ଦେଶ- ବିଦେଶ

ହଠାତ ଆଶ୍ରମ ଛାଡ଼ି ଅଜଣା ସ୍ଥାନକୁ ଚାଲିଯାଇଛନ୍ତି ଆଇଆଇଟି ବାବା

ନୂଆଦିଲ୍ଲୀ: ଆଇଆଇଟି ବାବା ନାମରେ ଚର୍ଚ୍ଚାକୁ ଆସିଥିବା ଅଭୟ ସିଂହ ହଠାତ ପ୍ରୟାଗରାଜରେ ଆୟୋଜିତ ହୋଇଥିବା ମହାକୁମ୍ଭର ଆଶ୍ରମ ଛାଡ଼ି ଚାଲି ଯାଇଛନ୍ତି।

ପ୍ରକାଶିତ ରିପୋର୍ଟ ମୁତାବକ, ଗତ ରାତିରେ ଅଭୟ ସିଂହଙ୍କ ବାପା ଓ ମା’ ପୁଅକୁ ଖୋଜିବା ପାଇଁ ଜୁନା ଆଖଡ଼ାର ୧୬ମଡି ଆଶ୍ରମରେ ପହଞ୍ଚିଥିଲେ। ବାପା ଓ ମା’ ପହଞ୍ଚିବା ପୂର୍ବରୁ ହିଁ ଅଭୟ ସିଂହ ଆଶ୍ରମ ଛାଡ଼ି ଦେଇଥିଲେ।

ଆଶ୍ରମରେ ଉପସ୍ଥିତ ଥିବା ସାଧୁଙ୍କ କହିବାନୁସାରେ, ‘ଅଭୟ ସିଂହ କୁମ୍ଭମେଳାରେ ପହଞ୍ଚିବା ପରଠାରୁ କ୍ରମାଗତ ଭାବେ ସାକ୍ଷାତକାର ଦେଉଥିଲେ। ଏତଦ ଦ୍ବାରା ତାଙ୍କର ମାନସିକସ୍ତରରେ ଚାପ ପଡ଼ିଥିଲା। ସେ ନିଶାଗ୍ରସ୍ତ ହୋଇପଡ଼ଥିଲେ। ତାଙ୍କୁ ଜୁନା ଆଖାଡାର ଆଚାର୍ଯ୍ୟ ମହାମଣ୍ଡଳେଶ୍ବର ଅବଧେଶାନନ୍ଦ ଗିରିଙ୍କ ପାଖକୁ ନିଆଯାଇଥିଲା୍।

ସେଠାରେ ତାଙ୍କ ମାନସିକସ୍ଥିତି ଦେଖି ଜୁନା ଆଖାଡା ନିଷ୍ପତ୍ତି ନେଇଥିଲା କି ଏଭଳି ଅଭୟ ସିଂହଙ୍କୁ ଆଶ୍ରମ ଛାଡ଼ି ଦେବା ଉଚିତ। ଏହାପରେ ବିଳମ୍ବିତ ରାତିରେ ଅଭୟ ସିଂହ ଏକ ଅଜଣାସ୍ଥାନକୁ ଚାଲି ଯାଇଛନ୍ତି।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button