ଦେଶ- ବିଦେଶ

ଆସିଷ୍ଟାଣ୍ଟ ଇନ୍ସପେକ୍ଟରଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇ‌ଥି‌ଲେ ପତ୍ନୀ

ଛତରପୁର: ମଧ୍ୟପ୍ରଦେଶ ଛତରପୁର ବାସିନ୍ଦା ଆସିଷ୍ଟାଣ୍ଟ ଇନ୍ସପେକ୍ଟର ରାଜକୁମାର ତ୍ରିବେଦୀ ଗତ କିଛି ଦିନ ତଳେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ପୁଲିସ ଏହି ଘଟଣାର ଛାନବିନ୍ କରିବା ପରେ ରାଜକୁମାରଙ୍କ ହ୍ବାଟ୍ସଆପ୍ ଯାଞ୍ଚ କରିଥିଲା ଏବଂ ହ୍ବାଟ୍ସଆପ ଷ୍ଟାଟସ ରିପ୍ଲାଏରୁ ଅଭିଯୁକ୍ତ ବିଷୟରେ ଜଣାପଡିଥିଲା। ଅଭିଯୁକ୍ତ ଆଉ କେହି ନୁହଁନ୍ତି ବରଂ ଖୋଦ୍ ରାଜକୁମାରଙ୍କ ସ୍ତ୍ରୀ ମୃଗାକ୍ଷୀ ତ୍ରିବେଦୀ।

ପୁଲିସ୍‌ ଜାଣିବାକୁ ପାଇଛି ଯେ ସ୍ବାମୀଙ୍କ ହ୍ବାଟ୍ସଆପ୍ ଷ୍ଟାଟସରେ ପତ୍ନୀ ମୃଗାକ୍ଷୀ ତ୍ରିବେଦୀଙ୍କ ଉତ୍ତର ଥିଲା ’ ତୁମେ ଯେତିକି ଭାବୁଛ ସେତିକି ସାମ୍ନାବାଲା ବୁଝୁଛି । ଭଲ ହେବ ବହି ବନ୍ଦ କରିଦିଅ’। ଏହାପରେ ଆସିଷ୍ଟାଣ୍ଟ ଇନପେକ୍ଟର ଆତ୍ମହତ୍ୟା କରିବା ଭଳି ଚରମ ନିଷ୍ପତ୍ତି ନେଇଥିଲେ ।

ଘରୋଇ କଳିକୁ ନେଇ ପତ୍ନୀ ମୃଗାକ୍ଷୀ ଅଲଗା ରହଆସୁଛନ୍ତି । ତେଣୁ ମାନସିକ ଅବସାଦରେ ରହୁଥିଲେ ରାଜକୁମାର । ନିଜ ଜୀବନ ଉପରେ ଅତିଷ୍ଠ ହୋଇ ନିଜ ହ୍ବାଟ୍ସଆପ ଷ୍ଟାଟସରେ ଲେଖିଥିଲେ ,’ଜୀବନରେ ଏଭଳି ସମୟ ଆସେ ଯେବେ ନିଷ୍ପତ୍ତି ନେବାକୁ ହୁଏ ଯେ, ଜୀବନ ବହି ପୃଷ୍ଠା ଓଲଟାଇବା ନା ବହିକୁ ପୁରା ବନ୍ଦ କରିଦେବା’। ଏହା ଲେଖି ନିଜ ଫଟୋ ଦେଇ ଷ୍ଟାଟସ ପୋଷ୍ଟ କରିଥିଲେ । ଏହାର ଉତ୍ତରରେ ପତ୍ନୀ ମୃଗାକ୍ଷୀ ଲେଖିଥିଲେ, ’ ତୁମେ ଯେତିକି ଭାବୁଛ ସେତିକି ସାମ୍ନାବାଲା ବୁଝୁଛି। ଭଲ ହେବ ବହି ବନ୍ଦ କରିଦିଅ’ ବାସ୍ ଏହାପରେ ରଶି ଲଗାଇ ଆତ୍ମହତ୍ୟା କରିଦେଇଥିଲେ ରାଜକୁମାର। ଏ ଘଟଣାରେ ପୋଲିସ ଅଧିକ ଯାଞ୍ଚ ଜାରି ରଖିଛି।

 

 

Kalinga News

Related Articles

Leave a Reply

Your email address will not be published. Required fields are marked *

Check Also
Close
Back to top button