ରାଜନୀତି
୨୦୨୫ ସୁଭଦ୍ରା ଯୋଜନାର ବର୍ଷ ହେବ – ପ୍ରଭାତୀ ପରିଡା

ନୂଆବର୍ଷରେ ମା ମାନେ ନୂଆ ଖବର ପାଇବେ। ନୂଆବର୍ଷରେ ମାମାନଙ୍କୁ ସୁଭଦ୍ରା ଆଶୀର୍ବାଦ କରନ୍ତୁ। ସମସ୍ତଙ୍କୁ ଟଙ୍କା ମିଳିବ। ୨୫ ମସିହାରେ ମାମାନଙ୍କୁ ୩ ଥର ଟଙ୍କା ମିଳିବ। ୨୫ ମସିହାରେ ଚତୁର୍ଥ ପର୍ଯ୍ୟାୟ ସହ ମାର୍ଚ୍ଚ ୮ ରେ ମଧ୍ୟ ମିଳିବ। ରକ୍ଷା ବନ୍ଧନରେ ମଧ୍ୟ ମିଳିବ । ତେଣୁ ୨୫ରେ ସୁଭଦ୍ରା ହିଁ ସୁଭଦ୍ରା ହେବ। ଜାନୁଆରୀ ପ୍ରଥମ ସପ୍ତାହରେ ପୁରା ସର୍ଭେ ସରିବ। ଫିଲଡ଼ ରିପୋର୍ଟ ଅନୁସାରେ ପଦକ୍ଷେପ ନିଆଯିବ। ଜାନୁଆରୀ ପ୍ରଥମ ସପ୍ତାହରେ ପୁରା ତଥ୍ୟ ସାମ୍ନାକୁ ଆସିବ। କେତେ ଗ୍ରାଉଣ୍ଡ ରିଅଲିଟିରେ ହେଲା ତାହା ମଧ୍ୟ ସ୍ପଷ୍ଟ ହେବ। ସୁଭଦ୍ରା ଯୋଜନାରେ ଯେମିତି କେହି ବଂଚିତ ନ ହୁଅନ୍ତି ତାକୁ ଗୁରୁତ୍ୱ ଦିଆଯାଉଛି।