷର ସବୁଠୁ ପ୍ରସିଦ୍ଧ ବିରୋଧୀ ନେତା। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ସେ ଦୁର୍ନୀତି ଅଭିଯୋଗ ଆଣିଥିଲେ ଏବଂ ସେ ପୁଟିନଙ୍କର ଦୃଢ଼ ସମାଲୋଚକ। ତାଙ୍କୁ ୪୭ ବର୍ଷ ବୟସ ହୋଇଥିଲା। ନାଭାଲନି ଆଇକେ-୩ ପେନାଲ କଲୋନିରେ ଚାଲିବାର କିଛି ସମୟ ପରେ ସେ ଅସୁସ୍ଥ ହୋଇପଡ଼ିଥିଲେ । ସେ ହଠାତ ତଳେ ପଡ଼ି ଯାଇଥିଲେ ଏବଂ ଏହାପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତେବେ ମୃତ୍ୟୁର କାରଣ କ’ଣ ଏଯାବତ ଜଣାପଡ଼ିନି। ତେବେ ନାଭାଲନିଙ୍କ ମୃତ୍ୟୁକୁ ନେଇ ସନ୍ଦେହ ଉପୁଜିଛି। ତାଙ୍କୁ ହତ୍ୟା କରାଯାଇଛି ବୋଲି ଦାବି ହୋଇଛି। ନାଭାଲନିଙ୍କୁ ହତ୍ୟା କରାଯାଇଛି ବୋଲି ଆମନେଷ୍ଟି ଇଣ୍ଟରନେସନାଲ ପକ୍ଷରୁ ଦାବି ହୋଇଛି।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button