ଦେଶ- ବିଦେଶ

ରୟାଲ୍‌ ଏନ୍‌ଫିଲ୍‌ଡ କ୍ଲାସିକ୍‌ ୩୫୦

ଜାରକୁ ଆସିଛି ରୟାଲ୍ ଏନ୍ଫିଲ୍ଡର ନୂଆ କ୍ଲାସିକ୍ ୩୫୦ ବାଇକ୍। ଏହାର ମୂଲ୍ୟ ୨,୩୦,୦୦୦ ଟଙ୍କା (ଏକ୍ସ ସୋ’ରୁମ୍)ରୁ ଆରମ୍ଭ। ଏଥିରେ ୩୪୯ ସିସିର ୪ ଷ୍ଟ୍ରୋକ୍ ଏୟାର୍-ଅଏଲ୍ କୁଲ୍ଡ ସିଙ୍ଗଲ୍ ସିଲିଣ୍ଡର୍ ଇଞ୍ଜିନ୍ ରହିଛି। ଏହାର ତେଲ ଟାଙ୍କି ଧାରଣ କ୍ଷମତା ୧୩ ଲିଟର୍ ଏବଂ ଓଜନ ୧୯୫ କିଲୋଗ୍ରାମ୍। ଏହାର ଲମ୍ବ ୨୧୪୫ ଏମ୍ଏମ୍, ଚଉଡ଼ା ୭୮୫ ଏମ୍ଏମ୍ (ବିନା ମିରର୍ରେ) ଓ ଉଚ୍ଚତା ୧୦୯୦ ଏମ୍ଏମ୍ (ବିନା ମିରର୍ରେ)।

ଖାଲି ସେତିକି ନୁହେଁ, ଏଥିରେ ସିଙ୍ଗଲ୍ ଓ ଡୁଆଲ୍ ଚାନେଲ୍ ଏବିଏସ୍, ଫ୍ରଣ୍ଟ୍ ଓ ରିଅର୍ ଡିସ୍କ୍ ବ୍ରେକ୍ ସିଷ୍ଟମ୍, ୧୨ ଭୋଲ୍ଟ-ଡିସି ଇଲେକ୍ଟ୍ରିକାଲ୍ ସିଷ୍ଟମ୍, ବ୍ଲାକ୍ ଓ ସିଲ୍ଭର୍ ଏୟାର୍ଫ୍ଲାଏ ଇଞ୍ଜିନ୍ ଗାର୍ଡ, ସିଲ୍ଭର୍ ସମ୍ପ୍ଗାର୍ଡ, ବ୍ଲାକ୍ ଟର୍ଣ୍ଣିଂ ମିରର୍ ଇତ୍ୟାଦି ରହିଛି ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ଆର୍ଇ କ୍ଲାସିକ୍ ୩୫୦ ଇମରାଲ୍ଡ, ଷ୍ଟେଲ୍ଥ ବ୍ଲାକ୍, ଗନ୍ ଗ୍ରେ, କମାଣ୍ଡୋ ସ୍ୟାଣ୍ଡ୍, ମଡାଲିୟନ୍ ବ୍ରୋଞ୍ଜ୍, ଯୋଧପୁର ବ୍ଲୁ, ମାଡ୍ରାସ୍ ରେଡ୍ ପରି ସାତଟି ରଙ୍ଗରେ ଉପଲବ୍ଧ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button