ଦେଶ- ବିଦେଶ

ବଦଳିଯିବ ବାଂଲାଦେଶର ନାମ

ବାଂଲାଦେଶରେ ଛାତ୍ର ଆନ୍ଦୋଳନ ଯାହା ଶେଖ ହସିନାଙ୍କୁ କ୍ଷମତାରୁ ହଟାଇ ଦେଇଛି ତାହା ପୁଣି ଥରେ ସକ୍ରିୟ ହେବାକୁ ଯାଉଛି। ମଙ୍ଗଳବାର ଛାତ୍ର ନେତାମାନେ ରାଜଧାନୀ ଢାକାସ୍ଥିତ ସହିଦ ମିନାରରେ ଏକାଠି ହେବାକୁ ଯାଉଛନ୍ତି। ବାଂଲାଦେଶର ମୌଳିକବାଦୀ ସଂଗଠନ ଜମାତ-ଇ-ଇସଲାମି ଏହି କାର୍ଯ୍ୟକ୍ରମକୁ ଅଧିକ ପ୍ରୋତ୍ସାହିତ କରିଛି। କୁହାଯାଉଛି ଯେ ସହିଦ ମିନାରରେ ପ୍ରାୟ ୩୦ଲକ୍ଷ ଲୋକ ଏକାଠି ହେବେ। ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମଧ୍ୟ ଛାତ୍ର ନେତାଙ୍କ ଆଗରେ ନତମସ୍ତକ ହୋଇଛନ୍ତି। ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ତରଫରୁ କୁହାଯାଇଥିଲା ଯେ ସରକାର ‘ଜୁଲାଇ କ୍ରାନ୍ତି’ ଘୋଷଣା କରିବାକୁ ଯାଉଛନ୍ତି। ଯାହା ରାଜନୈତିକ ଦଳ ଏବଂ ଛାତ୍ରମାନଙ୍କ ସହାୟତାରେ ପ୍ରସ୍ତୁତ ହେବ । କିନ୍ତୁ ଏହି ଖବର ଆସିବା ମାତ୍ରେ ଛାତ୍ର ନେତାମାନେ ସକ୍ରିୟ ହୋଇଗଲେ। ଛାତ୍ର ନେତାମାନେ ବାଂଲାଦେଶର ସମ୍ବିଧାନରେ ପରିବର୍ତ୍ତନ ଆଣିବାକୁ ଚାହୁଁଛନ୍ତି। ତାଙ୍କର ପ୍ରଥମ ପ୍ରୟାସ ବାଂଲାଦେଶର ନାମ ବଦଳାଇବା ବୋଲି ଦାବି କରାଯାଇଛି। କୁହାଯାଉଛି ଯେ ବାଂଲାଦେଶକୁ ଇସଲାମିକ ରିପବ୍ଲିକ ଅଫ ବାଂଲାଦେଶ କିମ୍ବା ଇସଲାମିକ ରିପବ୍ଲିକ ଅଫ ଇଷ୍ଟ ପାକିସ୍ତାନ କୁହାଯାଇପାରେ। ଏହା ବ୍ୟତୀତ ବାଂଲାଦେଶରେ ସନ୍ନା ଏବଂ ଶାରିଆ ମଧ୍ୟ କାର୍ଯ୍ୟକାରୀ ହୋଇପାରେ। ବାଂଲାଦେଶରେ କ୍ଷମତାକୁ ସମ୍ପୂର୍ଣ୍ଣ ରୂପେ ଗ୍ରହଣ କରିବାକୁ ରାଷ୍ଟ୍ରପତି ଏବଂ ସେନା ମୁଖ୍ୟଙ୍କଠାରୁ ଜବରଦସ୍ତ ଇସ୍ତଫା ନିଆଯାଇପାରେ। ମହମ୍ମଦ ୟୁନୁସଙ୍କୁ ବାଂଲାଦେଶର ରାଷ୍ଟ୍ରପତି କରିବା ନେଇ ମଧ୍ୟ ଆଲୋଚନା ହେଉଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button